
By Our Correspondent
BHUBANESWAR: ଗତ ୨୪ ଘଣ୍ଟାରେ ରାଜ୍ୟରେ ମୌସୁମୀ ସ୍ୱାଭାବିକ ରହିବା ସହ ୧୦.୪ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୩ ମିମି ତୁଳନାରେ ୧୨% ଅଧିକ ରହିଛି.
ଚଳିତ ମୌସୁମୀ ଋତୁରେ , ୧ ଜୁନ ରୁ ଆଜି ୮ ଜୁଲାଇ ମଧ୍ୟରେ ୨୨୭.୨ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୮୬.୮ ମିମି ତୁଳନାରେ ୨୪ ପ୍ରତିଶତ କମ ରହିଛି, ଏହି ପରିଧି ମଧ୍ୟରେ ଦେବଗଡ ଜିଲ୍ଲାରେ ସର୍ବାଧିକ ୪୩୧.୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୭୮.୮ ମିମି ତୁଳନାରେ ୫୫% ଅଧିକ ରହିଛି.
ସେହିପରି କଳାହାଣ୍ଡି ଜିଲ୍ଲାରେ ସର୍ବନିମ୍ନ ୧୨୩.୫ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୩୪୦.୬ ମିମି ତୁଳନାରେ ୬୪% କମ ରହିଛି.
























