ଜାନୁଆରୀ ୧ ରୁ ୫ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଏକ ଚିନ୍ତନ ବୈଠକ ରାଉରକେଲା  ରେ ଅନୁଷ୍ଠିତ ହେବ, ସରସଂଘଚାଳକ ଡା.ମୋହନରାଓ ଭାଗବତ ଉପସ୍ଥିତ ରହିବେ

0
265
RSS chief Dr Mohan Bhagwat --file

By Our Correspondent

BHUBANESWAR:  ଜାନୁଆରୀ ୧ ରୁ ୫, ୨୦୨୪ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ର ଏକ ଚିନ୍ତନ ବୈଠକ ରାଉରକେଲା ଅଗ୍ରେସନ ଭବନ ରେ ଅନୁଷ୍ଠିତ ହେବ ।

ଏହି ବୈଠକ ରେ ପରମ ପୂଜନୀୟ ସରସଂଘଚାଳକ ଡା.ମୋହନରାଓ ଭାଗବତ ଙ୍କ ସହ ଅନ୍ୟ ଅଖିଳ ଭାରତୀୟ ଅଧିକାରୀ ମାନେ ଉପସ୍ଥିତ ରହିବେ । ବିବିଧ କ୍ଷେତ୍ର ର ଅଖିଳ ଭାରତୀୟ ପ୍ରମୁଖ ମାନେ ମଧ୍ୟ ଏହି ବୈଠକ ରେ ଉପସ୍ଥିତ ରହିବେ । ଏହି ବୈଠକ ରେ ସଂଘର ପୂର୍ବ କାର୍ଯ୍ୟର nସମୀକ୍ଷା ସହିତ ଆଗାମୀ କାର୍ଯ୍ୟ ସମ୍ୱନ୍ଧରେ ଯୋଜନା ଆଦି ହେବ ।

ଏହା ସଂଘର ଏକ ସାଙ୍ଗଠନିକ ବୈଠକ ଅଟେ । ପୂଜନୀୟ ସରସଂଘଚାଳକ ଙ୍କ ପ୍ରବାସ ସମୟରେ କୌଣସି ସର୍ବସାଧାରଣ କାର୍ଯ୍ୟକ୍ରମ ରହିବ ନାହିଁ । କାର୍ଯ୍ୟକ୍ରମ ରେ କୌଣସି ପ୍ରେସ ମିଟ ମଧ୍ୟ ଅନୁଷ୍ଠିତ ହେବ ନାହିଁ ।

LEAVE A REPLY

Please enter your comment!
Please enter your name here