ଗଞ୍ଜାମ ଗାଙ୍ଗପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ‘ଏମବିଏସ ମସଲା କାରଖାନା’ ଉଦଘାଟିତ

0
41

By Our Correspondent

BERHAMPUR/BHUBANESWAR:  ଗଞ୍ଜାମ ଜିଲ୍ଲା ଗାଙ୍ଗପୁରରେ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଏକ  ଅତ୍ୟାଧୁନିକ ‘ଏମବିଏସ ମସଲା କାରଖାନା’ର ଉଦଘାଟିତ ହୋଇଯାଇଛି ।

ଶ୍ରୀ ପ୍ରଧାନ କହିଛନ୍ତି ଗ୍ରାମାଞ୍ଚଳର ଅର୍ଥନୀତିକୁ ଆଗକୁ ନେବାରେ ଏହି କାରଖାନା ପ୍ରମୁଖ ଭୂମିକା ନିର୍ବାହ କରିବ । ଗଞ୍ଜାମ ଜିଲ୍ଲାର କୁଶଳୀ ଲୋକମାନେ ରୋଜଗାର ପାଇଁ ବାହାରକୁ ନ ଯାଇ ଏହି ଠାରେ କାମ କରିବେ । ଏହି ଘରୋଇ କାରଖାନା ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ କୃଷି ଉତ୍ପାଦିତ ସାମଗ୍ରୀ ତଥା ବିଶେଷତଃ ମସଲା ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲର ଉପଯୁକ୍ତ ମୂଲ୍ୟ ଚାଷୀମାନେ ପାଇପାରିବେ ।

ଯେତେବେଳେ ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କଳ୍ପନାରେ ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ଲକ୍ଷ୍ୟକୁ ସାକାର କରିବା ପାଇଁ ଅଗ୍ରସର ହେଉଛେ, ସେ ଦିଗରେ ଏହି କାରଖାନା ସ୍ଥାପନା ସ୍ୱାଗତଯୋଗ୍ୟ ପଦକ୍ଷେପ । ରାଜ୍ୟ ସରକାର ସବୁ ବ୍ଲକରେ ଏମଏସଏମଇ ଶିଳ୍ପ ପାର୍କ କରିବା ପାଇଁ ଯୋଜନା କରୁଛନ୍ତି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ବ୍ୟବସାୟର ଅନୁକୂଳ ବାତାବରଣ ତିଆରି ହେବ । ଗ୍ରାମାଞ୍ଚଳର ଅର୍ଥନୀତି ଅଧିକ ମଜଭୂତ୍ ହୋଇପାରିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, ସୋରୋଡା ବିଧାୟକ ନୀଳମଣି ବିଷୋୟୀ ଏବଂ ସେମାନଙ୍କ ପରିବାରର ସହଯୋଗରେ ଏହି ଏମବିଏସ କାରଖାନା ପ୍ରତିଷ୍ଠା ହୋଇଛି ।

 

 

LEAVE A REPLY

Please enter your comment!
Please enter your name here