
By Our Correspondent
BHUBANESWAR: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଉତ୍କଳର ପୂର୍ବତନ ପ୍ରାନ୍ତ ସଂଘଚାଳକ ଶ୍ରୀଯୁକ୍ତ ବିପିନ୍ ବିହାରୀ ନନ୍ଦଙ୍କର ଧର୍ମପତ୍ନୀ ଶ୍ରୀମତୀ କୁଂକୁମ ମିଶ୍ରଙ୍କର ଫେବୃୟାରୀ ୨୫ ତାରିଖ ରାତି ୯.୩୫ରେ ହୃଦ୍ଘାତରେ ଦେହାନ୍ତ ହୋଇ ଯାଇଛି । ଶ୍ରୀମତୀ ମିଶ୍ର ଜଣେ ଅତ୍ୟନ୍ତ ଧର୍ମପ୍ରାଣ ଏବଂ ରାଷ୍ଟ୍ରଭକ୍ତ ମହିଳା ଥିଲେ ।
ସେ ପୂର୍ବରୁ ମଧ୍ୟ ଦୁଇ ଥର ହୃଦ୍ଘାତରେ ପୀଡିତ ହୋଇଥିଲେ । ତାଙ୍କର ସ୍ୱାମୀ ଶ୍ରୀଯୁକ୍ତ ନନ୍ଦ ବହୁ ବର୍ଷଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଉତ୍କଳ ପ୍ରାନ୍ତ ଏବଂ ଓଡିଶା ପଶ୍ଚିମ ପ୍ରାନ୍ତର ସଂଘଚାଳକ ଦାୟିତ୍ୱରେ ଥିଲେ । ସେ ବର୍ତ୍ତମାନ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକାରୀ ସମିତିର ସଦସ୍ୟ ଭାବେ ସଂଘ କାର୍ଯ୍ୟ କରୁଛନ୍ତି ।
ସ୍ୱର୍ଗତ ଶ୍ରୀମତୀ ମିଶ୍ରଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କର ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଦୁଃଖର ଛାୟା ଖେଳି ଯାଇଛି । ସଂଘର ଓଡିଶା ପୂର୍ବପ୍ରାନ୍ତର ସଂଘଚାଳକ ଶ୍ରୀଯୁକ୍ତ ସମୀର କୁମାର ମହାନ୍ତି ଶ୍ରୀମତୀ ମିଶ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।, ସୁମନ୍ତ କୁମାର ପଣ୍ଡା, ପ୍ରାନ୍ତ ପ୍ରଚାର ପ୍ରମୁଖ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଓଡିଶା ପୂର୍ବ.























