ପାଉରୀ ଭୂୟାଁ, ପାଉଡି ଭୂୟାଁ, ଚୁକ୍ତି ଭୁଂଜିଆ, ବଣ୍ଡୋ, ମାଙ୍କଡିଆ ସଂପ୍ରଦାୟଙ୍କୁ ସାମିଲ କରି ନିକଟରେ ବିଜେପି ନେତୃତ୍ୱାଧିନ ଏନ୍ଡିଏ ସରକାର ଜନଜାତିଙ୍କ ପ୍ରତି କଟିବଦ୍ଧତାକୁ ପ୍ରମାଣିତ କରିଛନ୍ତି

0
164

By Our Correspondent

BHUBANESWAR:   ଓଡିଶାର ଅନୁସୂଚିତ ଜନଜାତି ତାଲିକାରେ ଅନେକ ନୂତନ ସଂପ୍ରଦାୟକୁ ସାମିଲ କରାଯାଇଛି । ପାଉରୀ ଭୂୟାଁ, ପାଉଡି ଭୂୟାଁ, ଚୁକ୍ତି ଭୁଂଜିଆ, ବଣ୍ଡୋ, ମାଙ୍କଡିଆ ସଂପ୍ରଦାୟଙ୍କୁ ସାମିଲ କରି ନିକଟରେ ବିଜେପି ନେତୃତ୍ୱାଧିନ ଏନ୍‌ଡିଏ ସରକାର ଜନଜାତିଙ୍କ ପ୍ରତି କଟିବଦ୍ଧତାକୁ ପ୍ରମାଣିତ କରିଛନ୍ତି । ମୋଦୀ ସରକାର ଆଦିବାସୀ ଓ ଅନୁସୂଚିତ ଜନଜାତିଙ୍କ ଲାଗି ବନଧନ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ଆଦିବାସୀମାନେ ଖାଦ୍ୟ ଉତ୍ପାଦନ କରି ଆର୍ôଥକ କ୍ଷେତ୍ରରେ ସ୍ୱଚ୍ଛଳ ହୋଇପାରିବେ।

୨୦୦୪ – ୨୦୧୩ ମସିହା ଭିତରେ ମାତ୍ର ୯୦ଟି ଏକଲବ୍ୟ ଆବାସିକ ମଡେଲ ବିଦ୍ୟାଳୟ ତୁଳନାରେ ୨୦୧୪ – ୨୦୨୪ ରେ ୬.୫ ଗୁଣା ବୃଦ୍ଧି ପାଇ ୭୪୦ଟି ଅନୁମୋଦିତ ହୋଇଛି । ୨୦୨୧-୨୨ ରୁ ୨୦୨୫-୨୬ ଅବଧି ପାଇଁ ୨୮୯୧୯.୭୨ କୋଟି ଟଙ୍କା ଅନୁମୋଦନ ହୋଇଛି । ଏକଲବ୍ୟ ଆବାସିକ ମଡେଲ ବିଦ୍ୟାଳୟ ପାଇଁ ୨୦୧୩-୧୪ ରେ ମାତ୍ର ୨୭୮.୭୬ କୋଟି ଟଙ୍କା ଆବଂଟନ ହୋଇଥିବାବେଳେ ୨୦୨୩-୨୪ରେ ୨୧ ଗୁଣା ବୃଦ୍ଧି ପାଇ ୫୯୪୩ କୋଟି ଟଙ୍କାକୁ ପହଂଚିଛି । ୨୦୧୩-୧୪ରେ ପ୍ରତ୍ୟେକ ଝିଅ ପିଲା ପାଇଁ ବାର୍ଷିକ ହାରାହାରି ୨୪୨୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୨୦୨୩-୨୪ରେ ଏହା ବୃଦ୍ଧି ପାଇ ୧୦୯୦୦୦ ଟଙ୍କା ହୋଇଛି । ପଞ୍ଜୀକୃତ ଛାତ୍ରଙ୍କ ସଂଖ୍ୟା ୨୦୧୩ ତୁଳନାରେ ୩.୫ଗୁଣା ବୃଦ୍ଧି ପାଇ ୧୩୨୨୭୫କୁ ପହଂଚିଛି ।

ଆସନ୍ତା ୩ ବର୍ଷରେ ୩.୫ ଲକ୍ଷ ଆଦିବାସୀ ଛାତ୍ରଙ୍କ ଶିକ୍ଷା ପାଇଁ ମୋଦି ସରକାର ୭୪୦ ଟି ଏକଲବ୍ୟ ଆବାସିକ ବିଦ୍ୟାଳୟ ପାଇଁ ୩୮୮୦୦ ଶିକ୍ଷକ ଏବଂ ସହାୟକ ନିଯୁକ୍ତ କରିବେ । ଫେବୃଆରୀ ୧୨, ୨୦୨୪ ସୁଦ୍ଧା ନିଯୁକ୍ତି ମେଳା ଜରିଆରେ ୧୦୦୦୦ ଶିକ୍ଷକଙ୍କୁ ନିଯୁକ୍ତି ମିଳିସାରିଛି । ଓଡିଶାରେ ୧୧୪ଟି ଏକଲବ୍ୟ ବିଦ୍ୟାଳୟ ସ୍ଥାପନା ହୋଇଛି । ୮୭ଟି ନୂତନ ଏକଲବ୍ୟ ମଡେଲ ଆବସିକ ବିଦ୍ୟାଳୟ ମଞ୍ଜୁର ହୋଇଛି । ପ୍ରତ୍ୟେକ ବିଦ୍ୟାଳୟରେ ପ୍ରାୟ ୫୦୦ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇବା ସହିତ ମାଗଣାରେ ବହି, ୟୁନିଫର୍ମ, ଖାଦ୍ୟ, ରହିବା ଇତ୍ୟାଦି ମିଳିବ ।

ଜଙ୍ଗଲ ଅଧିକାର ଆଇନ (୨୦୦୬), ମଲ୍ଟି ସେକ୍ଟରାଲ ସ୍‌କିମ, ପିଭିଟିଜିଙ୍କ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନାର ସଫଳ କାର୍ଯ୍ୟାନ୍ୱନ କାରଣରୁ ଦେଶ ତଥା ଓଡିଶାର ଜନଜାତି ସଂପ୍ରଦାୟ ଅନେକ ଲାଭାନ୍ୱିତ ହୋଇଛି । ପ୍ରଧାନମନ୍ତ୍ରୀ ଆଦି ଆଦର୍ଶ ଗ୍ରାମ ଯୋଜନାରେ ଓଡିଶାର ୩୪୦୦ଟି ଗ୍ରାମ ଚିହ୍ନଟ କରାଯାଇଛି ଏବଂ ଯେଉଁଥିରୁ ୧୬୦୦ଟି ଗ୍ରାମକୁ ଚଳିତ ଆର୍ଥୀକ ବର୍ଷରେ ପ୍ରତ୍ୟେକ ଗ୍ରାମ ପାଇଁ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ମୁଦ୍ରା ଋଣ ଯୋଜନା ମାଧ୍ୟମରେ ଅନୁସୂଚିତ ବର୍ଗଙ୍କ ଆତ୍ମନିଯୁକ୍ତି ବା ବ୍ୟବସାୟ ପାଇଁ ୨୦୨୨-୨୩ ବାର୍ଷିକ ବଜେଟ୍‌ରେ ୧.୪୨ ଲକ୍ଷ କୋଟି ଟଙ୍କାର ଅର୍ଥ ବ୍ୟୟ ବରାଦ କରାଯାଇଛି ।

ଅନୁସୂଚିତ ଜାତିର ବିଦ୍ୟାର୍ଥୀମାନଙ୍କୁ ମାଟ୍ରିକ ପୂର୍ବ ଓ ପରବର୍ତୀ ଶିକ୍ଷା ପାଇଁ ମିଳୁଥିବା ଛାତ୍ରବୃତି ବ୍ୟବସ୍ଥାକୁ ପୂର୍ଣ୍ଣରୂପରେ ସୁଦୃଢ଼ କରାଯାଇଛି ଏବଂ ମୋଦି ସରକାରରେ ପ୍ରତ୍ୟେକ ବର୍ଷ  ଛାତ୍ରଛାତ୍ରୀଙ୍କ ସଂଖ୍ୟା ଏବଂ ବୃତି ପରିମାଣ ବଢିଚାଲିଛି । ୨୦୨୩-୨୪ ଆର୍ଥୀକ ବର୍ଷରେ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ପୋଷ୍ଟ ମ୍ୟାଟ୍ରିକ ସ୍କୋଲାରସିପ ସକାଶେ ୧୯ ମାର୍ଚ୍ଚ ୨୦୨୪ ସୁଦ୍ଧା ସମୁଦାୟ ୧୩୫.୬୪ କୋଟି ଟଙ୍କା ଓଡିଶାକୁ ପ୍ରଦାନ କରାଯାଇସାରିଛି । ନ୍ୟାସନାଲ ଓଭରସିଜ ସ୍କଲାରସିପ୍‌ରେ କେନ୍ଦ୍ରୀୟ କ୍ଷେତ୍ର ଯୋଜନା, ଅନୁସୂଚିତ ଜାତି, ମୁକ୍ତଭାବେ ଘୂରି ବୁଲୁଥିବା ଯାଯାବର ଜନଜାତି, ଅର୍ଦ୍ଧର୍ ଯାଯାବର ଜନଜାତ, ଭୂମିହୀନ କୃଷି ଶ୍ରମିକ ଏବଂ ପାରମ୍ପରିକ କାରିଗର ଶ୍ରେଣୀର ପିଲାମାନଙ୍କ ଉଚ୍ଚଶିକ୍ଷା ଅର୍ଥାତ ମାଷ୍ଟର ଡିଗ୍ରୀ ପିଏଚଡି ଡିଗ୍ରୀ ପାଇଁ ପ୍ରତି ବର୍ଷ ୧୨୫ ଛାତ୍ରଛାତ୍ରୀଙ୍କୁ ବିଦେଶ ପଠାଯାଉଛି ।

ରାଜ୍ୟରେ ୬୫% ଆଦିବାସୀ ଶିଶୁ ରକ୍ତ ହୀନତାର ଓ ଅପପୁଷ୍ଟିର ଶିକାର । ରାଜ୍ୟରେ ପ୍ରାୟ ଅପହଂଚ ଗାଁ ସଂଖ୍ୟା ୨,୪୭୬ରୁ ୧,୩୨୬ ଗାଁ କେବଳ ୫୦% ଆଦିବାସୀ ବସବାସ କରୁଥିବା ୯ଜିଲ୍ଲା ଗୁଡ଼ିକରେ ଅବସ୍ଥିତ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଉପରେ ଅତ୍ୟାଚାର ଓ ପୋଲିସଠାର ନ୍ୟାୟ ନମିଳିବାରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନ ହାସଲ କରିଛି । ଓଆରଭି ଓ ପେସା ଆଇନକୁ କାର୍ଯ୍ୟକାରୀ ନକରିବାରୁ ଜନଜାତିବର୍ଗଙ୍କ ସାମାଜିକ, ନ୍ୟାୟିକ ଅଧିକାର କ୍ଷୁର୍ଣ୍ଣ ହେଉଛି । ନିୟମିତ ଭାବେ ଟିଏସି କମିଟି ବୈଠକ ନହେବା କାରଣରୁ ସାମ୍ବିଧାନିକ ଅଧିକାରରୁ ବଂଚିତ ହେଉଥିବାବେଳେ ଡିଏମଏଫ୍ ଫଣ୍ଡରେ ବ୍ୟାପକ ଭ୍ରଷ୍ଟାଚାର କାରଣରୁ ଆର୍ଥିକ ଅଭିବୃଦ୍ଧିରେ ବାଧା ସୃଷ୍ଟି ହେଉଛି ।

ଖଣିଖାଦାନ ଅଂଚଳରେ ବେଆଇନ ଭାବେ ବେଦଖଲ କରାଯାଉଛି । ଆଦିବାସୀବହୁଳ ଅଂଚଳରେ ଶିକ୍ଷକ ଓ  ଡାକ୍ତର ଅଭାବ କାରଣରୁ ଶିକ୍ଷା ଓ ସ୍ୱାସ୍ଥ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ରାଜ୍ୟ ସରକାରଙ୍କ ଆଦିବାସୀମାରଣ ନୀତି କାରଣରୁ ରାଜ୍ୟରେ ବସବାସ କରୁଥିବା ଆଦିବାସୀମାନେ ସେମାନଙ୍କ ମୈାଳିକ ସୁବିଧା ସୁଯୋଗ ପାଇବାରୁ ବଂଚିତ ହେଉଛନ୍ତି । ଦେଶର ଗୁଜୁରାଟ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ, ଛତିଶଗଡ, କେରଳ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ମିଜୋରାମ ଏବଂ ଗୋଆରେ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀଙ୍କ ପାଇଁ ମନ୍ତ୍ରଣାଳୟ ୧୦ଟି ସଂଗ୍ରହାଳୟକୁ ଅନୁମୋଦନ କରିଛି କିନ୍ତୁ ଦୁର୍ଭାଗ୍ୟବଶତ ଯଦିଓ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ପ୍ରତିଷ୍ଠା ପାଇଁ ସ୍ଥାନ ପରିଦର୍ଶନ ଚିହ୍ନଟ କରାଯାଇଥିଲା ଓଡିଶା ସରକାର ଏଥିପାଇଁ କୈାଣସି ପ୍ରସ୍ତାବ ନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । -କେନ୍ଦ୍ରମନ୍ତ୍ରୀ Bishweswar_Tudu.

 

LEAVE A REPLY

Please enter your comment!
Please enter your name here