By Our Correspondent
BHUBANESWAR: ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ହୋଇଥିବା ଜନସ୍ୱାର୍ଥ୍ୟ ମାମଲାରେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ଦୁଇ ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର ମୁଖା ଖୋଲିଦେଇଛି । ଘଟଣାରେ ଏହି ଦୁଇ ଦଳ ଯେଉଁ ଭଳି ଭାବରେ ରାଜନୀତି ରୁଟି ସେକିବା ପାଇଁ ଆଗଭର ହୋଇ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରୁଥିଲେ ଏବେ ସେମାନେ ମାନ୍ୟବର ହାଇକୋର୍ଟଙ୍କ ଟିପ୍ପଣୀ ପରେ ଆତ୍ମସମୀକ୍ଷା କରିବା ଆବଶ୍ୟକ ।
ମାନ୍ୟବର ହାଇକୋର୍ଟ ଏହି ଘଟଣାରେ କ୍ରାଇମବ୍ରାଂଚର ତଦନ୍ତରେ ସନ୍ତୁଷ୍ଟ ପ୍ରକାଶ କରିବା ସହିତ ବିରୋଧୀ ଦଳମାନଙ୍କର ଏସଆଇଟି ଏବଂ ନ୍ୟାୟିକ ତଦନ୍ତ ପାଇଁ ଯେଉଁ ଦାବି ଥିଲା ତାହାକୁ ପ୍ରତ୍ୟାଖାନ କରିଛନ୍ତି । ହାଇକୋର୍ଟ ହୃଦୟଙ୍ଗମ କରିଛନ୍ତି ଯେ ରାଜ୍ୟ ସରକାର ଏହି ଘଟଣାରେ ଯେଉଁଭଳି ତଦନ୍ତ କରିବା କଥା ତାହା ସଠିକ ଭାବରେ କରିଛନ୍ତି । କେବଳ ସେତିକି ନୁହେଁ ଯେଉଁଭଳି ଭାବରେ ବିରୋଧୀ ଦଳମାନେ ଓଡିଶା ବନ୍ଦ ପାଳନ କରି ସାଧାରଣ ଲୋକଙ୍କୁ ହଇରାଣ କରିଛନ୍ତି ସେନେଇ ହାଇକୋର୍ଟ ମଧ୍ୟ ଉଭୟ ଦଳଙ୍କୁ ନୋଟିସ କରିଛନ୍ତି । ଏହି ଘଟଣାକୁ ନେଇ ରାଜନୀତି କରୁଥିବା ବିଜେଡି ଏବଂ କଂଗ୍ରେସ ଏବେ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।

























