ନୀଳାଦ୍ରି ବିଜେ ନୀତି ସହ ଚଳିତବର୍ଷର ପବିତ୍ର ରଥଯାତ୍ରାର ମଧ୍ଯ ସମାପନ, ଏସମ୍ପର୍କିତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିଥିବାରୁ ସମସ୍ତ ସେବକ ବନ୍ଧୁଗଣଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ ଅରବିନ୍ଦ ପାଢୀ

0
134

By Our Correspondent

PURI: ​ ନୀଳାଦ୍ରି ବିଜେ ନୀତି ସହ ଚଳିତବର୍ଷର ପବିତ୍ର ରଥଯାତ୍ରାର ମଧ୍ଯ ସମାପନ ହୋଇଛି।  ମହାପ୍ରଭୁଙ୍କ ଆଶୀର୍ବାଦରେ ଏସମ୍ପର୍କିତ ନୀତିକାନ୍ତି ଶୃଙ୍ଖଳିତ ଭାବେ ସମାପନ କରିଥିବାରୁ ସମସ୍ତ ସେବକ ବନ୍ଧୁଗଣଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ ଡ ଅରବିନ୍ଦ ପାଢୀ।

ରଥଯାତ୍ରା ନୀତି ଅନୁପାଳନରେ ସହଯୋଗ ପାଇଁ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀ, ଜିଲ୍ଲା ତଥା ପୋଲିସ୍ ପ୍ରଶାସନ, ରାଜ୍ଯ ସରକାରଙ୍କ ବିଭିନ୍ନ ବିଭାଗ,  ସ୍ବେଚ୍ଛାସେବୀ ସଂଗଠନ, ଗଣମାଧ୍ୟମ ଏବଂ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷ ଲକ୍ଷ ସଂଖ୍ୟାରେ ଆସିଥିବା ଭକ୍ତବୃନ୍ଦଙ୍କୁ  ଧନ୍ୟବାଦ ତଥା ଗଭୀର କୃତଜ୍ଞତା ଜ୍ଞାପନ  କରିଛନ୍ତି ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ l

LEAVE A REPLY

Please enter your comment!
Please enter your name here