ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ପରଲୋକରେ ରାଜ୍ୟ ସଭାପତିଙ୍କ ଶୋକ

0
216

By Our Correspondent

BHUBANESWAR:ଜଣାଶୁଣା ଆଦିବାସୀ ନେତା ତଥା ବୀରମିତ୍ରପୁରର ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି। ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କ ଆକସ୍ମିକ ଦେହାନ୍ତ ଖବର ଶୁଣି ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ଶ୍ରୀ ସାମଲ କହିଛନ୍ତି ଯେ, ସ୍ୱର୍ଗତଃ ତିର୍କି କେବଳ ଜଣେ ଦକ୍ଷ ରାଜନୀତିଜ୍ଞ ନ ଥିଲେ ବରଂ ଜନଜାତି ସମୁଦାୟର ଅଧିକାର ଓ ସ୍ୱାର୍ଥ ସଂରକ୍ଷଣରେ ଏକ ଅଗ୍ରଣୀ ଯୋଦ୍ଧା ଥିଲେ। ସ୍ୱର୍ଗତଃ ତିର୍କିଙ୍କ ବିୟୋଗରେ ଓଡ଼ିଶାର ଆଦିବାସୀ ସମୁଦାୟ ଏକ ମହାନ ନେତାଙ୍କୁ ହରାଇଲେ ଏବଂ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହେଲା।
ଏହି ଦୁଃଖ ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଦିବଙ୍ଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗ, ଆତ୍ମୀୟସ୍ୱଜନଙ୍କୁ ଶ୍ରୀ ସାମଲ ଗଭୀର ସମବେଦନା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here