ନୂଆ  ଦାୟିତ୍ଵ  ଗ୍ରହଣ ପରେ ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପ ପୁରୀ  ରୁ  ପ୍ରଥମ  ସମୀକ୍ଷା  : ଡିସେମ୍ବର  15  ସୁଦ୍ଧା  କାମ   ସମ୍ପୂର୍ଣ୍ଣ କରିବାକୁ  5T ଓ  ନବୀନ ଓଡିଶା  ଅଧ୍ୟକ୍ଷ ଶ୍ରୀ  ପାଣ୍ଡିଆନ୍ ଙ୍କ  ନିର୍ଦ୍ଦେଶ

0
505
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ଭି କେ ପାଣ୍ଡିଆନ୍ ଅଧ୍ୟକ୍ଷ 5T ଓ ନବୀନ ଓଡିଶା ଆଜି ବଡିଭୋର ରୁ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ .ଭୋର୍ 4 ରୁ 6 ପର୍ଯ୍ୟନ୍ତ ଏହି ସମୀକ୍ଷା ଚାଲିଥିଲା . ନୂଆ ଦାୟିତ୍ଵ ଗ୍ରହଣ ପରେ 5T ଓ ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ୍ ଙ୍କ ଏହା ଥିଲା ପ୍ରଥମ ସମୀକ୍ଷା

By Our Correspondent

PUR/BHUBANESWAR: ମୁଖ୍ୟମନ୍ତ୍ରୀ   ଶ୍ରୀ  ନବୀନ  ପଟନାୟକ  ଙ୍କ  ନିର୍ଦ୍ଦେଶ  କ୍ରମେ  ଶ୍ରୀ  ଭି  କେ  ପାଣ୍ଡିଆନ୍  ଅଧ୍ୟକ୍ଷ 5T ଓ  ନବୀନ  ଓଡିଶା    ଆଜି  ବଡିଭୋର  ରୁ  ପୁରୀ  ଯାଇ  ଶ୍ରୀମନ୍ଦିର  ପରିକ୍ରମା  ପ୍ରକଳ୍ପ ର  ଅଗ୍ରଗତି  ସମ୍ପର୍କରେ  ସମୀକ୍ଷା  କରିଥିଲେ  .ଭୋର୍  4 ରୁ  6 ପର୍ଯ୍ୟନ୍ତ ଏହି  ସମୀକ୍ଷା  ଚାଲିଥିଲା  . ନୂଆ  ଦାୟିତ୍ଵ  ଗ୍ରହଣ  ପରେ  5T ଓ  ନବୀନ  ଓଡିଶା   ଅଧ୍ୟକ୍ଷ ଶ୍ରୀ  ପାଣ୍ଡିଆନ୍  ଙ୍କ  ଏହା  ଥିଲା  ପ୍ରଥମ  ସମୀକ୍ଷା  .

   ଶ୍ରୀମନ୍ଦିର ପରିକ୍ରମା  ପ୍ରକଳ୍ପ  କାମ  ତ୍ଵରାନ୍ଵିତ  କରି ଡିସେମ୍ବର  15 ସୁଦ୍ଧା  ସମ୍ପୂର୍ଣ୍ଣ  କରିବାକୁ  ସେ  ନିର୍ଦ୍ଦେଶ  ଦେଇଥିଲେ.  ଏହା  ନୂଆବର୍ଷ  ରେ  ଭକ୍ତ  ମାନଙ୍କୁ  ନୂଆ  ଅନୁଭବ  ଦେବ  ବୋଲି  ସେ  ମତ  ବ୍ୟକ୍ତ  କରିଥିଲେ. 

 ଶ୍ରୀକ୍ଷେତ୍ରରେ  ଥିବା  ବିଭିନ୍ନ  ମଠ  ଗୁଡିକର  ପୁନରୁଦ୍ଧାର  କାମ  ତ୍ୱରାନ୍ୱିତ  କରିବା  ପାଇଁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ  . ପରିକ୍ରମା  ପ୍ରକଳ୍ପ  landscaping  କାମରେ  ଜଗନ୍ନାଥ  ସଂସ୍କୃତି  ସହ  ଜଡିତ  ବିଭିନ୍ନ  ଦେଶୀୟ   ବୃକ୍ଷ  ଓ  ଗୁଳ୍ମ  ଲଗାଇବାକୁ  ଶ୍ରୀ  ପାଣ୍ଡିଆନ୍  ପରାମର୍ଶ  ଦେଇଥିଲେ  . ସେ  ଶ୍ରୀମନ୍ଦିର  ଚାରି  ଦ୍ଵାର  କାମ  ମଧ୍ୟ  ବୁଲି  ଦେଖିଥିଲେ.

ସ୍ଥାନୀୟ  ଲୋକଙ୍କ  ସୁବିଧା  ପାଇଁ  ଦୁଇ ଚକିଆ  ଗାଡି ର  ପାର୍କିଂ  ପାଇଁ  ପର୍ଯ୍ୟାପ୍ତ  ବ୍ୟବସ୍ଥା  କରିବାକୁ   ଶ୍ରୀ  ପାଣ୍ଡିଆନ୍ ନିର୍ଦ୍ଦେଶ  ଦେଇଥିଲେ . ଏତଦବ୍ୟତୀତ   ମେଘନାଦ  ପାଚେରୀ  ପାଖରୁ  ବିଭିନ୍ନ  utilities  ଗୁଡିକ  ର  ସ୍ଥାନାନ୍ତର   ,ପରିକ୍ରମା  ପ୍ରକଳ୍ପ  ର  ବିଦ୍ୟୁତ୍  ବ୍ୟବସ୍ଥା  କାମ   ନିର୍ଦ୍ଧାରିତ  ସମୟରେ  ଶେଷ କରିବା  ଉପରେ  ସେ  ଗୁରୁତ୍ଵ  ଆରୋପ  କରିଥିଲେ  .

  ଜଗନ୍ନାଥ  ବଲ୍ଳଭ  ପାର୍କିଂ  କାମ  ସହ  ଯାତ୍ରୀ  ମାନଙ୍କ  ପାଇଁ  ସେଠାରେ  କରାଯାଉଥିବା  ବିଭିନ୍ନ  ସୁବିଧା ର  ବିକାଶ ,    ପ୍ରମୋଦ  ଉଦ୍ୟାନ, ଓ ଶ୍ରୀ ସେତୁ  କାମ  ର  ଅଗ୍ରଗତି ଶ୍ରୀ ପାଣ୍ଡିଆନ୍   ସମୀକ୍ଷା  କରିଥିଲେ   ଓ  ନିର୍ଦ୍ଧାରିତ  ସମୟ ରେ  କାମ  ଶେଷ  କରିବାକୁ   ନିର୍ଦେଶ ଦେଇଥିଲେ  . ଏଥି ପାଇଁ  ଅଧିକ  ଲୋକ  ନିୟୋଜିତ  କରିବା ପାଇଁ  5T ଓ  ନବୀନ  ଓଡିଶା  ଅଧ୍ୟକ୍ଷ ପରାମର୍ଶ  ଦେଇଥିଲେ  .

ଏହି  ପରିଦର୍ଶନ  ସମୟରେ  ପୁରୀ  ଜିଲ୍ଲାପାଳ  ,SP OBCC MD ଏବଂ  ବିଭିନ୍ନ  executing  agency ର  ଅଧିକାରୀ  ମାନେ  ଉପସ୍ଥିତ  ଥିଲେ.

LEAVE A REPLY

Please enter your comment!
Please enter your name here