ଜୁନ 20 ରୁ 29, 2022 ପର୍ଯ୍ୟନ୍ତ ନବୀନ ପଟ୍ଟନାୟକ -ଭି କେ ପାଣ୍ଡିଆ ନ ଇଟାଲି ରେ କଣ କରୁଥିଲେ, ଏହାର ତଥ୍ୟ ମିଳୁନି, ଇଟାଲି ଦେଶ ଗସ୍ତ ଏବେବି ରହସ୍ୟ ମୟ

0
280

By RTI Activist Pradip Pradhan

BHUBANESWAR: କିଛି ଦିନ ତଳେ ବରିଷ୍ଠ ସାମ୍ବାଦିକ ଶ୍ରୀ ରୁବେନ ବାନାର୍ଜି  ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା presidential suite ରେ ରହଣି ତଥ୍ୟ ଦେଇ ଖବର ପ୍ରଶାରଣ କରିଥିଲେ l  2017 ପର୍ଯ୍ୟନ୍ତ ତଥ୍ୟ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି suite କେବେବି ବ୍ୟବହାର କରିନାହାନ୍ତି ବୋଲି ଦର୍ଶାଅଇଥିଲେ l

ଏହା ଏକ ଅର୍ଦ୍ଧସତ୍ୟ ବୋଲି କିଛି ବରିଷ୍ଠ ସାମ୍ବାଦିକ ଦର୍ଶାଅଇଥିଲେ l ମୁଁ ମଧ୍ୟ ସେମାନଙ୍କ ସହିତ ଏକମତ ଥିଲି l କିନ୍ତୁ 2019 ରୁ 2024  ର ରାଜ୍ୟ ଶାସନ ଅନେକ ବିବାଦ ଓ ଭୟଙ୍କର ପ୍ରଶାସନିକ ଅବ୍ୟବସ୍ଥା ମଧ୍ୟରେ ବୁଡି ରହିଥିଲା l ଏହି ସମୟରେ ରାଜ୍ୟକୁ ପୁଞ୍ଜି ଆଣିବା ପାଇଁ ପୁଞ୍ଜିପତି ମାନଙ୍କ ସହିତ ଆଲୋଚନା ପାଇଁ ରାଜ୍ୟ ବା ଦେଶ ବାହାରେ ସରକାର ବଡ ବଡ conclave ଆୟୋଜନ କରିଥିଲେ l  ଏହି କାର୍ଯ୍ୟକ୍ରମ ନାମରେ ନବୀନ ବାବୁଙ୍କ  ଚାରୋଟି ବିଦେଶ  ଗସ୍ତ ହୋଇଥିଲା l କିନ୍ତୁ  ଇଟାଲି ଦେଶ ଗସ୍ତ ଏବେବି ରହସ୍ୟ ମୟ l କେହି ସଠିକ ତଥ୍ୟ ଦେଇପାରୁନାହାନ୍ତି l

ପୂଣି ଏହି ସବୁ  କାର୍ଯ୍ୟାକ୍ରମ ଦ୍ୱାରା ଆମ ରାଜ୍ୟ କଣ ଉପକୃତ ହେଲା, ଏହାର ତଥ୍ୟ ମଧ୍ୟ ସରକାର ଦେଇପାରୁ ନାହାନ୍ତି l  IPICOL, GA Dept, Parliamentary Affairs Dept, ମୁଖ୍ୟମନ୍ତ୍ରୀ ଙ୍କ ଦପ୍ତର, Chief Resident Commissioner ଙ୍କ କାର୍ଯ୍ୟାଳୟ, Transport Dept  କାହା ପାଖରେ ନବୀନ ବାବୁଙ୍କ ଇଟାଲି ଦେଶ ଗସ୍ତ ତଥ୍ୟ ନାହିଁ l ଜୁନ 20 ରୁ 29, 2022 ପର୍ଯ୍ୟନ୍ତ ନବୀନ ବାବୁ ଓ ଭି କେ ପାଣ୍ଡିଆ ନ ଇଟାଲି ରେ କଣ କରୁଥିଲେ, ଏହାର ତଥ୍ୟ ମିଳୁନି l  IPICOL ଦେଇଥିବା ତଥ୍ୟ ଆଧାରରେ ନବୀନ ବାବୁ ଦୁବାଇ ହୋଟେଲ ରେ ରହିଥିଲେ l

ସେଥିପାଇଁ ତାଙ୍କ ପାଇଁ ସବୁଠାରୁ costly suite ବୁକ ହୋଇଥିଲା l ଯାହାର ଦିନକୁ ଦାମ ଥିଲା 2,32,000 l ପୁଣି ଏହି ହୋଟେଲ ରେ ସମସ୍ତ ଅଫିସର ମାନେ 4 ରୁ 5 ଦିନ ରହିଥିଲେ l ଗୋଟିଏ meal ର ଦାମ ଥିଲା 5000.00 l ଏହି କାର୍ଯ୍ୟକ୍ରମ ପାଇଁ ଏତେବଡ ହୋଟେଲ ରେ ରହିବାର ଆବଶ୍ୟକତା ନଥିଲା l ସେହିସମୟରେ ପାଣ୍ଡିଆ ନ ନିୟନ୍ତ୍ରଣରେ ଥିବା ଶାସନରେ ବରିଷ୍ଠ   ଅଧିକାରୀ ମାନଙ୍କ ତୁହାକୁ ତୁହା ବିଦେଶ ଗସ୍ତ ହୋଇଥିଲା l ଏହା ସହିତ ସେମାନେ  ଜାପାନ, ସିଙ୍ଗାପୁର, ଆମେରିକା  ଇତ୍ୟାଦି  ସରକାରୀ ଅର୍ଥରେ ଗସ୍ତ କରିଥିଲେ l ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ  ଏହି ବିଦେଶରେ କାର୍ଯ୍ୟକ୍ରମ  ଦ୍ୱାରା ଗୋଟିଏ ଟଙ୍କାର ପୁଞ୍ଜି ଓଡିଶାକୁ ଆସିନଥିଲା l

LEAVE A REPLY

Please enter your comment!
Please enter your name here