ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଜ୍ୟୋତିରଞ୍ଜନକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନଙ୍କ ନିର୍ଦେଶ

0
659

By Biswanath Dash

BHUBANESWAR: ଗତବର୍ଷ ପ୍ରବଳ ବର୍ଷା ସମୟରେ ଭୁବନେଶ୍ୱର ରେ ଡ୍ରେନରେ ପଡି ମୃତ୍ୟୁବରଣ କରିଥିବା ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ରଞ୍ଜନ ବେହେରାକୁ ୪ ଲକ୍ଷ ଟଙ୍କା କ୍ଷତି ପୂରଣ ଦେବାକୁ ଜାତୀୟ ମାନବାଧିକାର କମିଶନ  ତାଙ୍କ ରାୟ ସହ ନିର୍ଦେଶ ଦେଇଛନ୍ତି l

 ଗତବର୍ଷ ସେପ୍ଟେମ୍ବର ୧୯ ତାରିଖ ଦିନ ଜ୍ୟୋତି ରଞ୍ଜନ ବେହେରା ଟ୍ୟୁସନକୁ ସାଇକେଲ ନେଇ ଯାଉଥିବା ସମୟରେ ଭୁବନେଶ୍ୱର ବରମୁଣ୍ଡା ଅଂଚଳରେ ଥିବା ମୁକୁଳା ଡ୍ରେନରେ ପଡି ଭୀଷଣ ବର୍ଷl ଜନିତ ପ୍ରବଳ ପାଣିର ସ୍ରୋତରେ ଭାସି ଯାଇ ମୃତ୍ୟୁ ବରଣ କରିଥିଲେ l ମୃତ ଜ୍ୟୋତି ରଞ୍ଜନ ପରିବାରର ଏକ ମାତ୍ର ପୁତ୍ର ଥିଲେ l

ଏହି ମାମଲାକୁ ଜାତୀୟ ମାନବାଧିକାର କମିଶନଙ୍କ କୋର ଗ୍ରୁପ ସଦସ୍ୟ ମନୋଜ ଜେନା କମିଶନଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପାଇଁ ଆବେଦନ କରିଥିଲେ l ମାନ୍ୟବର କମିଶନ ଏହି ମାମଲାର ସବିଶେଷ ତଥ୍ୟ ଦୁଇ ସପ୍ତାହରେ ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ l ଏନ.ଜି. ଟି ର ଗାଇଡ଼ ଲାଇନ ଅନୁଯାଇ ଡ୍ରେନ ଗୁଡିକ ଖୋଲା ରଖା ଯାଇ ପାରିବ ନାହିଁ l

ଯେହେତୁ ଭୁବନେଶ୍ୱର ମହାନଗର ନିଗମ ତାଙ୍କର ଦାୟିତ୍ୱ ଠିକ ଭାବରେ ତୁଲାଇ ନାହାନ୍ତି ତେଣୁ ତାଙ୍କୁ ୪ ଲକ୍ଷ ଟଙ୍କାର କ୍ଷତି ପୂରଣ ତୁରନ୍ତ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି l ତା ସହିତ ଆଗକୁ ଏପରି ଘଟଣା ନ ଘଟିବା ପାଇଁ ସବୁ ମୁକୁଳା ଡ୍ରେନକୁ ସ୍ଲାବ ପକାଇ ତୁରନ୍ତ ଘୋଡାଇବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here