ଛାତ୍ରନେତା, ଜନନେତା ତଥା ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ, ଭଦ୍ରକସ୍ଥିତ ବାସଭବନକୁ ଯାଇ ପାର୍ଥୀବ ଶରୀର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କଲେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ

0
58

By Our Correspondent

BHUBANESWAR:   ଅଦ୍ୱିତୀୟ ଛାତ୍ରନେତା, ଜନନେତା ତଥା ବିଶିଷ୍ଟ ସମାଜସେବୀ ଲକ୍ଷ୍ମୀ ନାରାୟଣ ମହାପାତ୍ରଙ୍କ ୭୨ ବର୍ଷ ବୟସରେ ପରଲୋକ ଘଟିଛି । ଜଣେ ସୁସଂଗଠକ ଓ ସମାଜସେବୀ ଭାବେ ସୁପରିଚିତ ସ୍ୱର୍ଗତଃ ମହାପାତ୍ର ଅତ୍ୟନ୍ତ ମେଳାପୀ ଥିଲେ । ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ପ୍ରାର୍ଥୀ ହୋଇ ଭଦ୍ରକ କଲେଜ ଏବଂ ବାଣୀବିହାର ଛାତ୍ରସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ।

ସ୍ୱର୍ଗତଃ ମହାପାତ୍ର ନିଜ ହାତରେ ଗଢିଥିବା ଅନେକ ନେତା ବର୍ତମାନ ରାଜ୍ୟ ଓ ଦେଶରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଅଛନ୍ତି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗରେ ଓଡ଼ିଶା ବିଜେପି ତରଫରୁ ଶୋକ ପ୍ରକାଶ କରାଯାଇଅଛି । ସ୍ୱର୍ଗତଃ ମହାପାତ୍ରଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ଭଦ୍ରକସ୍ଥିତ ବାସଭବନକୁ ଯାଇ ପାର୍ଥୀବ ଶରୀର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି । ସ୍ୱର୍ଗତଃ ମହାପାତ୍ରଙ୍କ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ଦୁଖଦଃ ସମୟରେ ଶୋକସନ୍ତପ୍ତ ପରିବାରବର୍ଗ ଏବଂ ବନ୍ଧୁଜନଙ୍କୁ ଅସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ ବୋଲି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ପ୍ରାର୍ଥନା କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here