ଛବିରାଣୀ ହତ୍ୟାକାଣ୍ଡଠାରୁ ଆରମ୍ଭ କରି ନେନା ସାହାଣୀ ପର୍ଯ୍ୟନ୍ତ ସବୁଘଟଣା କଂଗ୍ରେସ ନେତୃତ୍ୱଙ୍କ ଦ୍ୱାରା ପ୍ରାୟୋଜିତ ଥିଲା, ଅଞ୍ଜନା ମିଶ୍ର ଘଟଣାରେ ଦଳର ସମ୍ପୃକ୍ତି ଯୋଗୁ କ୍ଷମତାରୁ ଗଲା ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛି ,ଆଇନାରେ ପ୍ରଥମେ ନିଜ ମୁହଁ ନିଜେ ଦେଖୁ କଂଗ୍ରେସ : ବିରଂଚି ନାରାୟଣ ତ୍ରିପାଠୀ

0
265

By Our Correspondent

BHUBANESWAR:ଆଜି ଦେଶରେ କଂଗ୍ରେସ ନିଜର ଅସ୍ଥିତ୍ୱ ରକ୍ଷା ପାଇଁ ଚେଷ୍ଟା କରୁଛି। କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରୁଥିବାବେଳେ ଏହାର ଭୋଟ ହାର ଦିନକୁ ଦିନ କମିଚାଲିଛି। ଏଭଳିସ୍ଥିତିରେ ଦଳ ନିଜର ସ୍ଥିତି ବଂଚାଇବା ପାଇଁ ଓ ଗଣମାଧ୍ୟମରେ ରହିବା ପାଇଁ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରୁଛି। କଂଗ୍ରେସ ବୋଧହୁଏ ଭୁଲିଯାଇଛି ଯେ, ଛବିରାଣୀ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଅଞ୍ଜନା ମିଶ୍ର ଘଟଣା ତାଙ୍କ ଦଳର ନେତୃତ୍ୱଙ୍କ ଦ୍ୱାରା ପ୍ରାୟୋଜିତ ଥିଲା। ଖାଲି ସେତିକି ନୁହେଁ, ନେନା ସାହାଣୀ ଘଟଣାରେ ଦିଲ୍ଲୀର କଂଗ୍ରେସ ନେତୃତ୍ୱଙ୍କ ସମ୍ପୃକ୍ତି ଥିଲା। ନେନାଙ୍କ ଶରୀରକୁ ଯେଉଁଭଳି ଭାବେ କଟାଯାଇ ତନ୍ଦୁରି ଚୁଲା ଭିତରେ ଭର୍ତି କରାଯାଇଥିଲା, ତାହାକୁ ନା ଓଡ଼ିଶାବାସୀ ନା ଦେଶବାସୀ ଭୁଲିପାରିଛନ୍ତି। ଏଥିଯୋଗୁ ଆଇନାରେ କଂଗ୍ରେସ ପ୍ରଥମେ ନିଜ ମୁଁହ ନିଜେ ଦେଖିୁ ବୋଲି ରାଜ୍ୟ ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ରାଜ୍ୟ କାର୍ଯ୍ୟାଳୟରେ ଗଣମାଧ୍ୟମ ଆଗରେ କହିଛନ୍ତି।

ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ଗୋପାଳପୁର ଗଣବଳାତ୍କାର ମାମଲା ଅତ୍ୟନ୍ତ ଦୁଃଖଦାୟକ। ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ପାଇଁ ତୁରନ୍ତ କ୍ରାଇମବାଂଚକୁ ଦାୟିତ୍ୱ ଦେଇଥିଲେ। ସମସ୍ତ ଅଭିଯୁକ୍ତଙ୍କୁ ମାତ୍ର ୨୪ ଘଂଟା ମଧ୍ୟରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଦୋଷୀଙ୍କୁ ଯେପରି ଦୁଷ୍ଟାନ୍ତମୂଳକ ଦଣ୍ଡ ଦିଆଯିବ ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ପୋଲିସ ପ୍ରଶାସନ ଓ କ୍ରାଇମବାଂଚକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ।
ଅପରପକ୍ଷେ ଦୀର୍ଘ ୨୫ ବର୍ଷ ପରେ କଂଗ୍ରେସ ଆଜି ଅଞ୍ଜନା ମିଶ୍ର ଘଟଣାରେ ଦଳର ସମ୍ପୃକ୍ତିକୁ ସ୍ୱୀକାର କରିଛି। ଏହି କାଣ୍ଡ ଯୋଗୁ ଦଳ କ୍ଷମତାରୁ ଗଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ନେତୃମଣ୍ଡଳୀଙ୍କର ସ୍ପଷ୍ଟୀକରଣପରେ ଦଳ ସମ୍ପୂର୍ଣ୍ଣ ରୂପେ ମହିଳା ସୁରକ୍ଷା ପ୍ରସଙ୍ଗ ଉଠାଇବା ପାଇଁ ନିଜର ନୈତିକ ଅଧିକାର ହରାଇଛି। କିନ୍ତୁ ଓଡ଼ିଶାର ମାତୃ ଜାତି ପ୍ରତି ବିଜେପି ସରକାର ସମର୍ପିତ। ମା’ ଓ ଭଉଣୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କ ଆର୍ଥିକ ଉନ୍ନତି ଓ ଶିକ୍ଷାର ବିକାଶ ପାଇଁ ବିଜେପି ସରକାର ପ୍ରାଥମିକତା ଦେଉଛନ୍ତି। ଏନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here