ଗବେଷଣା, ଉଦ୍ଭାବନ, ଉଦ୍ୟମିତା ଏବଂ ସମାଧାନର କେନ୍ଦ୍ରବିନ୍ଦୁ ହେଉ ହିନ୍ଦୁ କଲେଜ -ଧର୍ମେନ୍ଦ୍ର ପ୍ରଧାନ

0
413

By Our Correspondent

BHUBANESWAR:   ହିନ୍ଦୁ ମହାବିଦ୍ୟାଳୟର ଏକ ଭିନ୍ନ ଐତିହ୍ୟ ରହିଛି । ଏହି ମହାବିଦ୍ୟାଳୟ ଶିକ୍ଷାର ଏକ ପ୍ରତିଷ୍ଠିତ ମନ୍ଦିର । ଗତ ୧୨୬ ବର୍ଷ ଧରି ଏହି କଲେଜ ଶିକ୍ଷାଗତ ଉତ୍କର୍ଷତା, ଉଦ୍ଭାବନ, ବିବିଧତା, ଗଣତାନ୍ତ୍ରିକ ମୂଲ୍ୟବୋଧ, ଜାତୀୟତାବାଦୀ ଭାବନା ଏବଂ ରାଷ୍ଟ୍ର ଗଠନର ଏକ ଅନୁଷ୍ଠାନରେ ପରିଣତ ହୋଇସାରିଛି ବୋଲି ସୋମବାର ଏହି କଲେଜର ୧୨୬ତମ ସ୍ଥାପନା ଦିବସରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ହିନ୍ଦୁ ମହାବିଦ୍ୟାଳୟର ସ୍ଥାପନା ଦିବସର ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତର ଶିକ୍ଷା ବ୍ୟବସ୍ଥା ଓ ସଂସ୍କୃତିକୁ ନଷ୍ଟ କରିବା ପାଇଁ ଟିବି ମାକାଉଲେଙ୍କ ପ୍ରଚେଷ୍ଟା ବିରୋଧରେ ଶ୍ରୀ କ୍ରୀଷନ ଦାସଜୀ ଗୁରୁୱାଲେଙ୍କ ଦ୍ୱାରା ପ୍ରତିଷ୍ଠିତ ହିନ୍ଦୁ ମହାବିଦ୍ୟାଳୟ ଭାରତର ବୌଦ୍ଧିକ, ସାଂସ୍କୃତିକ ଏବଂ ଜାତୀୟ ପରିଚୟକୁ ଆକାର ଦେବାରେ ଏକ ଅତୁଳନୀୟ ପରମ୍ପରା ସୃଷ୍ଟି କରିଛି । ଭାରତ ଆଜି ଯେଉଁ ପ୍ରଗତି ଓ ସମୃଦ୍ଧିର ମାର୍ଗରେ ଠିଆ ହୋଇଛି ତାହା ହିନ୍ଦୁ ମହାବିଦ୍ୟାଳୟ ଦ୍ୱାରା ପ୍ରଶସ୍ତ ହୋଇଛି ।

ହିନ୍ଦୁ ମହାବିଦ୍ୟାଳୟର ଉତ୍କୃଷ୍ଟତାର ପରମ୍ପରାକୁ ବଜାୟ ରଖିବା ଦିଗରେ ନିରନ୍ତର ସାଧନା ପାଇଁ ହିନ୍ଦୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ହିନ୍ଦୁ କଲେଜ ନିଜର ଯେଉଁ ପରମ୍ପରା ତିଆରି କରିଛି, ସେହି  ‘ସାଧନା’କୁ ସବୁଦିନ ପାଇଁ ଜାରି ରଖିବା ଦରକାର । ଫଳସ୍ୱରୂପ ଏହି  ମହାବିଦ୍ୟାଳୟ ଆଗାମୀ ଦିନରେ ବିଶ୍ୱ ପାଇଁ ସମାଧାନର କେନ୍ଦ୍ରରେ ପରିଣତ ହୋଇପାରିବ । ୨୦୪୭ ସୁଦ୍ଧା ବିକଶିତ ଭାରତ ସମସ୍ତ ଭାରତୀୟଙ୍କର ଏକ ସାମୂହିକ ଲକ୍ଷ୍ୟ ।

ଆଗାମୀ ୨୨ରୁ ୨୫ ବର୍ଷ ବିଶେଷ କରି ହିନ୍ଦୁ କଲେଜ ପରିବାର ପାଇଁ ହେଉଛି ଅମୃତକାଳ ସମୟ । ଯେତେବେଳେ ଭାରତ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ, ସେତେବେଳେ ହିନ୍ଦୁ ମହାବିଦ୍ୟାଳୟ ୧୫୦ତମ ପ୍ରତିଷ୍ଠା ଦିବସ ପାଳନ କରିବ । ହିନ୍ଦୁ କଲେଜ ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଏକବିଂଶ ଶତାବ୍ଦୀର ଗବେଷଣା, ଉଦ୍ଭାବନ, ଉଦ୍ୟମିତା ଏବଂ ସମାଧାନର କେନ୍ଦ୍ର ବିନ୍ଦୁ ଭାବରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲକ୍ଷ୍ୟ ରଖିବା ଉଚିତ୍ ।

ଆଗାମୀ ଦୁଇ ଦଶନ୍ଧି ଏବଂ ତା’ ପରବର୍ତ୍ତୀ ସମୟରେ ହିନ୍ଦୁ କଲେଜ୍ ଭାରତର ପରିବର୍ତ୍ତନର ମୁଖ୍ୟ ଭାବରେ ଉଭା ହେବ ଏବଂ ଏହାର ଛାତ୍ରଛାତ୍ରୀମାନେ ଓ୍ୱେଲଥ୍ କ୍ରିଏଟର, ନିଯୁକ୍ତିଦାତା, ଡିପ୍-ଟେକ୍ ଉଦ୍ଭାବକ, ନୀତି ନିର୍ଦ୍ଧାରକ ଏବଂ ବିଶ୍ୱ ନାଗରିକ ହେବେ ବୋଲି ଶ୍ରୀ ପ୍ରଧାନ ମତପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here