ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିମି ମଧ୍ୟର ଘୁର୍ଣ୍ଣିବଳୟ ସକ୍ରିୟ

0
353

By Our Correspondent

BHUBANESWAR: ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଉତ୍ତର ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୧.୫ କିମି ରୁ ୭.୬ କିମି ମଧ୍ୟର ଘୁର୍ଣ୍ଣିବଳୟ ସକ୍ରିୟ.

ଚଳିତ ମୌସୁମୀ ଋତୁରେ, ରାଜ୍ୟରେ ୧ଜୁନ ରୁ ୪ ଜୁଲାଇ ୨୦୨୩ ମଧ୍ୟରେ  ୧୭୧.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୪୭.୪ ମିମି ତୁଳନାରେ ୩୧ ପ୍ରତିଶତ କମ ରହିଛି |

ସେହିପରି ଚଳିତ ମୌସୁମୀ ଋତୁରେ ଆଜି ସୁଦ୍ଧା ଦେବଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୩୩୧.୮ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୩୫.୯ ମିମି ତୁଳନାରେ ୪୧% ଅଧିକ ଏବଂ ରାୟଗଡା ଜିଲ୍ଲାରେ ସର୍ବନିମ୍ନ ୫୬.୭ ମିମି ବର୍ଷା  ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୨୧୩.୯ ମିମି ତୁଳନାରେ ୭୩% କମ.

ଗତ ୨୪ ଘଣ୍ଟାରେ ରାଜ୍ୟରେ  ୩.୬ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୯.୪ ମିମି ତୁଳନାରେ ୬୨ ପ୍ରତିଶତ କମ ରହିଛି.

LEAVE A REPLY

Please enter your comment!
Please enter your name here