By Our Correspondent
PURI/BHUBANESWAR: ପୁରୀ ଶ୍ରୀକ୍ଷେତ୍ରର ଏକ ହୋଟେଲରେ କିଛି ବ୍ୟକ୍ତି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରୁଥିବା ଚିତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ଶ୍ରୀମନ୍ଦିର ପ୍ରଶାସନର ନଜରକୁ ଆସିଅଛି l ଏହି ଚିତ୍ରକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି l
ଏହି ସନ୍ଦର୍ଭରେ ଶ୍ରୀମନ୍ଦିର ପକ୍ଷରୁ ସ୍ପଷ୍ଟ କରାଯାଉଛି ଯେ, ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ l ଭୂମିରେ ବସି ମହାପ୍ରସାଦ ସେବନର ବିଧି ପରମ୍ପରା ଅନାଦି କାଳରୁ ରହିଆସିଛି l
ତେଣୁ ଏଭଳି ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟରୁ ବିରତ ରହିବାକୁ ସମସ୍ତ ଭକ୍ତ ସମାଜକୁ ବିନମ୍ର ନିବେଦନ କରାଯାଉଛି l ହୋଟେଲ ଗୁଡିକ ମଧ୍ୟ ଏଥିପାଇଁ ଦୃଷ୍ଟି ଦେବା ସହ ନିଜ ଅତିଥିଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବାକୁ ଅନୁରୋଧ l




























