By Our Correspondent
BHUBANESWAR: ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଗତ ୨୪ଘଣ୍ଟା ରେ ରାଜ୍ୟରେ ୧୭.୪ ମିମି ବର୍ଷାରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୪ମିମି ତୁଳନାରେ ୮୫% ଅଧିକ ରେକର୍ଡ ହୋଇଛି |
ସେହିପରି ବରଗଡ ଜିଲ୍ଲାରେ ସର୍ବାଧିକ ବର୍ଷା ୬୭.୭ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୯.୪ ମିମି ତୁଳନାରେ ୬୨୦% ଅଧିକ ରହିଛି.
ଶକ୍ତିଶାଳୀ ମୌସୁମୀ ପ୍ରବାହ ତଥା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ଓଡିଶା ଉପକୂଳ ପାର୍ଶ୍ଵବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ତତସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ପବନ ଘଣ୍ଟା ପ୍ରତି ବେଗ ୪୦ ରୁ ୫୦ କିମି ସମ୍ଭାବନା ହେତୁ ମତ୍ସ୍ୟଜୀବୀଙ୍କୁ ଓଡିଶା ଉପକୂଳ ଏବଂ ତାର ଆଖ ପାଖ ଅଂଚଳକୁ ଯିବାକୁ ସମ୍ପୂର୍ଣ ବାରଣ.