By Our Correspondent
BHUBANESWAR: ରାତି ପାହିଲେ ଅନୁଷ୍ଠିତ ହେବା ଐତିହାସିକ ଖଣ୍ଡଗିରି ମାଘ ମେଳା । ମେଳା ଆରମ୍ଭ ହେବା ପୂର୍ବରୁ ସମସ୍ତ ବ୍ୟବସ୍ଥା ବୁଲି ଦେଖିଲେ ମାନନୀୟା ମେୟର । ପୂର୍ବ ମିଳିତ ବୈଠକରେ ନିଆଯାଇଥିବା ନିଷ୍ପିତ୍ତି ଅନୁଯାଇ ପାନୀୟ ଜଳ ଯୋଗାଣ, ବଦ୍ୟୁତ୍ ଆଲୋକ, ପାର୍କିଂ ବ୍ୟବସ୍ଥା ଏବଂ ଦୋକାନ ବଜାର ପାଇଁ ଷ୍ଟଲ ଆଦି ସଠିକ ଭାବେ ହୋଇଛି କି ନାହିଁ ତାହା ତଦାରଖ କରିଛନ୍ତି ।
ସାଧୁସନ୍ଥମାନଙ୍କର ରହିବା ସ୍ଥାନ ଦେଖିବା ସହ ସେମାନଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କ ପାଇଁ ଜଜ୍ଞସ୍ଥଳ ଆଦି ସମସ୍ତ କ୍ଷେତ୍ର ଦେଖିବା ସହ ଟ୍ରାଫିକ୍ ସମସ୍ୟା, ଲୋକ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ମଧ୍ୟ ସ୍ଥାନୀୟ ଅଧିକାରୀଙ୍କଠାରୁ ପଚାରି ବୁଝିଥିଲେ ।
ଚଳିତ ବର୍ଷ ଖଣ୍ଡଗିରି ମାଘ ମେଳାରେ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଥିବାରୁ ସମଗ୍ର ମେଳା ଅଂଚଳକୁ ସିସିଟିଭି ନଜରରେ ରଖିବା ପାଇଁ ବିଭିନ୍ନ ସ୍ଥାନରେ 80ଟି ସିସି ଟିଭି ଲଗାଯାଇଛି । ସେହିପରି ଦେଖଣାହାରୀମାନଙ୍କୁ ସହାୟତା କରିବା ପାଇଁ 70ଟି ସୂଚନା କେନ୍ଦ୍ର ଖୋଲାଯାଇଛି ।
କୌଣସି ଦେଖଣାହାରୀଙ୍କର କିଛି ଅସୁବିଧା ହେଲେ ସେମାନେ ଏହି ସୂଚନା କେନ୍ଦ୍ରର ସହାୟତା ନେଇପାରିବେ । ସାଧୁମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଛି । ସମସ୍ତଙ୍କ ପାଇଁ ରୋଷେଇ ବ୍ୟବସ୍ଥା ମଧ୍ୟ କରାଯାଇଛି ।
ମାନନୀୟା ମେୟରଙ୍କ ସହିତ ପରିମଳ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ବିରଞ୍ଚି ନାରାୟଣ ମହାସୂପକାର, ଆର୍ଥିକ ଷ୍ଟାଣ୍ଡି କମିଟିର ଅଧ୍ୟକ୍ଷ ରାଜକିଶୋର ଦାସ, ବହୁ କର୍ପୋର୍ରେଟର, ସାଉଥ୍-ଓ୍ୱେଷ୍ଟ ଜୋନ୍ ଜେଡିସ ରାକେଶ କୁମାର ପାତ୍ର ଓ ବରିଷ୍ଠ ଅଧିକାରୀ, ଖଣ୍ଡଗିରି ମାଘମେଳା କମିଟିର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।