By Our Correspondent
BHUBANESWAR: ଉତ୍ତର ଏବଂ ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ପାରଦ ୨ ରୁ ୩°C ଯାଏଁ ତଳକୁ ଖସିଛି .
ରାତ୍ରି ତାପମାତ୍ରା ସମତଳ ଅଞ୍ଚଳ ମଧ୍ୟରେ କିରେଇରେ ୧୨.୭°C, ଫୁଲବାଣୀ ୧୩°C , ପାହାଡିଆ ଅଞ୍ଚଳ ମଧ୍ୟରେ କୋରାପୁଟ ୧୩°C ଏବଂ ଜି.ଉଦୟଗିରି ରେ ୧୩.୨ °C ରେକର୍ଡ.
ଦେଶର ମଧ୍ୟ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ହେଉଥିବାରୁ ରାଜ୍ୟ ମଧ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ -ଥଣ୍ଡା ବାୟୁ ପ୍ରବାହିତ ହେବାର ସମ୍ଭାବନା ରହିଛି | ପ୍ରଭାବରେ ଆଗାମୀ ୨ ଦିନ ମଧ୍ୟରେ ରାତ୍ରି ତାପମାତ୍ରା ରେ ୨ ରୁ ୩ ହ୍ରାସ ଘଟିବାରେ ସମ୍ଭାବନା ରହିଛି |