By Our Correspondent
BHUBANESWAR: ଗତ ୨୪ ଘଣ୍ଟା ରେ ଅନୁଭୂତ ବିସ୍ତୃତି ବର୍ଷା ପ୍ରଭାବରେ ୫% ନିଅଣ୍ଟିଆ ଭରଣ .ଚଳିତ ମୌସୁମୀ ଋତୁରେ ଗତକାଲିର ୨୮% ନିଅଣ୍ଟିଆ ରୁ ୨୩% କୁ ଖସିଲା ନିଅଣ୍ଟିଆ ବର୍ଷା . ୧ ଜୁନ ରୁ ଆଜି ୧୬ ଜୁଲାଇ ମଧ୍ୟରେ ରାଜ୍ୟରେ ୨୮୫.୧ ମିମି ବର୍ଷା ରେକର୍ଡ ଯାହା ସ୍ୱାଭାବିକ ବର୍ଷା ୩୭୦.୯ ମିମି ତୁଳନାରେ ୨୩ ପ୍ରତିଶତ କମ.
ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ଉତ୍ତର ଓଡିଶା-ପାର୍ଶ୍ଵବର୍ତ୍ତୀ ଗାଙ୍ଗୀୟ ପଶ୍ଚିମ ବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି.
ଗତ ୨୪ ଘଣ୍ଟା ରେ ରାଜ୍ୟରେ ମୌସୁମୀ ପ୍ରବାହ ସକ୍ରିୟ ସହ ୨୭.୩ ମିମି ବର୍ଷା ରେକର୍ଡ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୩.୫ ମିମି ତୁଳନାରେ ୧୦୩% ଅଧିକ ରହିଛି.
ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ଗଙ୍ଗାନଗର ରୁ ବାହାରି , ନରନୁଁଲ, ଆଲିଗଡ, ବାରଣାସୀ, ଡଲଟନଗଂଜ ରୁ ସକ୍ରିୟ ଲଘୁଚାପ କ୍ଷେତ୍ରର କେନ୍ଦ୍ର ମଧ୍ୟ ଦେଇ, ଦକ୍ଷିଣ-ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି | ଏହା ବାୟୁମଣ୍ଡଳରେ ୧.୫ କିମି ଉଚ୍ଚତା ଯାଏଁ ସକ୍ରିୟ ରହିଛି |