By Our Correspondent
BHUBANESWAR: ଭାରତୀୟ ରେଡ଼କ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଶ୍ରୀ ଗଣେଶ ଚନ୍ଦ୍ର ପାତ୍ର ଙ୍କ ତତ୍ତ୍ୱାବଧାନରେ ଜୁନିୟର ରେଡ଼କ୍ରସ ଦ୍ୱାରା ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଅଛି l ଏହାକୁ ପାଳନ କରିବା ନିମନ୍ତେ ରେଡ଼କ୍ରସ ସମ୍ମୁଖରେ ଏକ ମାନବଶୃଙ୍ଖଳ କରାଯାଇଥିଲା l ଜୁନିୟର ରେଡ଼କ୍ରସର କାଉନସେଲର, ସ୍ବେଛାସେବୀ, ରେଡ଼କ୍ରସର ଆଜୀବନ ସଦସ୍ୟ, ରେଡ଼କ୍ରସର କର୍ମକର୍ତ୍ତା ମାନେ ସଡ଼କ ସୁରକ୍ଷର ପ୍ଲାଏକାର୍ଡ ଧରି ଓ ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନ କରିଥିଲେ l
ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଉଷା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ସେ କହିଥିଲେ ଜୁନିୟର ରେଡ଼କ୍ରସର ସ୍ବେଛାସେବୀ ଅନ୍ୟ ପିଲାଙ୍କ ଠାରୁ ଭିନ୍ନ ଥାନ୍ତି କାରଣ ରାସ୍ତାରେ ଦୁର୍ଘଟଣା ହେଉ ବା ଯଦି କେହି ଅସୁବିଧାରେ ପଡିଥାଏ ତାକୁ ସେମାନେ ସାହାର୍ଯ୍ୟ କରିବାକୁ ଆଗେଇ ଆସିଥାନ୍ତି l ରେଡ଼କ୍ରସ ସମାଜରେ ଭଲ ମଣିଷ ସୃଷ୍ଟି କରିଥାଏ l
ସବୁ ପିଲା ନିଜର କର୍ମକୁ ସଠିକ ରୂପେ କରିବା ସହ ଅନ୍ୟକୁ ସହଯୋଗର ହାତ ବଢ଼େଇଲେ ନିଶ୍ଚୟ ସୁନ୍ଦର ସମାଜ ଗଠନ ହୋଇ ପାରିବ l ଜୁନିୟର ରେଡ଼କ୍ରସ ଓ ରାଜ୍ୟ ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ଏକ ହଜାର ବିଦ୍ୟାଳୟ ରେ ଟ୍ରାଫିକ କ୍ଲବ ଖୋଲାଯିବ l ଏହି କ୍ଲବ ବିଶେଷ କରି ପିଲାମାନଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିବା ସହ ପ୍ରାଥମିକ ସହାୟତା ଦିଗରେ ଟ୍ରେନିଂ ଦେଇ ଦୁର୍ଘଟଣାକୁ ହ୍ରାସ କରିବା ସହ ମୃତ୍ୟୁ ସଂଖ୍ୟାକୁ କମାଇବା ଦିଗରେ କାର୍ଯ୍ୟକରିବ ବୋଲି ସେ କହିଥିଲେ l
ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗର ପ୍ରଦୀପ କୁମାର ମହାନ୍ତି ଯୋଗଦେଇ ପିଲାମାନଙ୍କୁ ସଡ଼କ ସୁରକ୍ଷା ଉପରେ ବୁଝାଇଥିଲେ l ଜୁନିୟର ରେଡ଼କ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ ପିଲାମାନଙ୍କୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ପ୍ରାଥମିକ ସହାୟତା କିପରି ବହୁ ଅମୁଲ୍ୟ ଜୀବନ ବଞ୍ଚେଇବାରେ ସହାୟକ ହୋଇଥାଏ ତାହା ଉପରେ ଆଲୋକପାତ କରିଥିଲେ llଯୁବ ରେଡ଼କ୍ରସ ଅଧିକାରୀ ଡ଼ଃ ରମେଶ ଚନ୍ଦ୍ର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l
ଏହି କାର୍ଯ୍ୟକ୍ରମରେ ରେଡ଼କ୍ରସର କୋଷାଧ୍ୟକ୍ଷ ଲାବଣ୍ୟ ଶବର , ଯୁଗ୍ମ ସଚିବ ଅଶୋକ ମହାନ୍ତି ଉପସ୍ଥିତ ଥିଲେ l ଜୁନିୟର ରେଡ଼କ୍ରସ ଅଧିକାରୀ ଧନ୍ୟବାଦ ଭାଷଣ ଦେଇଥିଲେ l ସଡ଼କ ସୁରକ୍ଷା ଉପରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା l କୃତି ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ୧୬୦ ରୁ ଉର୍ଦ୍ଧ ଜୁନିୟର ରେଡ଼କ୍ରସର କାଉନସେଲର, ସ୍ବେଛାସେବୀ, ରେଡ଼କ୍ରସର ଆଜୀବନ ସଦସ୍ୟ ଓ କର୍ମଚାରୀବୃନ୍ଦ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ରମାରାଣୀ ସେନାପତି, ସୁରେନ୍ଦ୍ରନାଥ ସାମଲଓ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଥିଲେ l