ପାଇନଲାଇନରେ ଆସୁଥିବା ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର୍ ମାତ୍ରାରେ ଶସ୍ତା ଓ ସୁବିଧାଜନକ, ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ, ଡେଲିଭରି କରିବାର ସମସ୍ୟା ନାହିଁ

0
294

By Our Correspondent

BHUBANESWAR: ଭୁବନେଶ୍ୱରରେ ଗେଲ ଇଣ୍ଡିଆର ପ୍ରାକୃତିକ ରୋଷେଇ ଗ୍ୟାସ ପାଇପଲାଇନ ଦ୍ୱାରା ନାଗରିକମାନେ ପାଉଥିବା ସୁବିଧା ଜାଣିବା ପାଇଁ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ଥାନୀୟ ଅନନ୍ତବିହାରର ଲାଭାର୍ଥୀ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଅଶୋକ ପ୍ରଧାନଙ୍କ ଘରକୁ ଯାଇ ପରିବାର ସାଥୀରେ ଚା’ ପିଇଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୧୮ ଅକ୍ଟୋବରରେ ଭୁବନେଶ୍ୱରରେ ଗେଲ୍ ଦ୍ୱାରା ଘରେ ଘରେ ପିଇବା ପାଣି ଭଳି ପାଇପ ଯୋଗେ ଅତ୍ୟାଧୁନିକ ଶୈଳୀରେ ଗ୍ୟାସ ପହଞ୍ଚାଇବା ଭଳି ଯୋଜନା ଆରମ୍ଭ ହୋଇଥିଲା । ଘରେ ଘରେ ପାଇପଲାଇନ କାମ ଜାଣିବା ପାଇଁ ଅନନ୍ତବିହାର ସ୍ଥିତ ଲାଭାର୍ଥୀ ଅଶୋକ ପ୍ରଧାନଙ୍କ ଘରକୁ ଚା’ ପିଇବା ପାଇଁ ଆସିଥିଲି । ସେ ତାଙ୍କ ଘରେ ୧୫ ଦିନ ହେବ ପିଏନଜି ଗ୍ୟାସ କନେକ୍ସନ କରିଛନ୍ତି । ଭୁବନେଶ୍ୱରରେ ପାଇପଲାଇନରେ ରନ୍ଧନ ଗ୍ୟାସ ଆସିବା କାରଣରୁ ସେମାନଙ୍କ ପରିବାର ଖୁସିବ୍ୟକ୍ତ କରିବା ସହ ବେଶ୍ ଉପକୃତ ହେଉଥିବା କହିଛନ୍ତି।

ପାଇନଲାଇନରେ ଆସୁଥିବା ଗ୍ୟାସ ଅନ୍ୟ ଇନ୍ଧନ ଠାରୁ ଢେର୍ ମାତ୍ରାରେ ଶସ୍ତା ଓ ସୁବିଧାଜନକ । ପ୍ରଧାନମନ୍ତ୍ରୀଙ୍କ ନାଗରିକଙ୍କ ଇଜ୍ ଅଫ୍ ଲିଭିଂ ବା ସହଜ ଜୀବନଯାପନ ପ୍ରଣାଳୀ କରିବା ଦିଗରେ ଏହା ଏକ ବଡ ଉଦାହରଣ । କାରଣ ଏହି ସୁବିଧା ଦ୍ୱାରା ଗ୍ୟାସ ବୁକିଂ, ଡେଲିଭରି କରିବାର ସମସ୍ୟା ନାହିଁ । ଇଲେକ୍ଟ୍ରି ଓ ପାନୀୟ ଜଳ ଭଳି ଏହା ମଧ୍ୟ ସାଧାରଣ ସୁବିଧା ।

କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୦ ହଜାର ଘରେ ଗ୍ୟାସ ପାଇପଲାଇନ ସଂଯୋଗ କରାଯାଇଛି ।  ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଏହା ଭାରତ ସରକାରଙ୍କ ମହତ୍ୱାକାଂକ୍ଷୀ କାମ । ଓଡ଼ିଶାରେ ନାଗରିକଙ୍କ ସୁବିଧା ପାଇଁ ଅଧା ଜିଲ୍ଲାରେ ପାଇପ ଯୋଗେ ଗ୍ୟାସର ସୁବିଧା କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here