ଦେବଗଡ଼କୁ କ୍ରୀଡ଼ା ଭିତ୍ତିକ ଜିଲ୍ଲା କରିବା – ଧର୍ମେନ୍ଦ୍ର ପ୍ରଧାନ

0
42

By Our Correspondent

BHUBANESWAR:   ଦେବଗଡ଼ କ୍ରୀଡ଼ାବିତ୍ ମାନଙ୍କର ଜିଲ୍ଲା । ଗାଁ ଗାଁରେ ଖେଳ ପ୍ରତି ପିଲାମାନଙ୍କର ଉତ୍ସାହ ଓ ଆଗ୍ରହ ଅଛି ।  ଦେବଗଡ଼କୁ କ୍ରୀଡ଼ା ଭିତ୍ତିକ ଜିଲ୍ଲା ଭାବରେ ପରିଣତ କରିବା ପାଇଁ ସାମୂହିକ ଦାୟିତ୍ୱ ନେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଦେବଗଡରେ ‘ବାମଣ୍ଡା କ୍ରିକେଟ୍ କ୍ଳବ୍’ ପକ୍ଷରୁ ଆୟୋଜିତ “୩୪ତମ  ଜାତୀୟ ସ୍ତରୀୟ ବାମଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ”ରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେବଗଡ ଖେଳ ପ୍ରତି ବହୁତ ଆଗ୍ରହ ରଖୁଥିବା ଜିଲ୍ଲା । ଏହି ପରମ୍ପରାକୁ ବଜାୟ ରଖି  ଦୀର୍ଘ ୩୪ ବର୍ଷ ଧରି ଯୁବବର୍ଗଙ୍କ ମଧ୍ୟରେ ସ୍ପୋର୍ଟ ମ୍ୟାନ୍ ସ୍ପିରିଟ୍ ସୃଷ୍ଟି କରିବା ଲକ୍ଷ୍ୟରେ ବାମଣ୍ଡା କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଆୟୋଜନ ପ୍ରଶଂସନୀୟ ।

ଶ୍ରୀ ପ୍ରଧାନ କହିଛନ୍ତି, ଦେବଗଡର ଯୁବ ପ୍ରତିଭାମାନେ କବାଡ଼ି ଖେଳ ଏବଂ ପର୍ବତାରୋହଣରେ ରାଜ୍ୟ ପାଇଁ ସଫଳତା ଆଣୁଛନ୍ତି । ଏଠାରେ କେବଳ କ୍ରିକେଟ୍ ନୁହେଁ ଫୁଟବଲ, କବାଡି ସମେତ ଅନ୍ୟାନ୍ୟ ଆଥଲଟିକ କ୍ରୀଡାକୁ ମଧ୍ୟ ବିକଶିତ କରିବା । ଆମେ ସମସ୍ତେ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ମାଧ୍ୟମରେ ଯୁବ ଖେଳାଳିଙ୍କ ବ୍ୟକ୍ତିତ୍ୱ ଗଠନ କରିବା ପାଇଁ ପ୍ରୟାସ କରିବା । ଏଠାରେ ଏକ ଅତ୍ୟାଧୁନିକ ସ୍ପୋର୍ଟ୍ସ କମ୍ପଲେକ୍ସ ସହ ଷ୍ଟାଡିୟମକୁ ସଂପୂର୍ଣ୍ଣ କରିବା ପାଇଁ ସହଯୋଗୀ ହେବା ପାଇଁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here