ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ

0
353
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

By Our Correspondent

NEW DELHI/BHUBANESWAR: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କରିବା ସହ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣରେ ଡିବିଟି ପ୍ରଚଳନକୁ ପ୍ରଶଂସା କରିବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୋଦି ସରକାର ଆସିବା ପରେ ପାରଦର୍ଶୀ ଓ ସ୍ୱଚ୍ଛତାକୁ ପ୍ରାଥମିକତା ଦିଆଯାଇଛି । ପ୍ରଧାନମନ୍ତ୍ରୀ କ୍ଷମତାକୁ ଆସିବା ପରେ ନଗଦ ଅର୍ଥକୁ ଲାଭାର୍ଥୀଙ୍କ ସିଧାସଳଖ ବ୍ୟାଙ୍କ ଖାତାରେ ଦେବା ପାଇଁ ଯୋଜନା ହୋଇଛନ୍ତି ।

ଏହି ସଂସ୍କାର ଦ୍ୱାରା ମୁଦ୍ରା ଯୋଜନା, ପିଏମ କିଷାନ ସମ୍ମାନ ନିଧି ଭଳି ଅନେକ ଯୋଜନାରେ ଲାଭାର୍ଥୀମାନେ ସିଧାସଳଖ ଟଙ୍କା ପାଇ ବିଶେଷ ଲାଭବାନ ହୋଇଛନ୍ତି । ତେଣୁ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ ଓ ପ୍ରଶଂସନୀୟ । ଏହି ଯୋଜନା ଆମର ଯୁବବର୍ଗଙ୍କ ପାଇଁ ଆପ୍ରେଣ୍ଟିସ-ସିପ୍ ପ୍ରଶିକ୍ଷଣ ପ୍ରଦାନ କରିବା ସହ ଷ୍ଟାଇପେଣ୍ଡ୍ ବିତରଣରେ ସ୍ୱଚ୍ଛତା ବା ପାରଦର୍ଶୀକୁ ସୁନିଶ୍ଚିତ କରିବ ।

ପାଠପଢା ସହ ରୋଜଗାର କରିବା ଦିଗରେ ଏହା ଏକ ପାଇଲଟ ଆରମ୍ଭ । ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୫ ଲକ୍ଷ ଯୁବକ ଯୁବତୀମାନେ ଏହାର ଲାଭାର୍ଥୀ ହୋଇଥିବା ବେଳେ ଚଳିତବର୍ଷ ଅତିରିକ୍ତ ୧୦ ଲକ୍ଷ ଯୁବକ ଯୁବତୀଙ୍କୁ ଏଥିରେ ଯୋଡିବାର ଲକ୍ଷ୍ୟ ରଖାଯାଇଛି ।

ଏହି ଯୋଜନାରେ ଅନେକ ଶିଳ୍ପ ସଂସ୍ଥା ଯୋଡି ହୋଇଥିବା ବେଳେ ସେମାନେ ମଧ୍ୟ ପିଲାମାନଙ୍କ ମନୋବଳ ବଢାଇଛନ୍ତି । ଭାରତ ସରକାରଙ୍କ ଆପ୍ରଣ୍ଟିସସିପ ଆକ୍ଟକୁ ବଦଳାଇବା ଦ୍ୱାରା ଅନେକ କାର୍ଯ୍ୟ ସହଜ ହୋଇଛି । ଏହାବ୍ୟତିତ ବର୍ତ୍ତମାନର ପରିବର୍ତ୍ତିତ ଟେକ୍ନୋଲୋଜି ସମୟରେ ପାଠପଢା ସହ ରୋଜଗାର ତଥା ଡିଗ୍ରୀ- ଦକ୍ଷତା ବୃଦ୍ଧିର ଦୁନିଆ ବଦଳୁଛି । ଆମକୁ ଏ ଦିଗରେ ଧ୍ୟାନ ଦେବାର ଆବଶ୍ୟକ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here