ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାର ନୂଆ ଅଧ୍ୟାୟ, ମୁଖ୍ୟମନ୍ତ୍ରୀ  ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି

0
427
ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାର ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ୪,୩୭୩ ପଞ୍ଚାୟତରେ ଲୋକ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୧ମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହୋଇଥିବାବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ.

By Our Correspondent

BHUBANESWAR:   ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାର ନୂଆ ଅଧ୍ୟାୟ। ମୁଖ୍ୟମନ୍ତ୍ରୀ  ରାଜ୍ୟର ବ୍ୟାଙ୍କ ସୁବିଧା ନ ଥିବା ଅଞ୍ଚଳ ପାଇଁ ‘ଆମ ବ୍ୟାଙ୍କ’ ଯୋଜନା ଆରମ୍ଭ କରିଛନ୍ତି। ଏହାଦ୍ବାରା ୪,୩୭୩ ପଞ୍ଚାୟତରେ ଲୋକ ବ୍ୟାଙ୍କିଙ୍ଗ ସୁବିଧା ପାଇବେ। ୧ମ ପର୍ଯ୍ୟାୟରେ ୭୫୪ଟି ପଞ୍ଚାୟତରେ ଆମ ବ୍ୟାଙ୍କ ସୁବିଧା ଆରମ୍ଭ ହୋଇଥିବାବେଳେ ୨୦୨୪ ମାର୍ଚ୍ଚ ସୁଦ୍ଧା ସମସ୍ତ ପଞ୍ଚାୟତକୁ ବ୍ୟାଙ୍କ ସୁବିଧା ପହଞ୍ଚିବ.

ଏହି କାର୍ଯ୍ୟକ୍ରମରେ ୬ଟି ରାଷ୍ଟ୍ରାୟତ ବ୍ୟାଙ୍କ ଯୋଡ଼ି ହୋଇଛନ୍ତି।  ଆମ ବ୍ୟାଙ୍କଗୁଡ଼ିକ ଲୋକଙ୍କୁ ୧୫ ପ୍ରକାରର ବ୍ୟାଙ୍କ ସେବା ଯୋଗାଇ ଦେବେ। ଲୋକଙ୍କ ଆର୍ଥିକ ସଶକ୍ତିକରଣ ପାଇଁ ବ୍ୟାଙ୍କ ସୁବିଧା ଏକ ଜରୁରୀ ଆବଶ୍ୟକତା ହୋଇଥିବାରୁ, ମୁଖ୍ୟମନ୍ତ୍ରୀ ବ୍ୟାଙ୍କମାନଙ୍କୁ ସମସ୍ତ ସୁବିଧା ପ୍ରଦାନ କରି ୬ ମାସ ମଧ୍ୟରେ ସବୁ ବ୍ୟାଙ୍କ ନ ଥିବା ପଞ୍ଚାୟତରେ କଷ୍ଟମର ସର୍ଭିସ ପଏଣ୍ଟ ପ୍ଲସ ଯୋଜନା ଆରମ୍ଭ କରିଛନ୍ତି। ଏହା ‘ଆମ ବ୍ୟାଙ୍କ’ ଭାବେ ଲୋକଙ୍କୁ ସେବା ଯୋଗାଇଦେବ।

ରାଜ୍ୟର ସବୁ ଲୋକ ଆର୍ଥିକ ଅନ୍ତର୍ଭୁକ୍ତିକରଣର ସୁବିଧା ପାଆନ୍ତୁ। ଜମିପଟ୍ଟା, ଆଧାର କାର୍ଡ, ଭୋଟର ଆଇଡି କାର୍ଡ ପରି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୁବ ଜରୁରୀ। ଲୋକଙ୍କ ଅର୍ଥନୈତିକ ସଶକ୍ତିକରଣକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହାଦ୍ବାରା ଗାଁରେ ରହୁଥିବା ଲକ୍ଷ ଲକ୍ଷ ଲୋକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇପାରିବେ.

ଲୋକଙ୍କ ଆର୍ଥିକ ଅନ୍ତର୍ଭୁକ୍ତିକରଣ ବିନା କୌଣସି ଦେଶ ବା ରାଜ୍ୟ ସବୁ ବର୍ଗର ଲୋକଙ୍କ ପାଇଁ ବିକାଶ ଆଣିପାରିବ ନାହିଁ। ଆଜି ଆର୍ଥିକ କ୍ଷେତ୍ରରେ ଉନ୍ନତି, ସାମାଜିକ ବିକାଶ, ଡିଜିଟାଲ ରୂପାନ୍ତର, ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ସବୁ କ୍ଷେତ୍ରରେ ଓଡ଼ିଶା ଏକ ରୋଲ ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି.

LEAVE A REPLY

Please enter your comment!
Please enter your name here