ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି, ଏହାର ଲକ୍ଷଣରେଖା ଭିତରେ ସମସ୍ତେ ରହିବା ଉଚିତ୍, ଧର୍ମେନ୍ଦ୍ର ପ୍ରଧାନ

0
343
ମୁଁ ଗଣତନ୍ତ୍ରର ପୂଜାରୀ । ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି । ଓଡିଶାରେ ଗତ ମଇ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ଗଣତନ୍ତ୍ରର ଲକ୍ଷଣରେଖା ଭିତରେ ସମସ୍ତେ ରହିବା ଉଚିତ୍ । ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ତେବେ ସେମାନେ ଭୁଲ ଭାବିଛନ୍ତି । ଏହି ଭ୍ରମ ଧାରଣାକୁ ସେମାନେ ଦୂର କରନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

By Our Correspondent

BHUBANESWAR:  ମୁଁ ଗଣତନ୍ତ୍ରର ପୂଜାରୀ । ଗଣତନ୍ତ୍ରରେ ମର୍ଯ୍ୟାଦା ଓ ପରମ୍ପରାର ନିଜସ୍ୱ ସ୍ଥାନ ଅଛି । ଓଡିଶାରେ ଗତ ମଇ ମାସରୁ ଶଶୀକଳା ସିଣ୍ଡ୍ରୋମର ଲକ୍ଷଣ ଦେଖାଗଲାଣି । ଗଣତନ୍ତ୍ରର ଲକ୍ଷଣରେଖା ଭିତରେ ସମସ୍ତେ ରହିବା ଉଚିତ୍ । ଦମ୍ଭ ଦେଖାଇ ସମ୍ବିଧାନକୁ ନିଜ ଢଙ୍ଗରେ ଚଲାଇବା ପାଇଁ ଯେଉଁମାନେ ଭାବିଛନ୍ତି ତେବେ ସେମାନେ ଭୁଲ ଭାବିଛନ୍ତି । ଏହି ଭ୍ରମ ଧାରଣାକୁ ସେମାନେ ଦୂର କରନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।   

ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡ଼ିଶାରେ ଗଣତନ୍ତ୍ରର ସୀମା ଉଲ୍ଲଂଘନ ହେଉଛି । ଭୁବନେଶ୍ୱର ସାଂସଦଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ ତଥାକଥିତ ବିରୋଧ କରିବାର ପ୍ରାୟୋଜିତ ଯୋଜନା କରାଯାଉଛି । ଗଣତନ୍ତ୍ରରେ ଯାହା ପାଖରେ ସଂଖ୍ୟାବଳ ଅଛି ଅଛି, ସେମାନେ ଯଦି ଦମ୍ଭ ଦେଖାଇ ପ୍ରତିପକ୍ଷ ଓ ଅସହମତ ଥିବା ଲୋକଙ୍କୁ ଅପମାନିତ କରିବେ ତେବେ ଏହାଠୁ ବଳି କିଛି ଜଘନ୍ୟ କଥା ହୋଇନପାରେ । ବ୍ରିଟିଶରାଜର ଇଷ୍ଟ ଇଣ୍ଡିଆ କମ୍ପାନୀର ଦମ୍ଭ ବି ଏହିଭଳି ଥିଲା । ଓଡ଼ିଶାରେ ପଲ୍ଲୀସଭା ନକରିବା ପାଇଁ ସରକାରୀ ନିର୍ଦ୍ଦେଶ ଥିବା କୁହାଯାଉଛି । ସରକାରୀ ନିର୍ଦ୍ଦେଶ ସମ୍ବିଧାନର ପରିଧି ଭିତରେ ନା ବାହାରେ ? ଆମର ପୂର୍ବଜମାନେ ଏଠାରେ ସଂଘର୍ଷ କରି ଦେଶ ପାଇଁ ସ୍ୱତନ୍ତ୍ରତା ଆଣିଥିଲେ । ସମ୍ବିଧାନ ବ୍ୟବସ୍ଥା ଲାଗୁ କରିଥିଲେ । କିନ୍ତୁ ସମ୍ବିଧାନକୁ ଦମ୍ଭ ଦେଖାଇ ତାଙ୍କ ଢଙ୍ଗରେ ଚଲାଇବେ ଓ ଲମ୍ବା ସମୟ ସମ୍ବିଧାନିକ ଅବ୍ୟବସ୍ଥାରୁ ସୁରକ୍ଷା ଦେଇଦେବେ ବୋଲି ଯେଉଁ ବରିଷ୍ଠ ଅଧିକାରୀମାନେ ଭାବୁଛନ୍ତି, ସେମାନେ ଭୁଲ ଓ ଭ୍ରମରେ ଅଛନ୍ତି । 

ଗଣତନ୍ତ୍ରରେ ଆଇନକାନୁନ ଅଛି । ସମ୍ବିଧାନିକ ମର୍ଯ୍ୟାଦା ଅଛି । ଗଣତନ୍ତ୍ରର ସବୁଠୁ ଉର୍ଦ୍ଧ୍ୱରେ ଲୋକମତ ଅଛି । ମୁଖ୍ୟମନ୍ତ୍ରୀ ଅଗଣତାନ୍ତ୍ରିକ କାମକୁ ପ୍ରଶୟ ଦେବେନି ବୋଲି ରାଜନୈତିକ ବିରୋଧୀ ଦଳଭାବେ ତାଙ୍କ ଠାରୁ ମୋର ଅପେକ୍ଷା ରହିଛି । ଓଡ଼ିଶାରେ ଆଲୋଚନା, ସମାଲୋଚନା ହେଉ । ବିରୋଧ ରାଜନୈତିକ ସ୍ତରରେ କରାଯାଉ । ଗଣତନ୍ତ୍ରକୁ ସମ୍ମାନ ଦିଆଯାଉ । କିଛି ସରକାରୀ ଅଧିକାରୀମାନେ ଯେଉଁଭଳି ଭାବେ ହାତବାରିଶି ହେଉଛନ୍ତି,  ସେମାନେ ଏପ୍ରକାର ଅଗଣତାନ୍ତ୍ରିକ ଓ ବେଆଇନ କାମରୁ ନିବୃତ୍ତ ରୁହନ୍ତୁ । ସାଢେ ୪ କୋଟି ଓଡ଼ିଆଙ୍କ ତରଫରୁ ଏହି ନିବେଦନ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here