ନୂଆଦିଲ୍ଲୀ ଠାରେ ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଂକୁ ଭେଟି ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ଯ ତାଲିକାଭୁକ୍ତ କରିବା ସମ୍ବନ୍ଧରେ ମଧ୍ଯ ଆଲୋଚନା

0
104

By Our Correspondent

NEW DELHI/BHUBANESWAR: ଆଜି ନୂଆଦିଲ୍ଲୀ ଠାରେ ଏଏସ୍ଆଇ ର ମହାନିର୍ଦ୍ଦେଶକ ଡ. ୟଦୁବୀର ସିଂହ ରାୱତଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ. ଅରବିନ୍ଦ ପାଢୀ।

ଏହି ଅବସରରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର କାର୍ଯ୍ଯ ଅଗ୍ରଗତି ନେଇ ବିସ୍ତୃତ ଆଲୋଚନା ହୋଇଥିଲା।  ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ଯ ନେଇ ମୁଖ୍ଯ ପ୍ରଶାସକ ଏଏସ୍ଆଇ କୁ ଧନ୍ୟବାଦ ଅର୍ପଣ କରିବା ସହ ଠିକଣା ସମୟରେ କାର୍ଯ୍ଯ ସମାପନ ନେଇ ଗୁରୁତ୍ବାରୋପ କରିଥିଲେ।

ସେହିପରି ପାର୍ଶ୍ବ ମନ୍ଦିର ଗୁଡିକ ମରାମତି ନେଇ ମଧ୍ଯ ଆଲୋଚନା ହୋଇଥିଲା। ନାଟମଣ୍ଡପରେ ଏ.ସି. ବ୍ୟବସ୍ଥା, ଶ୍ରୀମନ୍ଦିରର ଆଲୋକିକରଣ, ଏବଂ ଅନ୍ଯାନ୍ଯ ମରାମତି ତଥା ରୁପା ଏବଂ ସୁନା ଛାଉଣି କାର୍ଯ୍ଯ ସମ୍ପର୍କରେ ମଧ୍ଯ ଆଲୋଚନା ହୋଇଥିଲା।

ଏସବୁ କାର୍ଯ୍ଯସଂପାଦନ ବେଳେ ସାଂସ୍କୃତିକ ବୈଶିଷ୍ଟ୍ଯ ପ୍ରତି ଧ୍ୟାନ ଦିଆଯିବା ନେଇ ଏଏସଆଇ ପକ୍ଷରୁ ପରାମର୍ଶ ଆସିଥିଲା। ଏହି ଆଲୋଚନା ବେଳେ ଏଏସ୍ଆଇ ଉପମହାନିର୍ଦ୍ଦେଶକ (ସଂରକ୍ଷଣ) ଡ. ଜାହାନୱିଜ୍ ଶର୍ମା ଉପସ୍ଥିତ ଥିଲେ।

ଏହି ଗସ୍ତ ସମୟରେ ମୁଖ୍ଯ ପ୍ରଶାସକ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଂକୁ ଭେଟି ରଥଯାତ୍ରାକୁ ୟୁନେସ୍କୋ ବିଶ୍ବ ଐତିହ୍ଯ ତାଲିକାଭୁକ୍ତ କରିବା ସମ୍ବନ୍ଧରେ ମଧ୍ଯ ଆଲୋଚନା  କରିଥିଲେ।

LEAVE A REPLY

Please enter your comment!
Please enter your name here