ଧାମନଗର ଉପନିର୍ବାଚନରେ ଧର୍ମର ଜୟ, ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି, ଧର୍ମେନ୍ଦ୍ର ପ୍ରଧାନ

0
557

By Our Correspondent

NEW DELHI/BHUBANESWAR: ଧାମନଗର ଉପନିର୍ବାଚନରେ ଧର୍ମର ଜୟ ହୋଇଛି । ଏହି ବିଜୟ ଦ୍ୱାରା ମାତୃଶକ୍ତି ଏବଂ ଯୁବଶକ୍ତିର ବିଜୟ ହୋଇଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସହ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧାମନଗର ଉପନିର୍ବାଚନରେ ବିଜୟୀ ହୋଇଥିବା ନିଜ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ଶୁଭେଚ୍ଛା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି । ଗଣତନ୍ତ୍ରର ବିଜୟ ହୋଇଛି । ଏହି ବିଜୟ, ଧାମନଗରର ମାତୃଶକ୍ତି, ଯୁବଶକ୍ତିର ବିଜୟ । ସ୍ୱର୍ଗୀୟ ବିଷ୍ଣୁ ଭାଇଙ୍କ ପ୍ରତି ଅଞ୍ଚଳବାସୀଙ୍କର ଥିବା ଭଲ ପାଇବା, ସ୍ନେହ ଓ ଶ୍ରଦ୍ଧାର ବିଜୟ । ଓଡ଼ିଆ ସ୍ୱାଭିମାନର ବିଜୟ ।

ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବାବା ଆଖଣ୍ଡଳମଣିଙ୍କ ଆଶୀର୍ବାଦରୁ ଜନସାଧାରଣଙ୍କ ଭଲ ପାଇବା ଓ ଆମ କାର୍ଯ୍ୟକର୍ତ୍ତାଙ୍କ ପରିଶ୍ରମ ସାର୍ଥକ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତିଫଳନ ହୋଇଛି । ଆମ ଦଳକୁ ବିଜୟୀ କରିଥିବା ଧାମନଗରବାସୀଙ୍କୁ ଶ୍ରୀ ପ୍ରଧାନ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଧାମନଗର ମାଟି ହେଉଛି ରାଜା ମୁକୁନ୍ଦ ଦେବଙ୍କର ବୀରତ୍ୱ ଗାଥାର ସ୍ମୃତିକୁ ସାଉଁଟି ରଖିଥିବା ମାଟି । ଏହି ଅଞ୍ଚଳର ସ୍ୱାଭିମାନୀ ଧାମନଗରବାସୀମାନେ ସର୍ବଦା ଯୋଗ୍ୟ ପ୍ରତିନିଧିଙ୍କୁ ନିର୍ବାଚିତ କରିଥା’ନ୍ତି । ସୂର୍ଯ୍ୟବଂଶୀ ସୂରଜଙ୍କ ପରି ଯୋଗ୍ୟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ଭୁବନେଶ୍ୱର ଠାରେ ରାଜ୍ୟ କାର୍ଯ୍ୟାଳୟ ଠାରେ ବରିଷ୍ଠ ନେତା, ଓଡ଼ିଶା ବିଧାନସଭାର ପୂର୍ବତନ ବିରୋଧୀ ଦଳର ଉପନେତା ଦିବଙ୍ଗତ ବିଷ୍ଣୁ ଚରଣ ସେଠୀଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here