ଚଳିତ ରଥଯାତ୍ରାରେ, “ଜୈବିକ” ଅମୃତ ଅନ୍ନରେ ପ୍ରସ୍ତୁତ ହେବ କୋଠଭୋଗ, କୋରାପୁଟର ପ୍ରଗତି ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି

0
271

By Our Correspondent

PURI: ଏବର୍ଷ ରଥଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପ ବିଜେ ସମୟରେ ମହାପ୍ରଭୁଙ୍କୁ କୋଠଭୋଗରେ ଲାଗି ହେବ ଅମୃତ ଅନ୍ନ (ଜୈବିକ ଚାଉଳ) l ଏନେଇ ପୂର୍ବରୁ ଆଲୋଚନା ହୋଇଥିବା ବେଳେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଆନୁଷ୍ଠାନିକ ବୈଠକରେ ଏହି ନିଷ୍ପତ୍ତି ହୋଇଅଛି l

ବଡୁ ସୁଆର ଏବଂ ସୁଆର ମହାସୁଆର ନିଯୋଗ ପ୍ରତିନିଧି ମାନେ ବୈଠକରେ ଉପସ୍ଥିତ ଥିଲେ l ସେହିପରି ସୁଆର ମହାସୁଆରଙ୍କ ପକ୍ଷରୁ ଭୋଗମଣ୍ଡପରେ ମଧ୍ଯ ଅମୃତ ଅନ୍ନ ବ୍ୟବହାର ନେଇ ଯୋଜନା ହୋଇଛି।

ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତିରେ ଅମୃତ ଅନ୍ନ ଉପଯୋଗ ନେଇ ପୂର୍ବରୁ ଆଲୋଚନା ହେବା ସହିତ ପରୀକ୍ଷା ମୂଳକ ଭାବେ ଲାଗି ମଧ୍ୟ ହୋଇଥିଲା। ଏବେ କୋରାପୁଟର ପ୍ରଗତି ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି l ଆଜିର ବୈଠକରେ ଏହି ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here