ପରାଜୟ ଭୟରେ ଝାରସୁଗୁଡା ଉପନିର୍ବାଚନକୁ ହିଂସାଭିମୁଖୀ କରିବା ପାଇଁ ବିଜେଡି ଷଡଯନ୍ତ୍ର ଆରମ୍ଭ କରିଛି, ବିଜେପି ର ଅଭିଯୋଗ

0
295

By Our Correspondent

JHARSUGUDA/BHUBANESWAR: ଝାରସୁଗୁଡା ଉପ ନିର୍ବାଚନ ପ୍ରଚାର ସମୟରେ ଗତ କାଲି ଗୋଟିଏ ଦିନରେ ଦଳୀୟ ପ୍ରାର୍ଥୀ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କ ଉପରେ ଶାସକ ବିଜେଡିର କର୍ମୀମାନଙ୍କ ଦ୍ୱାରା ଦୁଇ ଦୁଇ ଥର ଢେଲା, ପଥର ଓ ଅଣ୍ଡା ଦ୍ୱାରା ଆକ୍ରମଣ କରାଯିବା ଘଟଣା ଶାସକ ବିଜେଡିର ହିଂସାତ୍ମକ ମନୋଭାବକୁ ପୁଣି ଥରେ ପ୍ରମାଣିତ କରିଛି ।

ଏପରିକି ତାଙ୍କ ସହ ପ୍ରଚାର କରୁଥିବା ସୁନ୍ଦରଗଡ ବିଧାୟିକା ତଥା ତାରକା ପ୍ରଚାରକ ଶ୍ରୀମତୀ କୁସୁମ ଟେଟେଙ୍କୁ ମଧ୍ୟ ଆକ୍ରମଣ କରାଯିବା ସହିତ ତାଙ୍କ ଗାଡିକୁ ଭାଙ୍ଗିରୁଜି ଦିଆଯାଇଥିଲା । ସ୍ଥାନୀୟ ଲଇକେରା ଥାନାରେ ଏତଲା ଦେବା ପାଇଁ ଯାଇଥିବା ଜନଜାତି ସଂପ୍ରଦାୟର ଶ୍ରୀମତୀ ଟେଟେଙ୍କ ଅଭିଯୋଗ ଆଧାରରେ ଏଫଆଇଆର ମଧ୍ୟ ରୁଜୁ କରାଯାଇନଥିଲା ।

ଏଭଳି ବିଜେଡି କର୍ମୀଙ୍କ ଦ୍ୱାରା କରାଯାଉଥିବା  ହିଂସାକାଣ୍ଡ ପ୍ରସଙ୍ଗରେ ରାଜ୍ୟ ସଭାପତି ଶ୍ରୀ Manmohan Samalଙ୍କ ନେତୃତ୍ୱରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ କେନ୍ଦ୍ରୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ଶ୍ରୀ ଡି.କେ.ତିୱାରୀ ଏବଂ କେନ୍ଦ୍ରୀୟ ପୋଲିସ ପର୍ଯ୍ୟବେକ୍ଷକ ମହମ୍ମଦ ଅନସାରୀଙ୍କୁ ଭେଟି ବିସ୍ତୃତ ଭାବେ ଅବଗତ କରାଇଥିଲେ।

ପରାଜୟ ଭୟରେ ଝାରସୁଗୁଡା ଉପନିର୍ବାଚନକୁ ହିଂସାଭିମୁଖୀ କରିବା ପାଇଁ ବିଜେଡି ଷଡଯନ୍ତ୍ର ଆରମ୍ଭ କରିଛି। ବିଜେପି ପ୍ରାର୍ଥୀ ଏବଂ ଦଳର ତାରକା ପ୍ରଚାରକମାନଙ୍କ ମୁକ୍ତ ଯାତାୟତକୁ ପ୍ରତିବନ୍ଧକ ସୃଷ୍ଟି କରୁଛି ବିଜେଡି। ଗତ ୩ତାରିଖରେ ଲାଇକେରା ଥାନା ଅନ୍ତର୍ଗତ ନୀକତିମାଲ ଗାଁରେ ଦଳର ବନବାସୀ ବିଧାୟିକା କୁସୁମ ଟେଟେଙ୍କ ଉପରେ ଆକ୍ରମଣ କରିଥିଲେ।

ଏନେଇ ଶ୍ରୀମତୀ ଟେଟେ ମାମଲା ରୁଜୁ ପାଇଁ ଥାନାକୁ ଯାଇଥିବାବେଳେ ବିଜେଡି ସଶସ୍ତ୍ର ଗୁଣ୍ଡାବାହିନୀ ଥାନା ପରିସରରେ ତାକୁ ବାଧା ଦେଇଥିଲେ କିନ୍ତୁ ସବୁଦେଖି ପୋଲିସ୍ ଚୁପ୍ ରହିଥିଲା।ଶ୍ରୀମତୀ ଟେଟେଙ୍କ ଘଟଣା ଉପରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଆଜି ବିଜେପିର ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here