ପୁରୀ ରଥଯାତ୍ରାରେ ଆରଏସ୍‌ଏସ୍‌ର ସେବାକାର୍ଯ୍ୟ, ୧୫୦୦ ଉର୍ଦ୍ଧ୍ୱ ସ୍ୱୟଂସେବକ ନିୟୋଜିତ

0
107
ପୁରୀ ରଥଯାତ୍ରାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ୧୦ ପ୍ରକାର ସେବାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ଏହି ସେବାକାର୍ଯ୍ୟରେ ୧୫୦୦ ଉର୍ଦ୍ଧ୍ୱ ସ୍ୱୟଂସେବକ ନିୟୋଜିତ ଥିଲେ । ଆହତ ଓ ମୂର୍ଚ୍ଛିତମାନଙ୍କୁ ଚିକିତ୍ସାଳୟରେ ଭର୍ତି କରିବା, ଆମ୍ବୁଲାନ୍ସ ଯିବାଆସିବା ନିମନ୍ତେ ଭିଡ ଭିତରେ ଆମ୍ବୁଲାନ୍ସ ପାଇଁ ୫୦୦ ମିଟର ମାନବୀୟ ରାସ୍ତା ନିର୍ମାଣ କରିଥିଲେ ସ୍ୱୟଂସେବକ । ଯାହାଦ୍ୱାରା ରୋଗୀମାନଙ୍କୁ ଭିଡ ମଧ୍ୟରେ ରଥ ପାଖରୁ ଆମ୍ବୁଲାନ୍ସ ନିକଟରେ ସହଜରେ ପହଂଚାଯାଇ ପାରୁଥିଲା ।

By Our Correspondent

PURI/BHUBANESWAR:  ପୁରୀ ରଥଯାତ୍ରାରେ ଉତ୍କଳ ବିପନ୍ନ ସହାୟତା ସମିତି ତରଫରୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସଂଯୋଜନାରେ ୧୦ ପ୍ରକାର ସେବାକାର୍ଯ୍ୟ ଅନୁଷ୍ଠିତ ହୋଇ ଯାଇଛି । ଏହି ସେବାକାର୍ଯ୍ୟରେ ୧୫୦୦ ଉର୍ଦ୍ଧ୍ୱ ସ୍ୱୟଂସେବକ ନିୟୋଜିତ ଥିଲେ । ଆହତ ଓ ମୂର୍ଚ୍ଛିତମାନଙ୍କୁ ଚିକିତ୍ସାଳୟରେ ଭର୍ତି କରିବା, ଆମ୍ବୁଲାନ୍ସ ଯିବାଆସିବା ନିମନ୍ତେ ଭିଡ ଭିତରେ ଆମ୍ବୁଲାନ୍ସ ପାଇଁ ୫୦୦ ମିଟର ମାନବୀୟ ରାସ୍ତା ନିର୍ମାଣ କରିଥିଲେ ସ୍ୱୟଂସେବକ । ଯାହାଦ୍ୱାରା ରୋଗୀମାନଙ୍କୁ ଭିଡ ମଧ୍ୟରେ ରଥ ପାଖରୁ ଆମ୍ବୁଲାନ୍ସ ନିକଟରେ ସହଜରେ ପହଂଚାଯାଇ ପାରୁଥିଲା ।

ସଂଘ ତରଫରୁ ପ୍ରାଥମିକ ଚିକିତ୍ସାରେ ୮ଜଣ ଡାକ୍ତର, ୨ଜଣ ଫାର୍ମାସିଟ୍‌, ୨ ସହାୟକ , ୨ଟି ଆମ୍ବୁଲାନ୍ସ ସେବାରେ ୪୦ଜଣ , ୯ଟି ଷ୍ଟ୍ରେଚର ସେବାରେ ୩୬ ଜଣ, ୧୦ଟି ସ୍ଥାନରେ ପାନୀୟ ଜଳବିତରଣ ପାଇଁ ୬୦ ଜଣ , ୫ଟି ସ୍ଥାନରେ ଭ୍ରାମ୍ୟମାଣ ପାନୀୟ ଜଳ ବିତରଣ ପାଇଁ ୨୦ ଜଣ, ୧୪ଟି ମେସିନ ମାଧ୍ୟମରେ ଜଳ ସିଂଚନ ପାଇଁ ୪୨ଜଣ, ଡାକ୍ତରଖାନାରେ ବିଭିନ୍ନ ବିଭାଗରେ ୩୫୦ ଜଣ ରୋଗୀଙ୍କ ସହାୟତା  ପାଇଁ ୨୫ ଜଣ, ସ୍ୱଚ୍ଛତା ପାଇଁ ୧୦ଟି ଗ୍ରୁପ ମାଧ୍ୟମରେ  ୧୫୦ ଜଣ, ଖାଦ୍ୟବିତରଣ ପାଇଁ ୬୦ ଜଣ,ଆମ୍ବୁଲାନ୍ସଗମନାଗମନ କରିଡର ପାଇଁ ୧୦୫୯ ଜଣ ସ୍ୱୟଂସେବକ ସେବାକାମରେ ଲାଗିଥିଲେ । ଜୁନ ୭ ଓ ୮ ଦୁଇ ଦିନ ଧରି ସ୍ୱୟଂସେବକମାନେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ନିରବଛିନ୍ନ ଭାବରେ ସେବାକାର୍ଯ୍ୟ କରିଥିଲେ । ୨୦୦୫ ମସିହାରୁ ସ୍ୱୟଂସେବକମାନେ ଏପରି  ଅନେକ କାର୍ଯ୍ୟ ପ୍ରଶାସନ ସହ ମିଶି କରି ଆୁସଛନ୍ତି । ଏହି ୧୦ ପ୍ରକାର ସେବା ମଧ୍ୟରୁ ପ୍ରାଥମିକ ଚିକିତ୍ସା ଦୀର୍ଘ ୯ ଦିନ ବ୍ୟାପି ଅନୁଷ୍ଠିତ ହେଉଅଛି ।

ଭୁବନେଶ୍ୱର,କଟକ ଓ ବ୍ରହ୍ମପୁରର ଡାକ୍ତରମାନେ ଆସି ପ୍ରାଥମିକ ଚିକିତ୍ସା ପ୍ରଦାନ କରୁଛନ୍ତି । ଜୁନ୍ ୬ ତାରିଖ ସନ୍ଧ୍ୟା ସମୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଘୋଡା ବଜାର ଠାରେ ସଂଘର ଅଧିକାରୀମାନେ ସମସ୍ତ ସ୍ୱୟଂସେବକମାନଙ୍କୁ୧୦ ଭାଗରେ ସେବାର ଗୁରୁଦାୟିତ୍ୱ ସମ୍ପର୍କରେ ବୁଝାଇଥିଲେ । ଜୁନ ୭ ତାରିଖ ପ୍ରାତଃ ୭ ଘଟିକା ସମୟରେ ଗୁଣ୍ଡିଚା ମନ୍ଦିର ନିକଟରେ ସେବାକାର୍ଯ୍ୟର ଉଦ୍‌ଘାଟନ ପରେ ରଥଯ।।ତ୍ରାରେ ସେବା ଯୋଗାଇ ଦେଇଥିଲେ ।

ସଂଘର ଓଡିଶା ପୂର୍ବ ପ୍ରାନ୍ତର ସଂଘଚାଳକ ସମୀର କୁମାର ମହାନ୍ତି, ରାଷ୍ଟ୍ରୀୟ ସେବା ଭାରତୀର ସଂଗଠନ ମନ୍ତ୍ରୀ ସୁଧିର ଜୀ, କ୍ଷେତ୍ର ସଂପର୍କ ପ୍ରମୁଖ ବିଦ୍ୟୁତ୍ ମୁଖାର୍ଜୀ, ପ୍ରାନ୍ତ ପ୍ରଚାରକ ବିପିନ ପ୍ରସାଦ ନନ୍ଦ, ସହପ୍ରାନ୍ତ କାର୍ଯ୍ୟବାହ ଇଂ.ସୁଦର୍ଶନ ଦାସ, ପ୍ରାନ୍ତ ସେବା ପ୍ରମୁଖ ଶାନ୍ତନୁ ମାଝି, ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଅକ୍ଷୟ ବିଟ୍‌, ସେବା ଭାରତୀର ପ୍ରାନ୍ତ ସଂଗଠନ ମନ୍ତ୍ରୀ କୈଳାସ ଚନ୍ଦ୍ର ଜେନା, ରଥଯାତ୍ରା ସେବାର ସଂଯୋଜକ ରୁଦ୍ର ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ସେବାକାର୍ଯ୍ୟର ତଦାରଖ କରୁଛନ୍ତି ।

 

LEAVE A REPLY

Please enter your comment!
Please enter your name here