ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନ ରେ ୬ ପ୍ରତିଶତ ନିଅଣ୍ଟିଆ ଭରଣ

0
315

By Our Correspondent

BHUBANESWAR:   ଘୁର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଗତ ଦୁଇଦିନ ରେ ୬ ପ୍ରତିଶତ ନିଅଣ୍ଟିଆ ଭରଣ .ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୭ ଜୁଲାଇ ମଧ୍ୟରେ ୨୦୬.୮ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୭୬.୬ ମିମି ତୁଳନାରେ ୨୫ ପ୍ରତିଶତ କମ ରହିଛି.

ଏହି ପରିଧି ମଧ୍ୟରେ  ଦେବଗଡ ଜିଲ୍ଲାରେ ସର୍ବାଧିକ ୪୧୦.୮  ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୨୬୮.୩  ମିମି ତୁଳନାରେ ୫୩% ଅଧିକ ରହିଛି.

ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ  ୧୧୭.୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା  ୩୨୫.୧   ମିମି ତୁଳନାରେ ୬୪% କମ  ରହିଛି.

ଗତ କାଲିର ଘୁର୍ଣ୍ଣିବଳୟ ଆଜି ଝାଡ଼ଖଣ୍ଡ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳର ୫.୮ କିମି ଯାଏଁ ସକ୍ରିୟ ରହିଛି. ବାୟୁମଣ୍ଡଳରେ ପୂର୍ବ-ପଶ୍ଚିମ ବାୟୁ ପ୍ରବାହର  ତାରତମ୍ୟ ସ୍ତର ୧୯ ଡ଼ିଗ୍ରୀ ଉତ୍ତର ଅକ୍ଷାଂଶ ଅଞ୍ଚଳରେ ୫.୮ କିମି  ଉଚ୍ଚତାରେ ସକ୍ରିୟ.

ମୌସୁମୀ ନିମ୍ନ ଚାପ ରେଖା ଆଜି  ରାଜସ୍ଥାନର ବିକାନର ରୁ ବାହାରି, ଜୟପୁର, ଗୁନା ,ସତନା , ପେନ୍ଦ୍ରା-ରୋଡ଼, ଦେଇ ଓଡ଼ିଶାର ବାଲେଶ୍ୱର ରୁ  ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି.

ଗତ ୨୪ ଘଣ୍ଟାରେ ରାଜ୍ୟରେ  ମୌସୁମୀ ସ୍ୱାଭାବିକ ରହିବା ସହ ୧୫.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୦.୮ମିମି ତୁଳନାରେ ୪୫% ଅଧିକ ରହିଛି.

LEAVE A REPLY

Please enter your comment!
Please enter your name here