ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ବିୟୋଗରେ ରାଜ୍ୟ ସଭାପତିଙ୍କ ଶୋକ, ଜନଜାତି ବର୍ଗ ପାଇଁ ଅଗ୍ରଣୀ ନେତୃତ୍ୱ ନେଇ ଶିବୁ ସୋରେନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ଅନୁସୂଚିତ ଜନଜାତି ବର୍ଗ ପାଇଁ ବିରାଟ କ୍ଷତି ଏବଂ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି -ମନମୋହନ ସାମଲ

0
268

By Our Correspondent

BHUBANESWAR: ପଡୋଶୀ ଝାଡଖଣ୍ଡ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବୁ ସୋରେନଙ୍କ ଆଜି ୮୧ ବର୍ଷ ବୟସରେ ପରଲୋକ ଘଟିଛି । ଦୀର୍ଘ ୪ ଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ରାଜନୀତିରେ ସକ୍ରିୟ ଥିଲେ ।

ସ୍ୱର୍ଗତଃ ସୋରେନ ୩ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବା ସହିତ ୮ ଥର ଲୋକସଭା ଏବଂ ୩ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ଜନଜାତି ବର୍ଗଙ୍କ ପାଇଁ ଅଗ୍ରଣୀ ନେତୃତ୍ୱ ନେଇ ସ୍ୱର୍ଗତଃ ସୋରେନ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ରାଜ୍ୟସଭା ସାଂସଦ ଭାବେ ତାଙ୍କ ସହ ଏକାଠି କାମ କରିବାର ସୁ୍‌ଯୋଗ ମିଳିଥିଲା ।

ଅନୁଭବୀ ସ୍ୱର୍ଗତଃ ସୋରେନଙ୍କ ବିୟୋଗ ଅନୁସୂଚିତ ଜନଜାତି ବର୍ଗ ପାଇଁ ବିରାଟ କ୍ଷତି ଏବଂ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଶୋକ ବ୍ୟକ୍ତ କରିଛନ୍ତି ।

ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here