By Our Correspondent
BHUBANESWAR: ହତ୍ୟାକାଣ୍ଡ ର ଶିକାର ହୋଇଥିବା ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସ୍ ଙ୍କ ଚିକିତ୍ସା କେଉଁ ତାରିଖରେ କେତେ ସମୟ ଧରି ଆପୋଲୋ ହସ୍ପିଟାଲରେ ଚିକିତ୍ସା ହୋଇଥିଲା ଏବଂ ଏହି ଚିକିତ୍ସା ଖର୍ଚ୍ଚ ବାବଦ ରାଜ୍ୟ ସରକାର କେତେ ଅର୍ଥ ବହନ କରିଥିଲେ , ଏହାର ତଥ୍ୟ Health and Family Welfare Dept କୁ 24.1.2025 ରେ ମଗାଯାଇଥିଲା ।
ବିଭାଗ ଉକ୍ତ ତଥ୍ୟ ନଥିବା ଦର୍ଶାଇ ଦରଖାସ୍ତ ଟିକୁ 7.2.25 ରିଖରେ parliamentary Affairs ଏବଂ Transport Dept. କୂ ତଥ୍ୟ ଦେବା ପାଇଁ ପଠେଇ ଦେଇଥିଲେ । ଆଶ୍ଚର୍ଯ୍ୟଜନକ କଥା ହେଉଛି ଉକ୍ତ ଦୁଇ ବିଭାଗ ଏକ ମାସ ବିତି ଯାଇଥିଲେ ମଧ୍ୟ କୌଣସି ଉତ୍ତର ଦେଉ ନାହାନ୍ତି ।
ତଥ୍ୟ ଅଛି କି ନାହିଁ ଜଣାଉ ନାହାନ୍ତି । ସେହିପରି ପୁଣି H and FW dept 13.2.25 ରିଖ ରେ DMET ଓ ଆପୋଲୋ ହସ୍ପିଟାଲ କୁ ତଥ୍ୟ ଦେବାକୁ ଜଣାଇଲେ । ପୁଣି ଆଶ୍ଚର୍ୟ୍ଯ କଥା ହେଉଛି DMET ର ସୁଚନା ଅଧିକାରୀ ଏ ପର୍ଯ୍ୟନ୍ତ ତଥ୍ୟ ଦେଲେ ନାହିଁ କି ଚିଠିର ଉତ୍ତର ଦେଲେ ନାହିଁ । ଅତ୍ୟନ୍ତ ଅନାବଶ୍ୟକ ଭାବେ ତଥ୍ୟ ନଦେବା ପାଇଁ ଗୋଟିଏ ଫନ୍ଦି କରି ଆପୋଲୋ ହସ୍ପିଟାଲ କୁ ତଥ୍ୟ ଦେବାକୁ। ଦରଖାସ୍ତ ପଠାଯାଇଥିଲା । କାରଣ ସରକାରୀ ଅଧିକାରୀ ମାନେ ସ୍ପଶ୍ଟ ଭାବେ ଜାଣି ଛନ୍ତି ଯେ , ଆପୋଲୋ ହସ୍ପିଟାଲ RTI Act ଅଧୀନରେ ଆସୁନାହିଁ । ପୁଣି ଚିକିତ୍ସା ବିଲ ରାଜ୍ୟ ସରକାର ପୈଠ କରିଛନ୍ତି । ତେଣୁ ଏହି ତଥ୍ୟ ଆପୋଲୋ ହସ୍ପିଟାଲ କିପରି ଦେବ ।
ପୁଣି ଯାହା ଆଶା କରାଯାଉଥିଲା ତାହାହିଁ ହେଲା । ଆପୋଲୋ ହସ୍ପିଟାଲ ଏକ ଚିଠି ଦେଇ ଅବଗତ କଲାଯେ ଏହି ତଥ୍ୟ ମେଡିକାଲ ethic ଦୃଷ୍ଟିରୁ ଦିଆ ଯାଇ ପାରିବ ନାହିଁ ।
ସୂଚନା ଅଧିକାର ଆଇନର ଧାରା 7 ଅନୁଯାୟୀ, ପିଆଇଓ 30 ଦିନ ମଧ୍ୟରେ ତଥ୍ୟ ଦେବେ ନଚେତ୍ କାରଣ ଦର୍ଶାଇ ମନା କରିବେ । କିନ୍ତୁ ଆଶ୍ଚର୍ୟ୍ଯ ସମସ୍ତ ବିଭାଗ କୌଣସି ଉତ୍ତର ନଦେଇ ନୀରବ ରହିଲେ ।
ନବ ଦାସ ହତ୍ୟା ପାଇଁ ରାଜ୍ୟ ର ପ୍ରମୁଖ ଅମଲା ମାନେ ଭି କେ ପାଣ୍ଡିଆ ନ ସହିତ ଷଡ଼ଯନ୍ତ୍ର କରିଥିଲେ , ଏହା ସ୍ପ ସ୍ଟ । ତେଣୁ କ୍ରାଇମ୍ ବ୍ରାଞ୍ଚ ତଥ୍ୟ ଲୁଚାଇ ଥିବା ସମସ୍ତ ବିଭାଗର ଅଧିକାରୀଙ୍କୁ ତଦନ୍ତ ପରିସରକୁ ଆଣିବା ଜରୁରୀ , ପ୍ରତାପ ମହାନ୍ତି.