ଜାତିଗତ ଜନଗଣନାକୁ କେନ୍ଦ୍ର କ୍ୟାବିନେଟର ସ୍ୱୀକୃତି, ସମତା, ସମରସତା, ସୁଶାସନ ଏବଂ ସାମାଜିକ ନ୍ୟାୟର ନୂଆ ଯୁଗ ଆରମ୍ଭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

0
273

By Our Correspondent

BHUBANESWAR:    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ଆଜିର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜାତିଗତ ଜନଗଣନାକୁ ଆଗାମୀ ଜନଗଣନାରେ ସାମିଲ କରିବା ପାଇଁ ସ୍ୱୀକୃତି ଦେଇଛି, ଯେଉଁ ଐତିହାସିକ ନିର୍ଣ୍ଣୟକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇବା ସହ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ସମତା, ସମରସତା, ସୁଶାସନ ଏବଂ  ସାମାଜିକ ନ୍ୟାୟର ଏକ ନୂଆ ଯୁଗ ଆରମ୍ଭ । ବଞ୍ଚିତ, ପଛୁଆ ଲୋକଙ୍କୁ ନୀତି-ନିର୍ମାଣରେ କେନ୍ଦ୍ରରେ ରଖିବା, ସମାଜର ସମସ୍ତ ବର୍ଗଙ୍କୁ ଯୋଡିବା, ସାମାଜିକ, ଶୈକ୍ଷିକ ଏବଂ ଆର୍ଥିକ ଅସମାନତାକୁ ପାରଦର୍ଶୀ ଏବଂ ପ୍ରମାଣିକ ଶୈଳୀରେ ଦୂର କରିବା ତଥା ସବୁ ବର୍ଗଙ୍କ ପାଇଁ ଉଚିତ୍ ଅଧିକାର ସୁନିଶ୍ଚିତ କରିବା ଦିଗରେ ଏହା ଏକ ସକରାତ୍ମକ ପଦକ୍ଷେପ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିଗତ ୧୧ ବର୍ଷ ଧରି ସମ୍ବିଧାନର ମୂଳ ଭାବନା ଅନୁସାରେ ସବକା ସାଥ୍- ସବକା ବିକାଶର ସଂକଳ୍ପ ସହ କାମ କରୁଥିବା ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ସରକାର ଚାଲୁଅଛି । ଆଜିର ଏହି ନିର୍ଣ୍ଣୟ ସବକା ସାଥ୍ – ସବକା ବିକାଶ ଏବଂ ସାମାଜିକ ନ୍ୟାୟର ଅବଧାରଣାକୁ ସଶକ୍ତ କରିବା ଦିଗରେ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ ।

କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ସବୁବେଳେ ଜାତି ଗଣନା ବିଷୟରେ ଛଳନା କରିଛନ୍ତି । କଂଗ୍ରେସ ଯେତେବେଳେ ସରକାରରେ ଥିଲା, ସେତେବେଳେ ଏହି ବିଷୟକୁ କେବଳ ଫାଷ୍ଟ ସର୍ଭେ ମଧ୍ୟରେ ସୀମିତ ରଖିଥିଲା । ଏହାକୁ ଜନଗଣନାର ଅଂଶ ଭାବରେ ସାମିଲ କଲାନାହିଁ । କିନ୍ତୁ ମୋଦୀ ସରକାରଙ୍କ ନୀତି ସ୍ପଷ୍ଟ ଏବଂ ଦୂରଦର୍ଶୀ ନିର୍ଣ୍ଣୟାକ ମଧ୍ୟ । ଐତିହାସିକ ଭୁଲକୁ ସୁଧାରୁଥିବା ଏହି ସମ୍ବେଦନଶୀଳ ନିର୍ଣ୍ଣୟ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦୃଢ ଇଚ୍ଛାଶକ୍ତି କାରଣରୁ ସମ୍ଭବ ହୋଇଛି ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here