ପଶ୍ଚିମବଙ୍ଗରେ ବିଭିନ୍ନ ଦୁର୍ଗାପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
288
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ପର୍ବରେ ସାମିଲ ହୋଇ ମାଆ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ସହ ବିଭିନ୍ନ ପୂଜା ପେଣ୍ଡାଲ୍ ବୁଲିଛନ୍ତି ।

By Our Correspondent

BHUBANESWAR:  କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଦୁର୍ଗାପୂଜା ପର୍ବରେ ସାମିଲ ହୋଇ ମାଆ ଦୁର୍ଗାଙ୍କ ଆଶୀର୍ବାଦ ଲାଭ କରିବା ସହ ବିଭିନ୍ନ ପୂଜା ପେଣ୍ଡାଲ୍ ବୁଲିଛନ୍ତି ।   

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦୁର୍ଗା ପୂଜା କେବଳ ଏକ ପର୍ବ ନୁହେଁ ବରଂ ଆମର ସାଂସ୍କୃତିକ ଐତିହ୍ୟର ପ୍ରତୀକ ଏବଂ ପଶ୍ଚିମବଙ୍ଗର ଲୋକଙ୍କ ଜୀବନଶୈଳୀ, ସଂସ୍କାର ଓ ସଂସ୍କୃତିର ଅଭିନ୍ନ ଅଙ୍ଗ । ଦୁର୍ଗା ପୂଜା ଧାର୍ମିକ ଉତ୍ସବ ନୁହେଁ ବରଂ ସାମାଜିକ ସମରସତାର ପ୍ରତୀକ । କଳା ଓ ସଂସ୍କୃତିକୁ ପ୍ରସ୍ଫୁଟିତ କରିବାର ମହାନ ଅବସର । 

କୋଲକତା ଦୁର୍ଗାପୂଜା ମେଢ ଗୁଡ଼ିକ ଆକର୍ଷଣୀୟ । ସାର୍ବଜନୀନ ଦୁର୍ଗାପୂଜାକୁ ଆସି ମନ ଅଭିଭୂତ ହେଲା । ଦୁର୍ଗାପୂଜା କୋଲକାତାକୁ ରଙ୍ଗ, ସଂସ୍କୃତି, ଖାଦ୍ୟ ଏବଂ ସାମୂହିକ ସଦଭାବନାର ଏକ ବଡ଼ କ୍ୟାନଭାସରେ ପରିଣତ କରିଥାଏ । ପୂଜା ବାସ୍ତବରେ ମାନବିକତାର ଏକ ଅଦୃଶ୍ୟ ସାଂସ୍କୃତିକ ଐତିହ୍ୟ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । 

ସନ୍ତୋଷ ମିତ୍ରା ସ୍କୋୟାର ପୂଜା ପେଣ୍ଡାଲରେ ମାଆ ଦୁର୍ଗାଙ୍କ ସହ ପ୍ରଭୁ ଶ୍ରୀରାମଙ୍କ ପ୍ରତିମୂର୍ତ୍ତିକୁ ଦର୍ଶନ କରି ଶ୍ରୀ ପ୍ରଧାନ କହିଥିଲେ ଯେ ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରୁ ପ୍ରେରିତ ଏହି ଭବ୍ୟ ପେଣ୍ଡାଲ ଶ୍ରଦ୍ଧାଳୁଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ । ଉକ୍ତ ପେଣ୍ଡାଲରେ ଶୋଭା ପାଉଥିବା ଧ୍ୱଜା ମହାପ୍ରଭୁ ଶ୍ରୀଜଗନ୍ନାଥ ଧାମ ପୁରୀରୁ ଆସିଥିବା ଜାଣି କେନ୍ଦ୍ରମନ୍ତ୍ରୀ ଖୁସିବ୍ୟକ୍ତ କରିଥିଲେ ।  ଦୁର୍ଗାପୂଜାର ଏହି ମହାପର୍ବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆଣୁ ବୋଲି କେନ୍ଦ୍ରମନ୍ତ୍ରୀ ମା’ଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।

ଏହାବ୍ୟତିତ ଶ୍ରୀ ପ୍ରଧାନ ନର୍ଥ କୋଲକାତାର ତାଲା ବାଓ୍ୱାରୀ, ଶୋଭାବଜାର ରାଜବାଡି ଦୁର୍ଗାପୂଜା, କାଲି ଖତିକ୍ ଏବଂ ଦକ୍ଷୀଣ କୋଲକାତାର ସେଭେନ୍ ତାରା ଚାନ୍ଦ ଦତ୍ତ ଷ୍ଟ୍ରିଟ୍ ଠାରେ ଥିବା ଅନେକ ଦୁର୍ଗାପୂଜା ମଣ୍ଡପ ଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here