ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି

0
318

By Our Correspondent

BHUBANESWAR:    ପୂର୍ତ୍ତ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ରାଜ୍ୟ ସରକାରଙ୍କ ପକ୍ଷରୁ ପରିକଳ୍ପିତ ବିଭିନ୍ନ ନୂତନ ପ୍ରକଳ୍ପ ଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରର ଟ୍ରାଫିକ୍ ଭିଡ଼ ହ୍ରାସ ପାଇଁ ପ୍ରାୟ ୭,୦୦୦ କୋଟି ଟଙ୍କା ବିନିଯୋଗ ହେବ। ନୂତନ ଯୋଜନା ଗୁଡ଼ିକର DPR ଶୀଘ୍ର ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ଭୁବନେଶ୍ୱରର ସମ୍ପ୍ରସାରଣ ପାଇଁ ଏକ ଆଉଟର୍ ରିଙ୍ଗ୍ ରୋଡ୍ ର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି। ୧୪୮ କିଲୋମିଟର ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍, ୬ ଲେନ୍ ହେବା ସହିତ ୨ଟି ସର୍ଭିସ୍ ରୋଡ୍ ମଧ୍ୟ ରହିବ। ଏଥିପାଇଁ ସମୁଦାୟ ୬,୧୫୨ କୋଟି ଟଙ୍କା ବିନିଯୋଗ କରାଯିବ। ଏହା ଦ୍ୱାରା ସହରର ସଂପ୍ରସାରଣ ହେବା ସହିତ ଯୋଗାଯୋଗର ସୁବିଧା ବଢିବ। ଅର୍ଥନୈତିକ ଅଭିବୃଦ୍ଧି ସହିତ ପର୍ଯ୍ୟଟନ ବୃଦ୍ଧି ହେବ ଓ ଉତ୍ତମ ପରିବେଶ ମଧ୍ୟ ସୃଷ୍ଟି ହେବ।

ସେହିପରି କେନ୍ଦୁଝର ମା’ ତାରିଣୀଙ୍କ ମନ୍ଦିରର ବିକାଶ ଓ ଚାରିପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ୨୧୪ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟ ତୁରନ୍ତ ଆରମ୍ଭ କରି ସମୟସୀମା ମଧ୍ୟରେ ଶେଷ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here