ଚଳିତ ବଜେଟର ପରିମାଣ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ହୋଇଛି, ଯାହା ୨୦୨୩-୨୪ ତୁଳନାରେ ୧୫% ଅଧିକ, ଏଥିଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି

0
98
BJP Odisha unit President Manmohan Samal-file

By Our Correspondent

BHUBANESWAR:  ପ୍ରଥମ ଥର ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ôଥକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ।

ଏହି ବଜେଟରେ ରାଜ୍ୟର ସାମଗ୍ରିକ ବିକାଶ ଉପରେ ସରକାର ଗୁରୁତ୍ୱ ଦିଆଯାଇଛି । ଚଳିତ ବଜେଟର ପରିମାଣ ୨ଲକ୍ଷ ୬୫ହଜାର କୋଟି ଟଙ୍କାର ହୋଇଛି, ଯାହା ୨୦୨୩-୨୪ ତୁଳନାରେ ୧୫% ଅଧିକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସରେ ଅନୁପ୍ରାଣିତ ହୋଇ ବିଜେପି ସରକାର ୪ବର୍ଗ ଗରିବ,ମହିଳା, କୃଷକ ଓ ଯୁବପିଢ଼ିଙ୍କ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି ।

ଓଡିଶାର ବିକାଶ ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ, ଯାହା ଆଜିର ବଜେଟ୍‌ରେ ସ୍ପଷ୍ଟ ହୋଇଛି । ନୂଆ ସରକାରର ପ୍ରଥମ ବଜେଟ ବିକଶିତ ଓଡିଶାର ମୁଳଦୁଆ ସ୍ଥାପନା କରିଲା । ଏଥିଲାଗି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ନିର୍ବାଚନ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ପ୍ରଥମ ବଜେଟରେ ବ୍ୟୟବରାଦ ହୋଇଛି । ଶ୍ରୀମନ୍ଦିର ବିକାଶ ପାଇଁ ୫୦୦କୋଟି ଟଙ୍କା, ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବାବେଳେ ଧାନ କ୍ୱିଂଟାଲ ପିଛା ୩୧୦୦ ଟଙ୍କା; ବାର୍ଦ୍ଧକ୍ୟ-ବିଧବା-ଦିବ୍ୟାଙ୍ଗ ଭତାକୁ ୩୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ।

ସେହିଭଳି ଓଡିଶା ଅସ୍ମିତାର ବିକାଶ ପାଇଁ ୨୦୦ କୋଟି ଟଙ୍କା; ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ପାଇଁ ୨୪୬୨କୋଟି ଟଙ୍କା; ସମୃଦ୍ଧ କୃଷକ ଯୋଜନାରେ ୫୦୦୦ କୋଟି, ମେଟ୍ରୋ ରେଳ ପାଇଁ ୧୦୦୦ କୋଟି, ବିକଶିତ ଗାଁ- ବିକଶିତ ଓଡିଶା ପାଇଁ ୧୦୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ପାଇଁ ୬୦୯୦ କୋଟି, ଜଳଜୀବନ ମିଶନ ପାଇଁ ୬୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସବୁ ବର୍ଗର ଲୋକଙ୍କୁ ଚଳିତ ବଜେଟ ସନ୍ତୁଷ୍ଠି ଦେଇଛି । ଡବଲ ଇଂଜିନ ସରକାରରେ ଓଡିଶାର ସାମଗ୍ରିକ ବିକାଶକୁ ପ୍ରାଥମିକତା ଦିଆଯାଇଛି ବୋଲି ଶ୍ରୀ ସାମଲ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here