ପୁରୀ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଚଳିତ ମାସ ୨୧ ଓ ୨୨ ତାରିଖରେ ଶରଧାବାଲି ଠାରେ ଅନୁଷ୍ଠିତ ହେବ

0
88

By Our Correspondent

PURI/BHUBANESWAR:  ପୁରୀ ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଚଳିତ ମାସ ୨୧ ଓ ୨୨ ତାରିଖରେ ଶରଧାବାଲି ଠାରେ ଅନୁଷ୍ଠିତ ହେବ।ଏଥିରେ ୩୦ ଟି ଷ୍ଟଲ ସହ ଦୈନିକ ୭୦୦ ରୁ ଉର୍ଦ୍ଧ୍ବ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ହିତାଧିକାରୀଙ୍କ ମଧ୍ୟରେ ଆଲୋଚନା ଅନୁଷ୍ଠିତ ହେବ ବୋଲି କହିଛନ୍ତି ମୁଖ୍ୟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଡା ଶରତ କୁମାର ବେହେରା ଓ ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ।

ଆଜି ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗର ମିଳିତ ସହଯୋଗରେ ୨ ଦିନିଆ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଆୟୋଜନ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏଥିରେ ସୂଚନା ଦେଇ ଉଭୟ ଅଧିକାରୀ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ବିକାଶ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି କହିଥିଲେ।ହିତାଧିକାରୀ ମାନେ ଏହା ଦ୍ଵାରା ଉପକୃତ ହେବା ସହ ଆର୍ଥିକ ସମୃଦ୍ଧି ଲାଭ,ସେମାନଙ୍କ ମଧ୍ୟରେ ଥିବା ସମସ୍ୟା ର ସମାଧାନ ଓ ନୂତନ ଜ୍ଞାନ ଆହରଣ ର ବ୍ୟବସ୍ଥା କରାଯାଇଛି।

ବିଭାଗର ବିବିଧ ଯୋଜନା, ସହାୟତା, ଓ ସହଯୋଗ ସମ୍ପର୍କରେ ଜନ ସଚେତନତା ସୃଷ୍ଟି ସହ ଅଧିକ ରୁ ଅଧିକ ହିତାଧିକାରୀ ଯେପରି ଏହା ଦ୍ଵାରା ଆକୃଷ୍ଟ ହୋଇ ଉପକୃତ ହେବେ ସେଥିପାଇଁ ଏ ମେଳାର ଆୟୋଜନ ବୋଲି ସେମାନେ କହିଥିଲେ।

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି ଏହି ମେଳା ଦ୍ଵାରା ସହଜ ହୋଇ ପାରିବ।ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ହିତାଧିକାରୀଙ୍କୁ ଏହି ମେଳାରେ ସମ୍ବର୍ଦ୍ଧିତ କରାଯିବା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦର ପ୍ରଦର୍ଶନୀ ମଧ୍ୟ କରାଯିବ।ସାସ୍କୃତିକ କାର୍ଯ୍ୟକ୍ରମ ସହ ଏଲ ଇ ଡି ସ୍କ୍ରିନ ମାଧ୍ୟମରେ ବିବିଧ ସୂଚନା ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ରାଜେଶ କୁମାର ପାଣିଗ୍ରାହୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

 

 

LEAVE A REPLY

Please enter your comment!
Please enter your name here