ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ବଳାତ୍କାର କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି,  ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ଶ୍ରୀମତୀ ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ  ୨୫ ବର୍ଷ ସଶ୍ରମ କାରାଦଣ୍ଡଦେଶ  ପ୍ରଦାନ କରିଛନ୍ତି

0
326

By Our Correspondent

CUTTACK:ଝାରସୁଗୁଡା ଜିଲ୍ଲାରେ ଦୁଇ ଜଣ ନାବାଳକଙ୍କୁ ବଳାତ୍କାର କରାଯାଇଥିବା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇଛି।  ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ବିଚାରପତି, POCSO ଶ୍ରୀମତୀ ପୂଜା ଷଡ଼ଙ୍ଗୀ ଏହି ମାମଲାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତଙ୍କୁ  ୨୫ ବର୍ଷ ସଶ୍ରମ କାରାଦଣ୍ଡଦେଶ  ପ୍ରଦାନ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି,  ମାତ୍ର ୫୫ ଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକ୍ଷରୁ ଚାର୍ଜସିଟ ଦାଖଲ କରାଯାଇଥିଲା। ସେହି ଅନୁଯାୟୀ ଏହି ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି।
ମାମଲାର ବିବରଣୀ ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସ ୨୩ ତାରିଖରେ ବ୍ରଜରାଜନଗର ଥାନାରେ ଏହି ବଳାତ୍କାର ମାମଲା ପଞ୍ଜିକୃତ ହୋଇଥିଲା। ଅଭିଯୁକ୍ତ ଅଜିତ ନାଗ  ଜଣେ ୧୧ ବର୍ଷ ବୟସର ନାବାଳକଙ୍କୁ  ଏକ ନିକାଞ୍ଚନ ଜାଗାକୁ ନେଇ  ଯୌନ ନିର୍ଯାତନା ଦେଇଥିଲା। ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ଅଜିତ ପୀଡିତ ନାବାଳକଙ୍କୁ ମାଡ ମାରିବା ସହ ଘଟଣା ସମ୍ପର୍କରେ କାହାରିକୁ ପ୍ରକାଶ କଲେ ଜୀବନରେ ମାରି ଦେବାକୁ  ଧମକ ଦେଇଥିଲେ। କିନ୍ତୁ ନାବାଳକ ଜଣକ ଘରକୁ ଫେରି ଘଟଣା ସଂକ୍ରାନ୍ତରେ ନିଜ ମାଆକୁ କହିବା ପରେ ଥାନାରେ ଅଭିଯୋଗ ହୋଇଥିଲା।
 ଅଭିଯୁକ୍ତ ଅଜିତ ନାଗ ପୂର୍ବରୁ ମଧ୍ୟ ତାଙ୍କର ଅନ୍ୟ ଜଣେ ନାବାଳକ ପୁତୁରାଙ୍କ ସମେତ ଗାଁର ଅନ୍ୟ କିଛି ନାବାଳକଙ୍କୁ ମଧ୍ୟ ଯୌନ ନିର୍ଯାତନା ଦେଇଥିବା ସଂକ୍ରାନ୍ତରେ ପୋଲିସ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା।  ଅଭିଯୁକ୍ତ ଅଜିତ ପୂର୍ବରୁ ମଧ୍ୟ ଏକ ବଳାତ୍କାର ମାମଲାରେ ଜେଲରେ ଥିଲା।ଏହି ମାମଲାକୁ ସରକାରୀ ଓକିଲ ପ୍ରକାଶ ମହାନ୍ତି ପରିଚାଳନା କରୁଥିଲେ।

LEAVE A REPLY

Please enter your comment!
Please enter your name here