By RTI Activist Prakash Das
BHUBANESWAR: ପୁରୀ ଶ୍ରୀମନ୍ଦିର ତିନି ଦ୍ଵାର ବନ୍ଦ ପାଇଁ ସରକାର ନେଇନାହାନ୍ତି ନିଷ୍ପତ୍ତି । ଆର.ଟି.ଆଇ ରେ ଖୋଲାସା ପରେ ଘନେଇଲା ବିବାଦ । ସରକାରଙ୍କ ନିଷ୍ପତି ନଥିବା ସତ୍ବେ କାହା ଇଙ୍ଗିତରେ ବନ୍ଦ ହୋଇଥିଲା ଜଗନ୍ନାଥଙ୍କ ତିନି ଦ୍ଵାର ।
ପୁରୀ ଶ୍ରୀମନ୍ଦିରକୁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସନ୍ତି । କିନ୍ତୁ ତତ୍କାଳୀନ ନବୀନ ସରକାର ସମୟରେ ଶ୍ରୀମନ୍ଦିରର ତିନି ଦ୍ୱାରା ବନ୍ଦ କରିଦିଆଗଲା । ଧାଡ଼ି ଦର୍ଶନ ପାଇଁ ସରକାର ବ୍ୟବସ୍ଥା କଲେ । ଭକ୍ତ ବହୁ ହଇରାଣ ଓ ନିରାଶ ହେଲେ । ଏନେଇ ବହୁ ବିବାଦ ଦେଖାଦେଇଥିଲା । କିନ୍ତୁ ସମସ୍ତେ ବାଧ୍ୟହୋଇ ଚୁପ୍ ଥିଲେ କାରଣ ସେତେବେଳେ ପାଣ୍ଡିଆନ ରାଜ ଚାଲିଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଠାରୁ ଆରମ୍ଭ କରି ରାଜ୍ୟର ବହୁ ବଡ଼ବଡ଼ ନିଷ୍ପତ୍ତି ଏବଂ ସରକାରୀ ଓ ପ୍ରଶାସନିକ କଳ ପାଣ୍ଡିଆନଙ୍କ କଣ୍ଟ୍ରୋଲରେ ଥିଲା ।
ମୋହନ ସରକାର ଗଠନ ହେବାର ପ୍ରଥମ କ୍ୟାବିନେଟରେ ଶ୍ରୀମନ୍ଦିରର ଚାରି ଦ୍ବାରା ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।
ଏହାପରେ ସୂଚନାଧିକାର କର୍ମୀ ପ୍ରକାଶ ଦାସ ତା- ୨୦.୦୬.୨୪ ରେ ଓଡ଼ିଶା ସରକାରଙ୍କ ଆଇନ ବିଭାଗକୁ ଏହି ସମ୍ପର୍କିତ ତଥ୍ୟ ପାଇଁ ଆବେଦନ କରିଥିଲେ ।
କ୍ରମିକ ସଂଖ୍ୟା:୧- ଜଗନ୍ନାଥ ମନ୍ଦିର ତିନୋଟି ଦ୍ବାର ବନ୍ଦ ପାଇଁ ସରକାରୀ ସ୍ତରରେ ହୋଇଥିବା ନିଷ୍ପତ୍ତିର ଏକ କପି ପ୍ରଦାନ କରନ୍ତୁ ଏବଂ କେଉଁ ଅଧିକାରୀଙ୍କ/ କତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ବନ୍ଦ ହୋଇଥିଲା ଏହାର ତଥ୍ୟ ପ୍ରଦାନ କରନ୍ତୁ ।କ୍ରମିକ ସଂଖ୍ୟା:୨- ବର୍ତ୍ତମାନ ମନ୍ଦିରର ସମସ୍ତ ଦ୍ବାର ଖୋଲିବା ପାଇଁ ହୋଇଥିବା ନିଷ୍ପତ୍ତିର କପି ପ୍ରଦାନ କରନ୍ତୁ ଏବଂ ଏଥି ସମ୍ପର୍କିତ ନିର୍ଦ୍ଦେଶ ନାମାର କପି ପ୍ରଦାନ କରନ୍ତୁ ।
ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ: ୧୨.୦୬.୨୪ ରେ ସରକାରଙ୍କ କ୍ୟାବିନେଟରେ ଶ୍ରୀମନ୍ଦିର ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିଲେ । ରେଜୁଲେସନ କପି ମଧ୍ୟ ପ୍ରଦାନ କରିଛନ୍ତି ।
କିନ୍ତୁ
ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ: ଶ୍ରୀମନ୍ଦିର ତିନି ଦ୍ଵାର ବନ୍ଦ ପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ କୈାଣସି ନିଷ୍ପତ୍ତି ନିଆଯାଇନାହିଁ । ଏବଂ ଏହାର କୈାଣସି ତଥ୍ୟ ଆଇନ ବିଭାଗ ଓ ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ ବୋଲି ସେମାନେ ତଥ୍ୟ ପ୍ରଦାନ କରିଛନ୍ତି । ଅର୍ଥାତ ବେଆଇନ୍ ଭାବରେ ଶ୍ରୀମନ୍ଦିର ତିନି ଦ୍ଵାର ବନ୍ଦ କରାଯାଇଥିଲା। ।ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଶ୍ରୀମନ୍ଦିର ତିନି ଦ୍ଵାର ବନ୍ଦ ପାଇଁ ସରକାରୀ ଓ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇନାହିଁ ତେବେ କାହା ନିର୍ଦେଶ ବନ୍ଦ କରାଯାଇଥିଲା?? କାହା ଇଙ୍ଗିତରେ ଶ୍ରୀମନ୍ଦିରର ତିନି ଦ୍ୱାରା ବନ୍ଦ କରିଦିଆଗଲା? ଓ ଭକ୍ତ ମାନଙ୍କୁ ହଇରାଣ କରିବା ସହିତ ସେମାନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନରୁ ବଞ୍ଚିତ କରାଗଲା? । ଲୋକଙ୍କ ଭାବାବେଗକୁ କୁଠାର ଘାତ କରାଗଲା କାହିଁକି? ଏହି ଷଡ଼ଯନ୍ତ୍ର କେଉଁ କଳାପାହାଡ଼ ରଚିଥିଲା? । ଏହାର ଜବାବ ବିଜେଡ଼ି, ନବୀନ ବାବୁ ଓ ପାଣ୍ଡିଆନ ବାବୁ ଦିଅନ୍ତୁ । ନଚେତ୍ ଲୋକେ କ୍ଷମା ଦେବେ ନାହିଁ ।
ଏହି ଚାଞ୍ଚଲ୍ୟ କର ତଥ୍ୟ ପାଇବା ପରେ ଆମେ ଅନୁସନ୍ଧାନ କରି ବିଭିନ୍ନ ସୂତ୍ରରୁ ତଥ୍ୟ ସଂଗ୍ରହ କଲୁ ଏହି ନିଷ୍ପତ୍ତି କିଏ ଓ କାହିଁକି ନେଇଥିଲା । ବିଶେଷ ସୂତ୍ରରୁ ଜଣାପଡ଼ିଲା; ଏହି ନିଷ୍ପତ୍ତି ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ଇନର୍ଚ୍ଚଜ ଭି.କେ ପାଣ୍ଡିଆନ ଙ୍କର ଥିଲା ।
ଅନେକ ଅଫିସର ମୋୖଖିକ ଭାବରେ କହିଲେ; ପାଣ୍ଡିଆନ ସାର ହଁ ଡିସିସନ୍ ମେକର ସରକାର ଓ ପ୍ରଶାସନିକ କଳ ତାଙ୍କ ଇଙ୍ଗିତରେ ଚାଲେ ଓ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସେ ନିଅନ୍ତି ଓ ନିଷ୍ପତ୍ତି ବଦଳାଇ ମଧ୍ୟ ପାରନ୍ତି !
ହେଲେ ପୂର୍ଣ୍ଣ ବାର ମୋର ପ୍ରଶ୍ନ ଥିଲା: ସରକାରୀ ଓ ପ୍ରଶାସନିକ ସ୍ତରରେ କୈାଣସି ଅଫିସିଆଲ୍ କାଗଜ ନାହିଁ ତେବେ ପାଣ୍ଡିଆନଙ୍କ ଆଦେଶ/ନିଷ୍ପତ୍ତି କାର୍ଯ୍ୟକାରୀ ହେଉଛି କେମିତି??
ଉତ୍ତର ଆସିଲା: ପାଣ୍ଡିଆନ ସାର ଗୋଟିଏ ଫୋନ୍ ମାରି କହିଲେ ତାହା ଆଦେଶ/ନିର୍ଦ୍ଦେଶ କାମ ହବ ହିଁ ହବ । ସାର୍ ଗୋଟିଏ ଫୋନ ମାରି ଯେଉଁ କାମ ବନ୍ଦ କରିବା ପାଇଁ କହିବେ ତାହା ତୁରନ୍ତ ବନ୍ଦ ହେବ । ସାର୍ ଙ୍କ ବିନା ଗଛ ପତ୍ର ହଲେନା ।
ତେବେ ଓଡ଼ିଶା ବାସୀ ବିଚାର କରନ୍ତୁ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ ଆପଣ ମାନେ ଭୋଟ ଦେଇ କ୍ଷମତାକୁ ଆଣୁଥିଲେ କିନ୍ତୁ ନବୀନ ବାବୁ ନିଷ୍ପତ୍ତି ନେଉନଥିଲେ । ସରକାରୀ ଓ ପ୍ରଶାସନିକ ସ୍ତରରେ କ’ଣ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ସେ ଜାଣୁ ନଥିଲେ । ନବୀନ ବାବୁ ନିଜକୁ ଜଗନ୍ନାଥଙ୍କ ବଡ ଭକ୍ତ ବୋଲି କୁହନ୍ତି କିନ୍ତୁ ଜଗନ୍ନାଥଙ୍କ ତିନି ଦ୍ବାର ଷଡ଼ଯନ୍ତ୍ର କରି ବନ୍ଦ କରାଗଲା । ଭକ୍ତ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଲେ କିନ୍ତୁ ନବୀନ ବାବୁ ଚୁପ୍ ଥିଲେ ତାଙ୍କର କୈାଣସି ଚିନ୍ତା ନଥିଲା । କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ରାଜନୀତି କରନ୍ତି ।
ତେଣୁ ଓଡ଼ିଶା ସରକାରଙ୍କୁ ଦାବି କରୁଛୁ; ସରକାର ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।


























