ପାଣ୍ଡିଆନକୁ ବିରୋଧ ହେଉଛି କାହିଁକି?

0
287

By Our Correspondent

BHUBANESWAR:  ପାଣ୍ଡିଆନକୁ ବିରୋଧ ହେଉଛି କାହିଁକି? ଓଡ଼ିଆକୁ ବାହାହେଲେ କିଏ ଓଡ଼ିଆ ହୋଇ ପାରିବ ନାହିଁ..ଅନ୍ୟ ଜାତିରେ ବାହାହେଲେ ସଂସ୍କୃତି ବଢି ପାରିନାହିଁ,ବାହାର ଲୋକ ଓଡ଼ିଆଙ୍କୁ ବାହାହେଲେ ଓଡ଼ିଆ ସଂସ୍କୃତିକୁ ନିଜର କରିବା ବହୁତ କଷ୍ଟକର କାମ ଅଟେ..ଓଡ଼ିଆ ଆସନ୍ତୁ ଆଗେଇ.

ପାଣ୍ଡିଆନକୁ ବିରୋଧ ହେଉଛି କାହିଁକି?

୧. ସଚିବ ଭାବରେ ଗଲା ୧୦ବର୍ଷ ହେଲା ଅଖଣ୍ଡ କ୍ଷମତା ରେ ରହି ମଧ୍ୟ ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ କୈାଣସି ଗୋଟିଏ ଆଖି ଦୃଷ୍ଟିଆ ବଡ଼ କାମ, ବଡ଼ ସଫଳ ଯୋଜନା କିମ୍ବା ସୁଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରି ପାରିଲେ ନାହିଁ।

୨.  ତାଙ୍କ ତତ୍ତ୍ୱାବଧାନରେ 5T(Time, Transperency, Team Work, Technology & transformation) ଭଳି ଗୋଟିଏ ଭଲ ଓ ବଡ଼ ପ୍ରୟାସ ର ଅତ୍ୟଧିକ ଦୁରୁପଯୋଗ ହୋଇଛି।

୩. ପ୍ରଶାସନିକ ବ୍ୟବସ୍ଥା ଭୁଷୁଡି ଯାଇଛି। ପ୍ରତି କଥାରେ 5Tର ନାଁ ନେଇ ପ୍ରଶାସନିକ ଅଫିସରମାନେ ଆଗ ଅପେକ୍ଷା ଆହୁରି ଢିଲା ଓ ସ୍ୱଚ୍ଛାଚାରୀ ହୋଇଯାଇଛନ୍ତି। ଅଫିସର ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା ବଢ଼ିଯାଇଛି।

୪. 5T କହିଲେ ସେ ମହାଶୟ କେବଳ ନିର୍ମାଣ କାମ(civil works) କୁ ବୁଝୁଛନ୍ତି।

୫. କେନ୍ଦ୍ରସରକାରଙ୍କ ସହ ମଧ୍ୟସ୍ଥତାରେ ରାଜ୍ୟର ଖଣିଜ ସମ୍ପଦର ବହୁଳ ଅପବ୍ୟବହାର(ଲୁଟ) ହେଉଛି।

୬. 5T ନାଁ ରେ ରାଜ୍ୟରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି।

୭. ଖଣିଜ ସମ୍ପଦରେ ଭରପୁର ଆମ ରାଜ୍ୟର ଯୁବକ ପେଟପାଟଣା ପାଇଁ କାମ କରିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି।

୮. ବିଭିନ୍ନ ପ୍ରକାରର ଚୁକ୍ତିଭିତ୍ତିକ/ଯୋଜନା ଭିତ୍ତିକ ନିଯୁକ୍ତି ନାଁ ରେ ଯୁବ ପିଢ଼ି ସହ ଛଳନା କରାଯାଉଛି।

୯. ସାଧାରଣ ବରମୁଣ୍ଡା ବସଷ୍ଟାଣ୍ଡ ଓ ପୁରୀ କରିଡ଼ର କାମ ତଦାରଖ ପାଇଁ ମାସକୁ ୫ଥର ଯାଉଥିବା ଲୋକ ସମଗ୍ର ରାଜ୍ୟର ଦାୟିତ୍ଵ ନେଇ ସୁରୁଖୁରୁରେ କିପରି  ପରିଚାଳନା କରିପାରିବ ତାହା ସନ୍ଦେହ ସୃଷ୍ଟି କରୁଛି।

୧୦. ଆମ ଭାଷା ଓ ସଂସ୍କୃତିର ପ୍ରଚାର, ପ୍ରସାର ପ୍ରତି ଅବହେଳା କରାଯାଇଛି ଓ ଜାଣିଶୁଣି ଓଡ଼ିଆମାନଙ୍କୁ ହୀନ ଭାବରେ ବ୍ୟବହାର କରାଯାଉଅଛି।

ସଚିବ ନିଜେ ମୁଖିଆଙ୍କ ନାଁ ନେଇ ସରକାରୀ ବ୍ୟବସ୍ଥାର ଅପବ୍ୟବହାର କରିଛନ୍ତି ବୋଲି ଜନସାଧାରଣ ସନ୍ଦେହ କରନ୍ତି। ହେଲିକପ୍ଟର ଘଟଣା ବିଷୟରେ ସମସ୍ତେ ଅବଗତ ଅଛନ୍ତି।

(From a social media post)

LEAVE A REPLY

Please enter your comment!
Please enter your name here