ନିଆଳୀ ନର୍ବାଚନମଣ୍ଡଳୀର ଶତାଧିକ ବିଜେଡି କର୍ମୀ ବିଜେଡି ଛାଡ଼ି ବିଜେପିରେ ଯୋଗଦେଲେ, ବିଜେପି ଉପରେ ଆସ୍ଥା ଓ ବିଶ୍ୱାସ ପ୍ରକଟ କରି ନିଆଳୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଆଳୀ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଓ ବରିଷ୍ଠ ନେତାଙ୍କ ବିଜେପିରେ ଯୋଗଦାନ

0
299

By Our Correspondent

BHUBANESWAR:  ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧପରିକର । ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ଏବଂ ରାଜ୍ୟରେ ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟ ପଟେ ବିଜେଡି ଉପରୁ ଦଳୀୟ କର୍ମୀ ଓ ନେତାଙ୍କ ଆସ୍ଥା ହ୍ରାସ ପାଇଚାଲିଛି । ବିଜେଡି ଉପରୁ ଆସ୍ଥା ହରାଇ ଶତାଧିକ ବ୍ୟକ୍ତି ବିଜେପିକୁ ଅନୁପ୍ରାଣିତ କରି ଆଜି ନିଆଳୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଆଳୀ ବ୍ଲକର ବିଭିନ୍ନ ପଂଚାୟତର ସରପଂଚ, ସମିତିସଭ୍ୟ, ୱାର୍ଡ ମେମ୍ବର ଓ ବରିଷ୍ଠ ନେତା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

ନିଆଳୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ନିଆଳୀ ବ୍ଲକର ନିଭରଣ ପଂଚାୟତ ସରପଂଚ ମାନସ ରଞ୍ଜନ ସ୍ୱାଇଁ; ସମିତି ସଭ୍ୟ କାଳନ୍ଦୀ ପୃଷ୍ଟା; ନାୟବ ସରପଂଚ ପରେଶ ପରିଡା; ପୂର୍ବତନ ସମିତି ସଭ୍ୟ ତୋଫାନ କାଣ୍ଡି; ୱାର୍ଡ ମେମ୍ବର ଅଭିମନ୍ୟୁ ବାରିକ, କାଳନ୍ଦୀ ମଲ୍ଲିକ, ଧୁଶାସନ ପରିଡା, ଅଭିମନ୍ୟୁ ମହାରଣା, ସୁରେଶ ପୋଲାଇ, ଲକ୍ଷ୍ମୀଧର ବିଶ୍ୱାଳ, ଦିପକ ପରିଡା; ବରିଷ୍ଠ କର୍ମୀ ଲମ୍ବୋଧର ନାୟକ, ମାନସ ପରିଡା, ତ୍ରିଲୋଚନ ପରିଡା, ପାଣ୍ଡବ ବେହେରା, ବସନ୍ତ ସ୍ୱାଇଁ, ଶରତ ମହାନ୍ତି, ବୈଷ୍ଣବ ବାରିକ, ସନାତନ ମହାନ୍ତି, ଅଭୟ ମହାନ୍ତି, ଟୁକୁନା ସାହୁ, ଧରଣୀ ସ୍ୱାଇଁ, ନିକୁଳ ପରିଡା, ଦିଲିପ ପୋଲାଇ, ମାନସ ବାରିକ, କୈଳାଶ ବାରିକ, ଧନୁ ପୋଲାଇ, ରମେଶ ବିଶ୍ୱାଳ, ବିଷ୍ଣୁ ମୁଦୁଲି, ନାରାୟଣ ପରିଡା, ପ୍ରତାପ କାଣ୍ଡି, ମନୋଜ ସ୍ୱାଇଁ, ସଦାଶିବ ନାୟକ, କୈଳାଶ ସ୍ୱାଇଁ, ତ୍ରିନାଥ ନାୟକ, ଲକ୍ଷ୍ମୀଧର ନାୟକ, ଲମ୍ବୋଧର ପରିଡା, ସମ୍ପଦ ପରିଡା, ଟୁନା ପରିଡା, ଭାଗ୍ୟଧର ଦିକ୍ଷିତ, ବିଷ୍ଣୁ ଦିକ୍ଷିତ, କିଶୋର ଦିକ୍ଷିତ, ସୌରଭ ନାୟକ, କୁଞ୍ଜ ପରିଡା, ସପ୍ନେଶ୍ୱର ଜେନା, ସୁଦାମ ରାଉତ, ଶତ୍ରୁଘ୍ନ ରାଉତ, ସୁରେନ୍ଦ୍ର ସ୍ୱାଇଁ, ଲିକୁ ସ୍ୱାଇଁ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି କୃଷ୍ଣପ୍ରସାଦ ପଂଚାୟତ ସରପଂଚ ଜ୍ୟୋସ୍ନା ବାଳା ଭୋଇ; ନାୟବ ସରପଂଚ ଦେବେନ୍ଦ୍ର ପ୍ରଧାନ; ସରପଂଚ ପ୍ରତିନିଧି ପ୍ରମୋଦ କୁମାର ଭୋଇ; ୱାର୍ଡ ମେମ୍ବର ବୃଦ୍ଧାବନ ମୁଦୁଲି, ସମୀର କୁମାର ପରିଜା, ହେମନ୍ତ ଚନ୍ଦ୍ର ବେହେରା, ନରେନ୍ଦ୍ର ଗୋଚ୍ଛାୟତ, ଅଶୋକ ମହାରଣା, ନିତ୍ୟାନନ୍ଦ ବାରିକ, ପବିତ୍ର ବେହେରା, ସଞ୍ଜୟ ଭୋଇ, ଡମ୍ବୁରଧର ରାୟ, ଭ୍ରମର ସେଠୀ; ବରିଷ୍ଠ କର୍ମୀ ଯୁବ ବିଜେଡି ସଭାପତି ଶିବ ସୁନ୍ଦର ପଣ୍ଡା, ପ୍ରକାଶ ପ୍ରଧାନ, ସୁରେନ୍ଦ୍ର ସାହୁ, ରୋହିତ କୁମାର ସାହୁ, ରଶ୍ମୀ ରଞ୍ଜନ ପ୍ରଧାନ, ସତ୍ୟ ନାରାୟଣ ମିଶ୍ର, ଚିତ ରଞ୍ଜନ ଭୋଇ, ଅମରେଶ୍ୱର ଭୋଇ, ଧବଳେଶ୍ୱର ଭୋଇ, ଶିଶିର କୁମାର ମହାରଣା, ଅକ୍ଷୟ ନାୟକ, କାର୍ତିକ ବାରିକ ପ୍ରମୁଖ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।

ସେହିପରି ବିନିଶପୁର ପଂଚାୟତ ସରପଂଚ ବବୁଲ ଦାସ; ନାୟବ ସରପଂଚ ନାରାୟଣ ଲେଙ୍କା; ୱାର୍ଡ ମେମ୍ବର ଜୟନ୍ତ ଭୋଇ, ପବିତ୍ର ମୋହନ ଖୁଂଟିଆ, ସରତ ସେଠୀ, ପ୍ରକାଶ ବେହେରା, ଗୁଣନିଧି ସାହୁ; ବରିଷ୍ଠ କର୍ମୀ ନିମାଇଁ ଚରଣ ସାହୁ, କୁଷା ବେହେରା, ବାବନ ମାଣିକ, ବେନୁ ଦାସ, ପ୍ରତାପ ଭୋଇ, କାଳନ୍ଦୀ ଭୋଇ, ଆଲୋକ ଦାସ, ସୁନାକର ବେହେରା, ଭୀମସେନ ଭୋଇ, ପ୍ରକାଶ ପାଲ, ଦୀପୁ ଭୋଇ, ସରୋଜ ପୃଷ୍ଠୀ, ଦିଲ୍ଲିପ ଭୋଇ, ଶିବ ଖୁଂଟିଆ, ଜୟଦେବ ମାଣିକ, କାର୍ତିକ ପ୍ରଧାନ, ଅର୍ଜୁନ ଭୋଇ, ବନମାଳି ଭୋଇ, ସୁମନ ସିଂ, ପରେଶ ଖୁଂଟିଆ, ବେଣୁଧର ଭୋଇଙ୍କ ସମେତ ଶତାଧିକ କର୍ମୀ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତରୀୟ ପ୍ରଦାନ କରି ସ୍ୱାଗତ ଜଣାଇଥିଲେ । ଏହି ମିଶ୍ରଣ ପର୍ବରେ ନିଆଳୀ ବିଧାୟକ ଛବି ମଲ୍ଲିକ, ରାଜ୍ୟ ସମ୍ପାଦକ ସରୋଜ କର, କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ବ୍ରଜକିଶୋର ମିଶ୍ର, ନିଆଳୀ ବ୍ଲକ ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ ମହାନ୍ତି, ମାଧବ ମଣ୍ଡଳ ସଭାପତି ଶାନ୍ତନୁ କୁମାର ଦାସ, ପୂର୍ବତନ ମଣ୍ଡଳ ସଭାପତି ପତିତପାବନ ବେହେରା, ବରିଷ୍ଠ କାର୍ଯ୍ୟକର୍ତା ଆଦିତ୍ୟ ପାଣି, ତିହୁଡି ପଂଚାୟତ ସମିତିସଭ୍ୟ ଶଶିକାନ୍ତ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

 

 

 

 

LEAVE A REPLY

Please enter your comment!
Please enter your name here