ପୁରୀ ପୌରପାଳିକା ଦେଇଥିବା ଲିଜ୍ ଜମି ଉପରେ ବର୍ତ୍ତମାନ ଭୋଗ ଦଖଲରେ ଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସେହି ଜମିକୁ ସରକାରଙ୍କଠାରୁ ଲିଜ୍ ନେବାର ବ୍ୟବସ୍ଥା ନେଇ ନିଷ୍ପତ୍ତି

0
379

By Our Correspondent

BHUBANESWAR:   ଲୋକଙ୍କ ସୁବିଧା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ଆଗତ ଓଡ଼ିଶା ସରକାର ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନକୁ କ୍ୟାବିନେଟ ବୈଠକରେ ମିଳିଛି ମଞ୍ଜୁରୀ।

ପୁରୀ ପୌରପାଳିକା ଦେଇଥିବା ଲିଜ୍ ଜମି ଉପରେ ବର୍ତ୍ତମାନ ଭୋଗ ଦଖଲରେ ଥିବା ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନକୁ ସେହି ଜମିକୁ ସରକାରଙ୍କଠାରୁ ଲିଜ୍ ନେବାର ବ୍ୟବସ୍ଥା ନେଇ ନିଷ୍ପତ୍ତି ହୋଇଛି।

ଭୁବନେଶ୍ୱର ଓ ଜଟଣୀ ତହସିଲରେ ଘରଡିହ ଶୂନ୍ୟ ବ୍ୟକ୍ତିଙ୍କୁ ଦିଆଯାଇଥିବା ଲିଜ୍ ଜମିକୁ ଭୋଗ ଦଖଲରେ ଥିବା ଯୋଗ୍ୟ ବ୍ୟକ୍ତିଙ୍କ ସପକ୍ଷରେ ସ୍ଥିତିବାନ ସ୍ଵତ୍ଵରେ ରେକର୍ଡ ବ୍ୟବସ୍ଥା ହୋଇଛି।

ଏଥିସହ ସହରାଞ୍ଚଳରେ ସରକାରୀ ଜମି ବନ୍ଦୋବସ୍ତ କରିବାକୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀଙ୍କ ବାର୍ଷିକ ଆୟ ସୀମା ଯଥାକ୍ରମେ ୮,୪୦୦ – ୩.୦୦ ଲକ୍ଷ ଏବଂ ୩୦,୦୦୦ – ୮.୦୦ ଲକ୍ଷକୁ ବୃଦ୍ଧି ନେଇ ପ୍ରସ୍ତାବ କ୍ଯାବିନେଟର ଅନୁମୋଦନ ଲାଭ କରିଛି।

LEAVE A REPLY

Please enter your comment!
Please enter your name here