ଚିଠିଟି ସୂଚନା କମିଶନ ଙ୍କ ଦପ୍ତର ରୁ ମୟୁରଭଞ୍ଜ ଜିଲ୍ଲାର ଜଣେ ସାଧାରଣ ଲୋକଙ୍କ ନିକଟକୁ ପଠାଯାଇଛି, 20 ବର୍ଷ ମଧ୍ୟରେ ସୂଚନା କମିଶନ ଏଭଳି ଚିଠି କେବେବି ଦେଇନାହିଁ

0
394

By  RTI Activist Pradip Pradhan

BHUBANESWAR: ଏହି ଚିଠିଟି ସୂଚନା କମିଶନ ଙ୍କ ଦପ୍ତର ରୁ ମୟୁରଭଞ୍ଜ ଜିଲ୍ଲାର ଜଣେ ସାଧାରଣ ଲୋକଙ୍କ ନିକଟକୁ ପଠାଯାଇଛି l ଏହି ଚିଠିରେ ଲେଖାଯାଇଛି ଯେ, “ଆପଣ ଙ୍କ ଅପିଲ ଓଡିଶା ସୂଚନା କମିଶନ ଅପିଲ ପ୍ରକ୍ରିୟା ରୁଲ ର ରୁଲ 5 ଏବଂ 6 ଅନୁଯାୟୀ ହୋଇନଥିବାରୁ ଆପଣ ଙ୍କ ଅପିଲ ଫେରସ୍ତ କରାଗଲା l 30 ଦିନ ମଧ୍ୟରେ ପୂଣି ଥରେ ଅପିଲ କରିବାକୁ ଜଣାଇଦିଆଗଲା l

ଏହି ଚିଠିଟି ଇଂଗ୍ରାଜି ଭାଷାରେ ଲେଖା ହୋଇଥିବାରୁ    ଅପିଲ କର୍ତ୍ତା  କିଛି ବୁଝିପାରିଲେ ନାହିଁ l ସେ ମୋତେ ଫୋନ କରି ବୁଝିବାକୁ ଚେଷ୍ଟା କଲେ l ଏହାପରେ ମୁଁ ଚିଠି ଟିକୁ ପଠେଇବାକୁ ଅନୁରୋଧ କଲି l ଚିଠିଟି ପଢି ଆଶ୍ଚର୍ଯ୍ୟ ହେଲି l 20 ବର୍ଷ ମଧ୍ୟରେ ସୂଚନା କମିଶନ ଏଭଳି ଚିଠି କେବେବି ଦେଇନାହିଁ l
ଏଠାରେ ସୂଚନା ଯୋଗ୍ୟଯେ,  ଜନସାଧାରଣ ଙ୍କୁ  ଓଡ଼ିଆ ଭାଷାରେ ଚିଠି ଓ କେଶ ଅର୍ଡର କପି ପ୍ରଦାନ ପାଇଁ ଦୁଇ ଜଣ Translator ନିଯୁକ୍ତି ହୋଇଛନ୍ତି l ସେମାନେ ମାସକୁ 40,000 ଟଙ୍କା ଦରମା ନେଉଛନ୍ତି l କିନ୍ତୁ ଦୁର୍ଭାଗ୍ୟ ମୁଖ୍ୟ ସୂଚନା କମିଶନ ର ଓଡ଼ିଆ ରେ ଚିଠି ନଦେଇ ଇଂଲିଶ ରେ ଚିଠି ଦେବାକୁ ନିର୍ଦ୍ଧେଶ ଦେଇଛନ୍ତି l  ଅପର ପକ୍ଷରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି l କିନ୍ତୁ ଓଡିଶା ସୂଚନା କମିଶନ ଏହାକୁ କାର୍ଯ୍ୟକାରୀ କରେଇବାରେ ଅକ୍ଷମ l
ପୂଣି କମିଶନ ଙ୍କ ଦପ୍ତର ଚିଠିରେ ଓଡିଶା ସୂଚନା କମିଶନ ଅପିଲ ରୁଲ କଥା ଉଲ୍ଲେଖ୍ୟ କରିଛନ୍ତି l ଏହି ରୁଲ ସମ୍ପର୍କରେ  ମୟୁରଭଞ୍ଜ ଜିଲ୍ଲା ଭଳି ଆଦିବାସୀ ଇଲାକାର ଗାଁ ଲୋକେ ଜାଣି ନାହାନ୍ତି l ତେଣୁ ଏହାର ଜବାବ କିପରି ଦେବେ, ସେହି ରୁଲରେ କଣ ବ୍ୟବସ୍ଥା ରହିଛି, କଣ ଭୁଲ ରହିଛି, କଣ ଠିକ ହେବ, ତାହା କମିଶନ ଙ୍କ କାର୍ଯ୍ୟାଲୟ ଚିଠିରେ ଉଲ୍ଲେଖ କରିନାହାନ୍ତି l
ତେଣୁ ଏହି ଚିଠିର ଉତ୍ତର ଦେବାକୁ ଅପିଲକର୍ତ୍ତା ଅକ୍ଷମ କହି ମୋତେ  ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି l ମୁଁ ତାଙ୍କୁ ସାହାଯ୍ୟ କରିଛି l କିନ୍ତୁ ଓଡିଶା ସାରା ସୂଚନା କମିଶନ ଙ୍କ ଏହି  ଭଳି ଚିଠି ଘୁରି ବୁଲୁଛି l କିଏ କିଭଳି ଉତ୍ତର ଦେବେ କିଛି ବୁଝି ପାରୁନାହାନ୍ତି l
ଏକ ଅଭାବଣୀୟ ପରିସ୍ଥିତି  ରାଜ୍ୟରେ ସୃଷ୍ଟି ହୋଇଛି l ନାଗରିକ ମାନେ ଦାଖଲ କରୁଥିବା ଅଭିଯୋଗ ବା ଅପିଲ ରେ  ଯଦି deficiency କଣ ଅଛି ଉଲ୍ଲେଖ କରନ୍ତେ, ତାହା ହେଲେ ସାଧାରଣ ଲୋକେ  ଏହାର ଉତ୍ତର ଦେଇପାରନ୍ତେ l କିନ୍ତୁ କମିଶନ ତରଫରୁ ଏହା  କରାଯାଉ ନାହିଁ l ପୂଣି  ସାଧାରଣ ଲୋକଙ୍କୁ ଇଂଲିଶ ରେ କାହିଁକି ଚିଠି କରାଯାଇ ଜାଣିଶୁଣି ହଇରାଣ କରାଯାଉଛି, ତାହା ସମସ୍ତଙ୍କୁ ବିସ୍ମିତ କରିଛି l

LEAVE A REPLY

Please enter your comment!
Please enter your name here