ଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା ତଥା ବିଭିନ୍ନ ଶିକ୍ଷାଗତ ସମସ୍ୟା ସମାଧାନ ଦାବିରେ ଏଆଇଡିଏସଓ ପକ୍ଷରୁ ବିଶାଳ ଛାତ୍ର ବିକ୍ଷୋଭ

0
187

By Our Correspondent

BALASORE: ବାଲେଶ୍ୱର, ବଳଙ୍ଗା, ଗୋପାଳପୁର, ଜଗତସିଂହପୁର ସମେତ ରାଜ୍ୟରେ ଛାତ୍ରୀମାନଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା, ଦୁଷ୍କର୍ମ, ଗଣଦୁଷ୍କର୍ମରେ ଜଡିତ ଅପରାଧିମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ତଥା ଛାତ୍ରୀଙ୍କ ଅଭିଯୋଗ ସତ୍ତ୍ୱେ କୈାଣସି ପଦକ୍ଷେପ ନେଇନଥିବା ବ୍ୟକ୍ତିମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ପ୍ରଦାନ କରିବା, ଶିକ୍ଷାନୁଷ୍ଠାନର ବାହାରେ ଓ ଭିତରେ ଛାତ୍ରୀମାନଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା,  ବନ୍ଦ ହୋଇଥିବା ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ତୁରନ୍ତ ଖୋଲିବା, ଆବଶ୍ୟକୀୟ ଶିକ୍ଷକ, ଅଧ୍ୟାପକ, ଶିକ୍ଷା କର୍ମଚାରୀ ପଦବୀ ସ୍ଥାୟୀ ଭିତ୍ତିରେ ପୂରଣ କରିବା, ତୁରନ୍ତ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରିବା, ରେସନାଲାଇଜେସନ୍ ନୀତି ଆଳରେ ଅଧ୍ୟାପକ ପଦବୀ ଉଚ୍ଛେଦ ଷଡଯନ୍ତ୍ର ବନ୍ଦ କରିବା, ଛାତ୍ରଛାତ୍ରୀମାନଙ୍କୁ ଫ୍ରି ବସ୍ ପାସ୍ ଯୋଗାଇଦେବା, ଶିକ୍ଷା  ଧ୍ୱଂସକାରୀ ଜାତୀୟ ଶିକ୍ଷା ନୀତି – ୨୦୨୦ ବାତିଲ କରିବା, ଆଡମିସନ-ରିଆଡମିଶନ ସମେତ ଶିକ୍ଷା କ୍ଷେତ୍ରରେ ସମସ୍ତ ଫିସ୍ ବୃଦ୍ଧି ପ୍ରତ୍ୟାହାର କରିବା ଇତ୍ୟାଦି ଦାବିରେ ଏଆଡିଏସଓ, ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ରାଜ୍ୟ ସଚ୍ଚିବାଳୟ ସମ୍ମୁଖରେ ଆଜି ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ହଜାର ହଜାର ଛାତ୍ରଛାତ୍ରୀ ଉପରୋକ୍ତ ଦାବିକୁ ନେଇ ସ୍ଲୋଗାନ ଦେଇ ଏକ ସୁସଜ୍ଜିତ ପଟୁଆରରେ ରାଜମହଲ ଛକ ରୁ ଆସି ସଚ୍ଚିବାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଛାତ୍ର ବିକ୍ଷୋଭ ସ୍ଥଳରେ ଏଆଇଡିଏସଓ ରାଜ୍ୟ ସମ୍ପାଦକ ସିଦ୍ଧାର୍ଥ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିବାଦ ସଭାରେ ରାଜ୍ୟ ସଭାପତି ସୋମନାଥ ବେହେରା, କେନ୍ଦ୍ରୀୟ ପରିଷଦର ଅନ୍ୟତମ ଯୁଗ୍ମ ସମ୍ପାଦକ ସମର ମହାତୋ, ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରନେତାମାନେ ନିଜର ବକ୍ତବ୍ୟ ରଖିଥିଲେ ।

ଏଆଇଡିଏସଓ ରାଜ୍ୟ ସଭାପତି ସୋମନାଥ ବେହେରାଙ୍କ ନେତୃତ୍ୱରେ ରାଜ୍ୟ ଉପ-ସଭାନେତ୍ରୀ ନିରୁପମା ବେହେରା, କୋଷାଧ୍ୟକ୍ଷା ସପ୍ତର୍ଶିନୀ ରାଉଳ, ସଂପାଦକ ମଣ୍ଡଳୀ ସଦସ୍ୟ ହରେକୃଷ୍ଣ ଦାସ, ମଧୁସୂଦନ ବାଗ ପ୍ରମୂଖ ଏକ ପ୍ରତିନିଧି ମଣ୍ଡଳୀରେ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟର ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ପାଖରୁ ସଂଗୃହିତ ଦସ୍ତଖତ ସମ୍ମଳିତ ଦାବି ପତ୍ର ପ୍ରଦାନ କରିଥିଲେ । ଆଜିର ଛାତ୍ର ବିକ୍ଷୋଭରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପ-ସଭାପତି ଭାଗ୍ୟରବି ଦାସ, ସୁନିଲ ଭୋଇ, ଅଫିସ ସମ୍ପାଦକ ନସିମ ସରକାର, ସମ୍ପାଦକ ମଣ୍ଡଳୀ ସଦସ୍ୟ ପରମାନନ୍ଦ ସାହୁ, ବିନୋଦ ସେଠୀ, ସଂଯୁକ୍ତା ସାହୁ, ପ୍ରଭାତୀ ମଲ୍ଲିକ, ତରୁଣସେନ ନାୟକ, ପ୍ରଶାନ୍ତ ଦାସ, ମଧୂସୁଦନ ନାଏକ, ନିମାଇଁ ଚରଣ ସାହୁ, ନାରାୟଣ ନାୟକ, ଇଷା ଧର, ଫୁଲଚାନ୍ଦ ଲୋହାର, ନାରାୟଣ ସାହୁ ପ୍ରମୂଖ ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here