ତା.୦୧.୦୧.୨୦୨୪ ରୁ ତା.୧୨.୦୭.୨୦୨୪ ରିଖ ମଧ୍ୟରେ ମୋଟ ୩୩ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୬୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୫୨୪ଗ୍ରାମ ୭୮୦ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୬,୨୨,୬୨୫ ଟଙ୍କା, ୨୦ଟି ମୋବାଇଲ ଫୋନ, ୨୫ଟି ଦୁଇଚକିଆ ଯାନ ଏବଂ ୩ଟି ଚାରିଚକିଆ ଯାନ ଜବତ

    0
    268

    By Our Correspondent

    BHUBANESWAR: ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଥିବା ବିଭିନ୍ନ ଥାନା ତଥା ଥାନା ମାନଙ୍କରେ ଗଠିତ POPD ଏବଂ Team-60ର ସଦସ୍ୟ ମାନେ ବେଆଇନ ନିଶା ଦ୍ରବ୍ୟ ବିକ୍ରି ଓ ସେବନ ଉପରେ ତୀକ୍ଷଣ ନଜର ରଖିବା ସହିତ ବ୍ୟତିକ୍ରମ କ୍ଷେତ୍ରରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମାନ ଗ୍ରହଣ କରାଯାଇଛି ।

    ଏହି ପରିପ୍ରେକ୍ଷୀରେ ଗତ ଜୁନ ମାସ ୧ ତାରିଖରୁ ଚଳିତ ଜୁଲାଇ ମାସ ୧୨ ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୮ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୧୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ମୋଟ ୯୫ଗ୍ରାମ ୮୧୦ ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୨,୬୬,୮୨୦ ଟଙ୍କା, ୫ ଟି ମୋବାଇଲ ଫୋନ ଏବଂ ୧୦ଟି ଦୁଇ/ତିନି/ଚାରି ଚକିଆ ଯାନ ଜବତ କରାଯାଇଥିଲା ।

    ସେହିପରି ଗତ ଜୁନ ମାସ ୧ ତାରିଖରୁ ଚଳିତ ଜୁଲାଇ ମାସ ୧୨ ତାରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୭ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୧୦ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୧କୁଇଣ୍ଟାଲ ୭୨କେଜି ୩୫୦ଗ୍ରାମ ଓଜନର ଗଞ୍ଜେଇ, ୭୬,୭୬୦ଟଙ୍କା, ୩ଟି ମୋବାଇଲ ଫୋନ ଏବଂ ୩ଟି ଦୁଇ/ତିନି/ଚାରି ଚକିଆ ଯାନ ଜବତ କରାଯାଇଥିଲା ।

    ଏହି କ୍ରମରେ ଗତ ଜାନୁୟାରୀ ମାସ ତା.୦୧.୦୧.୨୦୨୪ ରୁ ଚଳିତ ଜୁଲାଇ ମାସ ତା.୧୨.୦୭.୨୦୨୪ ରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୩୩ଟି ବେଆଇନ ବ୍ରାଉନ ସୁଗାର ବିକ୍ରି ଜନିତ ମାମଲା ରୁଜୁ କରାଯାଇ ୬୧ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୫୨୪ଗ୍ରାମ ୭୮୦ମିଲିଗ୍ରାମ ଓଜନର ବ୍ରାଉନ ସୁଗାର, ୬,୨୨,୬୨୫ ଟଙ୍କା, ୨୦ଟି ମୋବାଇଲ ଫୋନ, ୨୫ଟି ଦୁଇଚକିଆ ଯାନ ଏବଂ ୩ଟି ଚାରିଚକିଆ ଯାନ ଜବତ କରାଯାଇପାରିଥିଲା ।

    ସେହିପରି ଗତ ଜାନୁୟାରୀ ମାସ ତା.୦୧.୦୧.୨୦୨୪ ରୁ ଚଳିତ ଜୁଲାଇ ମାସ ତା.୧୨.୦୭.୨୦୨୪ ରିଖ ମଧ୍ୟରେ ବିଭିନ୍ନ ଥାନାରେ ମୋଟ ୩୫ଟି ବେଆଇନ ଗଞ୍ଜେଇ ବିକ୍ରି ଜନିତ ମାମଲା ରୁଜୁ କରାଯାଇ ମୋଟ ୫୭ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ, ସେମାନଙ୍କ ନିକଟରୁ ୪କୁଇଣ୍ଟାଲ ୯୮କେଜି ୧୨୦ଗ୍ରାମ ଓଜନର ଗଞ୍ଜେଇ, ୧,୫୭,୮୪୦ ଟଙ୍କା, ୧୬ଟି ମୋବାଇଲ ଫୋନ, ୬ଟି ଦୁଇଚକିଆ ଯାନ, ଗୋଟିଏ ତିନିଚକିଆ ଯାନ ଏବଂ ୬ଟି ଚାରି ଚକିଆ ଯାନ ଜବତ କରାଯାଇପାରିଥିଲା । ଏହିପରି ଭାବରେ ଗତ ଜାନୁୟାରୀ ରୁ ଏଯାବତ ମୋଟ ୬୮ ଟି ବେଆଇନ ବ୍ରାଉନ ସୁଗାର ଓ ଗଞ୍ଜେଇ ବିକ୍ରି ମାମଲାରେ ମୋଟ ୧୧୮ ଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇସାରିଲେଣି ।

    ଜନସାଧାରଣ ମାନେ ବେଆଇନ ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍ଆପ ନମ୍ବର- ୭୦୭୭୭୯୮୧୧୧ ଜାରି କରାଯାଇଥିବା ବେଳେ, ସୂଚନା ପ୍ରଦାନକାରୀଙ୍କ ତଥ୍ୟ ସଂପୂର୍ଣ୍ଣ ଗୋପନ ରଖାଯିବ ।

     

     

    LEAVE A REPLY

    Please enter your comment!
    Please enter your name here