ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଆମ ଦଳର ଭୋଟ ହାର ବୃଦ୍ଧି ପାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ, Dharmendra Pradhan

0
281

By Our Correspondent

BHUBANESWAR:  Union Minister Dharmendra Pradhan said”ଝାରସୁଗୁଡ଼ା ଉପନିର୍ବାଚନର ଫଳାଫଳକୁ ଆମେ ସ୍ୱୀକାର କରୁଛୁ । ପୂର୍ବ ନିର୍ବାଚନ ଅପେକ୍ଷା ଚଳିତ ଉପନିର୍ବାଚନରେ ଆମ ଦଳର ଭୋଟ ହାର ବୃଦ୍ଧି ପାଇଥିବାରୁ ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ । ଏହି ନିର୍ବାଚନରେ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରି ଭୋଟ ହାର ବଢାଇ ଥିବାରୁ ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ।  ବିଜୟୀ ହୋଇଥିବା ଦୀପାଳି ଦାସଙ୍କୁ ଅଭିନନ୍ଦନ । ,’

‘ଆମ ଦଳର ଯୁବ ନେତା ଟଙ୍କଧର ତ୍ରିପାଠୀଙ୍କ ଉପରେ ଭରସା ରଖି ଝାରସୁଗୁଡ଼ାବାସୀ ଯେଉଁ ଆଶୀର୍ବାଦ ପ୍ରଦାନ କରିଛନ୍ତି, ଆଗାମୀ ଦିନରେ ସେ ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ । ଦଳର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣକାରୀ ଯୋଜନା ସମେତ ଲୋକସମ୍ପର୍କ ମାଧ୍ୟମରେ ଜନସାଧାରଣଙ୍କ ବିଶ୍ୱାସ ହାସଲ କରିବା ପାଇଁ ଚେଷ୍ଟା କରିବୁ ।,’ he added..

LEAVE A REPLY

Please enter your comment!
Please enter your name here