ପୁରୀରେ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ବଜେଟରେ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶାର ବିକାଶ ଓ ପର୍ଯ୍ୟଟନକୁ ମିଳିଛି ଗୁରୁତ୍ୱ, କୋଷ୍ଟାଲ ହାଇଓ୍ୱେ ନୂଆ ଓଡ଼ିଶାର ଜୀବନରେଖା ହେବ

0
182

By Our Correspondent

PURI/BHUBANESWAR:  ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ଆତିଥେୟତା ଶିଳ୍ପ, ଅନୁକୂଳ ବ୍ୟବସାୟିକ ଓ ସାମାଜିକ ବାତାବରଣକୁ ବଢାଇବା ପାଇଁ ହେବ ।  ପାରଦର୍ଶୀତାର ସହ ଓ୍ୱେଲଥ୍ କ୍ରିଏସନ ନ କଲେ ସମାଜରେ ନୂଆ ନିଯୁକ୍ତି ସୃଷ୍ଟି ହେବ ନାହିଁ ବୋଲି ରବିବାର ପୁରୀ ଠାରେ ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସେ କହିଛନ୍ତି ଯେ, ଓଡ଼ିଶାରେ ପର୍ଯ୍ୟଟନର ଅପାର ସମ୍ଭାବନା ଅଛି । ମାତ୍ର ବ୍ୟବସାୟିକ ବାତାବରଣ ଏବଂ ସଠିକ୍ ରଣନୈତିକ ଯୋଜନା ନଥିବାରୁ ଆମେ ଓଡ଼ିଶାକୁ ରାଜସ୍ଥାନ ଭଳି ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିପାରୁନାହୁଁ । ଆମକୁ ଯୋଜନାଭିତ୍ତିକ ଭାବରେ ବ୍ୟବସାୟର ଏକ ପରିସଂସ୍ଥାନ ତିଆରି କରିବା ପାଇଁ ହେବ ।

ହୋଟେଲ୍ ସ୍ୱସ୍ତି ହେଉ କିମ୍ବା ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଥିବା ବେଲଗାଡିଆ ପ୍ୟାଲେସ ହେଉ, ଏ ସବୁକୁ ଦେଖିଲେ ଓଡ଼ିଆ ଲୋକମାନେ ଓଡ଼ିଆ ଲୋକମାନେ ପର୍ଯ୍ୟଟନଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହନ ଦେବାର ବଡ ଯୋଜନା ତିଆରି କରିପାରିବେ ବୋଲି ମନରେ ଆକାଂକ୍ଷା ଜାତ ହୋଇଥାଏ । ସେହିପରି ଯେଉଁ ଅଞ୍ଚଳ ସ୍ୱଚ୍ଛ ହେବ ନାହିଁ ସେଠାରେ ଯେତେ ଭିତ୍ତିଭୂମି ତିଆରି କଲେ ମଧ୍ୟ କାମରେ ଆସିବ ନାହିଁ । ପର୍ଯ୍ୟଟନ ଭିତ୍ତିଭୂମି ସୃଷ୍ଟି ପାଇଁ ସ୍ୱଚ୍ଛତାକୁ ଗୁରୁତ୍ୱ ଦେବା ଜରୁରୀ ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ଚଳିତ ବଜେଟରେ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପକୁ ମଜଭୂତ୍ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶାର ବିକାଶ ସହ ବହୁ ପ୍ରତିକ୍ଷୀତ ‘କୋଷ୍ଟାଲ ହାଇଓ୍ୱେ’ର କାମ ଖୁବ ଶୀଘ୍ର ଆରମ୍ଭ କରିବା ନେଇ ମୋଦୀ ସରକାର ଯୋଜନା କରୁଛନ୍ତି । କୋଷ୍ଟାଲ ହାଇଓ୍ୱେ ନୂଆ ଓଡ଼ିଶାର ଜୀବନରେଖା ହେବ ।  ବର୍ତ୍ତମାନ ସମୟରେ ଆମକୁ ରାଜପଥ, ଜଳପଥ, ବନ୍ଦର, ବିମାନବନ୍ଦର ଭିତ୍ତିଭୂମିକୁ ବଢାଇ ନିଯୁକ୍ତି ଓ ସ୍ଥାନୀୟ ଅର୍ଥନୀତିକୁ ସଦୃଢ କରିବା ପାଇଁ ହେବ ।

ଆତିଥେୟତା ଏବଂ ସେବା ଶିଳ୍ପ ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପକୁ ତ୍ୱରାନ୍ୱିତ କରାଇବା ପାଇଁ ପଡିବ । ଓଡ଼ିଶାରେ ଆତିଥେୟତା ଶିଳ୍ପକୁ ବଢାଇବା ପାଇଁ ବିଜେପି ସରକାର ପ୍ରାଥମିକତା ଦେବ । ଆତିଥେୟତା ଶିଳ୍ପ ରୋଜଗାର ସୃଷ୍ଟି କରିବାର ବଡ ମାଧ୍ୟମ । ରାଜ୍ୟର ଭୌଗୋଳିକ ସ୍ଥିତିର ସୁଯୋଗକୁ ବ୍ୟବହାର କରି ଯେପରି ଆମେ ସମସ୍ତେ ନୂଆ ଓଡ଼ିଶା ଗଠନରେ ସାମୂହିକ ଦାୟିତ୍ୱ ନେବା, ତାହା ଆମର ସଂକଳ୍ପ ହେଉ ।

ସ୍ୱସ୍ତି ପ୍ରିମିୟମ୍ ବିଚ୍ ରିସର୍ଟର ଉଦଘାଟନ ଅବସରରେ ସ୍ୱସ୍ତି ଗ୍ରୁପକୁ ଅଭିନନ୍ଦନ ଜଣାଇବା ସହ ଓଡ଼ିଶାର କଳା ଏବଂ ଐତିହ୍ୟର ଛାପ ଥିବା ଏହି ହୋଟେଲ୍ ପୁରୀର ଆତିଥେୟତା ଓ ସେବା ଶିଳ୍ପ କ୍ଷେତ୍ରରେ ନୂଆ ପରିଚୟ ତିଆରି କରିବ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେଭି ସିଂହଦେଓ, ରାଜ୍ୟ ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାଂସଦ ସମ୍ବିତ୍ ପାତ୍ର ଏବଂ ପୁରୀ, ବ୍ରହ୍ମଗିରି ଓ ଏକାମ୍ର ଭୁବନେଶ୍ୱର ବିଧାୟକ ଯୋଗଦେଇଥିଲେ ।

 

 

 

 

 

 

 

 

 

 

 

LEAVE A REPLY

Please enter your comment!
Please enter your name here