By Our Correspondent
BHUBANESWAR: ସାରା ବିଶ୍ୱର ଅଦ୍ୱିତୀୟ ନେତା ଆମ ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲଗାତର ୩ ଦିନ ଧରି ରାଜ୍ୟର ରାଜଧାନୀରେ ଉପସ୍ଥିତ ରହି ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । ଆଜି ସେ ତାଙ୍କ ଗସ୍ତ ଶେଷ କରି ରାଜ୍ୟରୁ ବାହୁଡ଼ିଛନ୍ତି ।
ସେ ଓଡ଼ିଶାରେ ୩ ଦିନ ପାଇଁ ରହିବା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ । ସ୍ୱାଧୀନତା ପରେ ରାଜ୍ୟରେ ପ୍ରଥମ ଥର ପାଇଁ ଡିଜି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ସମସ୍ତ ଡିଜି, ଆଇଜି ଓ ଉଚ୍ଚପଦସ୍ଥ ସୁରକ୍ଷା ଅଧିକାରୀମାନେ ଏଥିରେ ଯୋଗଦେଇ ଆଇନଶୃଙ୍ଖଳା ବିଷୟରେ ଆଲୋଚନା କରିଛନ୍ତି । ଏଥିସହ ସେମାନେ ଓଡ଼ିଶାର ପରମ୍ପରା ଓ ସଂସ୍କୃତିକୁ ପାଖରୁ ଦେଖିଛନ୍ତି । ଲୋକପ୍ରିୟ ମୁଖମନ୍ତ୍ରୀ ଶ୍ରୀ ମୋହନଚରଣ ମାଝୀ ଏତେ ବଡ଼ ସମ୍ମିଳନୀକୁ ସଫଳ ଭାବେ ପରିଚାଳନା କରିବା ଆମ ସମସ୍ତଙ୍କ ପାଇଁ ଏକ ଗର୍ବର ବିଷୟ ହୋଇଥିବାବେଳେ ଦିଶାହୀନ କଂଗ୍ରେସ ପ୍ରଳାପ କରୁଛି ।
ଦେଶର ଯେବେ ବି ବିକାଶ ପ୍ରସଙ୍ଗ ଉଠିଛି ସେତେବେଳେ କଂଗ୍ରେସ ଦେଶକୁ ଅପମାନିତ କରିଛି । ବିଜେପି ରାଜ୍ୟରେ ଏକାକୀ ସରକାର କରିବା ପରେ ମୋହନ ମାଝୀଙ୍କ ନେତୃତ୍ୱରେ ଦେଶର ବିକାଶ ସହ ତାଳ ଦେଇ ରାଜ୍ୟ ମଧ୍ୟ ଆଗେଇ ଚାଳିଥିବା ବେଳେ ଦିଶାହୀନ କଂଗ୍ରେସ ଏହାକୁ ସହି ନ ପାରି ପ୍ରଳାପ କରୁଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା କହିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି, ୫୦ ବର୍ଷ ପରେ ବି ନିଜକୁ ଯୁବନେତା ବୋଲି କହୁଥିବା କଂଗ୍ରେସର ଜଣେ ଶୀର୍ଷ ନେତା ସାରା ବିଶ୍ୱରେ ବୁଲିବୁଲି ଦେଶର ସଂସ୍କୃତି ଓ ଗାରିମାକୁ ତଳେ ପକାଉଛନ୍ତି । ଦେଶର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିବା ପାଇଁ ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ତାଙ୍କ ପଦାଙ୍କ ଅନୁସରଣ କରି ଯୁବ କଂଗ୍ରେସ ମଧ୍ୟ ସେଭଳି କାର୍ଯ୍ୟ କରୁଛି । ରାଜ୍ୟ ଏହି ଐତିହାସିକ କ୍ଷଣର ମର୍ଯାଦା କ୍ଷୁର୍ଣ୍ଣ କରିବା ପାଇଁ କଂଗ୍ରେସ ଦଳର କେତେଜଣ ଉଦ୍ଭ୍ରାନ୍ତ ଯୁବକ ସାମ୍ବାଦିକ ସମ୍ମିଳନୀ ଡାକି ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି ।
ଅତୀତରେ କଂଗ୍ରେସର ଏହି ଉଦ୍ଭ୍ରାନ୍ତ ଯୁବକମାନେ ରାଜ୍ୟରେ ଅନେକ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛନ୍ତି । ଅନେକଙ୍କ ବିରୋଧରେ ସଙ୍ଗୀନ ଅପରାଧିକ ମାମଲା ରହିଥିବାବେଳେ ଆଇନଶୃଙ୍ଖଳା ଭଙ୍ଗ କରିଥିବା ଅଭିଯୋଗମାନ ରହିଛି । ସବୁବେଳେ ଅଶାନ୍ତି, ବିଶ୍ୱୃଙ୍ଖଳା ସୃଷ୍ଟି କରି ଆଇନ୍ ଶୃଙ୍ଖଳାକୁ ହାତକୁ ନେଉଥିବା କଂଗ୍ରେସ ଯୁବସଙ୍ଗଠନର ଆଇନ୍ ଶୃଙ୍ଖଳା ପରିସ୍ଥିତି ବିଷୟରେ କହିବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ମୁଣ୍ଡ ନ ଥିଲେ ଯେମିତି ଶରୀର ନିର୍ଜୀବ ହୋଇଥାଏ, ଓଡ଼ିଶା କଂଗ୍ରେସ ସେଭଳି ଏକ ମୁଣ୍ଡବିହୀନ ନିର୍ଜୀବ ସଙ୍ଗଠନରେ ପରିଣତ ହୋଇଛି ।
ଏଭଳି ଏକ ବିଶ୍ୱଙ୍ଖଳିତ ଦଳ ଯାହା ଅପରାଧିକମାନଙ୍କ ଆଡ୍ଡାସ୍ଥଳୀ ପାଲଟିଯାଇଛି ସେହି ଦଳର ଉଦ୍ଭ୍ରାନ୍ତ ଯୁବକମାନେ ରାଜ୍ୟର ଗାରିମା କ୍ଷୁର୍ଣ୍ଣ କରିବାକୁ ଅପଚେଷ୍ଠା କରିବା ଅତ୍ୟନ୍ତ ନିନ୍ଦନୀୟ । ତାଙ୍କ ଦଳ ପ୍ରଥମେ ନିଜର ମୁଣ୍ଡ ସ୍ଥିର କରନ୍ତୁ । ଏଥସହ ଏଭଳି ହୀନ ମନ୍ତବ୍ୟ ଦେଉଥିôବା ଦଳର ଯୁବକମାନଙ୍କୁ ବାରଣ କରନ୍ତୁ ନଚେତ୍ ରାଜ୍ୟବାସୀ ଏହାର ଉଚିତ୍ ଜବାବ୍ ଦେବେ ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ୍ ସିଂ, ସମ୍ପାଦକ ସୁବ୍ରତ କୁମାର ବିଶ୍ୱାଳ ଓ ପ୍ରଶାନ୍ତ ପାଇକରାଏ ପ୍ରମୁଖ ଉପସ୍ଥିତ ଥିଲେ ।